ETV Bharat / bharat

ବିହାର ନିର୍ବାଚନ ପୂର୍ବରୁ ଦଳ ଛାଡିବେ ନୀତିଶଙ୍କ ମନ୍ତ୍ରୀ ! - ଆରଜେଡି

ବିହାର ବିଧାନସଭା ନିର୍ବାଚନକୁ ନେଇ ଆରମ୍ଭ ହେବାକୁ ଯାଉଛି ଦଳ ଡିଆଁପର୍ବ । ଖୁବ ଶୀଘ୍ର ଝଟକ ଖାଇବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

shyam rajak
shyam rajak
author img

By

Published : Aug 16, 2020, 4:42 PM IST

ପାଟନା: ବିହାରରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ଆରମ୍ଭ ହେବାକୁ ଯାଇଛି ଦଳ ଡିଆଁ ପର୍ବ । ଖୁବଶୀଘ୍ର ରାଜ୍ୟ ରାଜନୀତିରେ ଦେଖିବାକୁ ମିଳିବ ବଡ ପଟ ପରିବର୍ତ୍ତନ । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ । ସୂତ୍ର ଅନୁସାରେ ବିହାର ସରକାରରେ ମନ୍ତ୍ରୀ ଥିବା ଶ୍ୟାମ ରଜକ ଆସନ୍ତା 2 ଦିନ ମଧ୍ୟରେ ଦଳରୁ ଇସ୍ତଫା ଦେଇ ଆରଜେଡିରେ ସାମିଲ ହେବେ ।

ପୂର୍ବରୁ ମଧ୍ୟ ଶ୍ୟାମ ରଜକ ଆରଜେଡିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସେ ଏହାକୁ ଗଣମାଧ୍ଯମର ପ୍ରଚାର ବୋଲି ସଫେଇ ଦେଉଥିଲେ । କିନ୍ତୁ ଆସନ୍ତା 2 ଦିନ ମଧ୍ୟର ଦଳ ଛାଡିବା ନିଶ୍ଚିତ କୁହାଯାଉଛି । ଯଦି ଏହା ହୁଏ ତେବେ ନିର୍ବାଚନ ତାରିଖ ଘୋଷଣା ହେବାପୂର୍ବରୁ ରାଜ୍ୟରେ ପ୍ରଥମ ଥର ଜେଡିୟୁକୁ ଝଟକା ଲାଗିବ । ସମୟ ଥିଲା ଦିନେ ଶ୍ୟାମ ରଜକ ଆରଜେଡି ସୁପ୍ରିମ ଲାଲୁ ପ୍ରସାଦ ଯାଦବଙ୍କ ଅତି ଘନିଷ୍ଠ ଥିଲେ । ରାବ୍ରୀ ଦେବୀଙ୍କ ସରକାରରେ ମନ୍ତ୍ରୀ ଥିଲେ । ତେବେ ଜେଡିୟୁରେ ତାଙ୍କର ଅଣଦେଖାକୁ ସେ ଅନୁଭବ କରି ପୁଣି ଥରେ ନିଜ ପୁରୁଣା ଦଳକୁ ଫେରିଯିବା ପାଇଁ ମନ ବଳାଇଛନ୍ତି ଶ୍ୟାମ । ଜେଡିୟୁ ମଧ୍ୟ ତାଙ୍କୁ ବୁଝାଇବା ପାଇଁ ପ୍ରସ୍ତୁତ ନଥିବା କୁହାଯାଉଛି ।

ଶ୍ୟାମ ରଜକ 2009 ରେ ରାଷ୍ଟ୍ରୀୟ ଜନତା ଦଳ ( ଆରଜେଡି) ରୁ ଇସ୍ତଫା ଦେଇ ଜେଡିୟୁରେ ସାମିଲ ହୋଇଥିଲେ । ଜେଡିୟୁ ଟିକେଟରେ ନିର୍ବାଚନ ଲଢି ବିଜୟୀ ହୋଇ ମନ୍ତ୍ରୀ ହୋଇଥିଲେ । ବର୍ତ୍ତମାନ ବିହାରରେ ଜଣେ ଦଳିତ ନେତା ଭାବେ ରଜକଙ୍କ ବେଶ ପରିଚିତ । ଯଦି ରଜକ ଦଳ ଛାଡନ୍ତି ଓ ବିହାର ନିର୍ବାଚନରେ ଜାତିଗତ ରାଜନୀତି ହୁଏ ଜେଡିୟୁ ନିଶ୍ଚିତ ଝଟକା ଖାଇବାର ଆଶଙ୍କା ରହିଛି । ତେବେ ଆଗକୁ ରାଜ୍ୟ ରାଜନୀତିରେ ଏହାର ପ୍ରଭାବ କଣ ରହୁଛି ତା ଉପରେ ନଜର ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.