ETV Bharat / bharat

ପ୍ରଳୟଙ୍କାରୀ ବନ୍ୟା: ଛାରଖାର ଆସାମ, ବିହାରରେ 144 ଧାରା - curfew

ମୌସୁମୀ ବର୍ଷାରେ ଧୋଇଗଲାଣି ଅଧା ରାଜ୍ୟ । ପ୍ରଥମେ ମୁମ୍ବାଇ ପରେ ଆସାମ ଓ ବିହାର । ପ୍ରବଳ ବର୍ଷାରେ ଜନଜୀବନ ହୋଇପଡିଛି ଅସ୍ତବ୍ୟସ୍ତ । ତାଣ୍ଡବ ରଚୁଛି ବନ୍ୟା ।

ଡିଜାଇନ ଫଟୋ
author img

By

Published : Jul 12, 2019, 5:50 PM IST

ପାଟଣା: ମୌସୁମୀ ବର୍ଷାରେ ଧୋଇଗଲାଣି ଅଧା ରାଜ୍ୟ । ପ୍ରଥମେ ମୁମ୍ବାଇ ପରେ ଆସାମ ଓ ବିହାର । ପ୍ରବଳ ବର୍ଷାରେ ଜନଜୀବନ ହୋଇପଡିଛି ଅସ୍ତବ୍ୟସ୍ତ ତାଣ୍ଡବ ରଚୁଛି ବନ୍ୟା । ଆସାମରେ ପ୍ରାୟ 17ଟି ଜିଲ୍ଲାର 4 ଲକ୍ଷ ଲୋକ ପ୍ରଭିବିତ ହୋଇଥିବା ବେଳେ ବିହାରରେ ଧାରା 144 ଲାଗୁ ହୋଇଛି ।

ଭିଡିଓ ସୌଜନ୍ୟ: ଇଟିଭି ବ୍ୟୁରୋ

ଗତ ମାସରେ ପ୍ରଶାସନ ପକ୍ଷରୁ ବିହାରର ଗୟା, ବେଗୁସରାଇ, ଦରଭଙ୍ଗା ଅଞ୍ଚଳରେ ଅସହ୍ୟ ତାତି ଯୋଗୁ 144 ଧାରା ଜାରି କରାଯାଇଥିଲା ବେଳେ ଏବେ ପୁଣି ଥରେ ମୋଦିହାରୀ ଅଞ୍ଚଳରେ ଜାରି ହୋଇଛି 144 ଧାରା ।

ଏଥିସହିତ ସମସ୍ତ ସ୍କୁଲ,କଲେଜକୁ 2 ଦିନ ପାଇଁ ବାତିଲ କରାଯାଇଛି । ତେବେ ପ୍ରଥମ ଥର ଲାଗି ରାଜ୍ୟରେ ପ୍ରବଳ ବର୍ଷା ପାଇଁ 144 ଧାରା ଲାଗୁ କରାଯାଇଛି । ତେବେ ଗତ 50 ବର୍ଷ ଜୁଲାଇ ପ୍ରଥମ ସପ୍ତାହରେ 50 ପ୍ରତିଶତ ବର୍ଷା ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଆସାମ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ 17ଟି ଜିଲ୍ଲା ଏଥିରେ ପ୍ରଭାବିତ ହୋଇଛି । ଯେଉଁଥିରେ 4 ଲକ୍ଷ ଲୋକେ ପ୍ରଭାବିତ ହେବା ସହିତ 2 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପପଡ଼ିଛି । ତେବେ ଗତ କିଛି ଦିନ ଧରି ପ୍ରବଳରୁ ପ୍ରବଳ ବର୍ଷା ଯୋଗୁ ଅରୁଣାଚଳ ପ୍ରଦେଶ ଓ ଭୁଟାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ବ୍ରହ୍ମପୁତ୍ର ଓ ଏହାର ଶାଖା ନଦୀର ସ୍ତର ବିପଦ ସଙ୍କୁଳ ହୋଇଉଠିଛି ।

Intro:Body:

BLANK  FOR STORY

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.