ETV Bharat / bharat

ବିହାର ନିର୍ବାଚନ: ଭିଆଇପିକୁ 11 ସିଟ୍‌ ଦେଲା ବିଜେପି - ମୁକେଶ ସାହାଣୀ

ମହାମେଣ୍ଟ ଛାଡି ଏନଡିଏରେ ସାମିଲ ହୋଇଥିବା ମୁକେଶ ସାହାଣୀଙ୍କ ଦଳ ବିକାଶଶୀଳ ଇନସାନ ପାର୍ଟି(VIP)କୁ ନିଜ କୋଟାରୁ 11ଟି ଆସନ ଦେବାକୁ ଘୋଷଣା କରିଛି ବିଜେପି । ଅଧିକ ପଢନ୍ତୁ...

ବିହାର ନିର୍ବାଚନ: ଭିଆଇପିକୁ 11 ସିଟ୍‌ ଦେଲା ବିଜେପି

author img

By

Published : Oct 7, 2020, 4:00 PM IST

ପାଟନା: ବିହାର ବିଧାନସଭା ନିର୍ବାଚନକୁ ନେଇ ଏନଡିଏରେ ହୋଇସାରିଛି ସିଟ ଭାଗବାଣ୍ଟ । ନିକଟରେ ମହାମେଣ୍ଟ ଛାଡି ଏନଡିଏରେ ସାମିଲ ହୋଇଥିବା ମୁକେଶ ସାହାଣୀଙ୍କ ଦଳ ବିକାଶଶୀଳ ଇନସାନ ପାର୍ଟି(VIP)କୁ ନିଜ କୋଟାରୁ 11ଟି ଆସନ ଦେବାକୁ ଘୋଷଣା କରିଛି ବିଜେପି ।

ଏନଡିଏର ସିଟ ବଣ୍ଟନ ଫର୍ମୁଲା ଅନୁଯାୟୀ ଜେଡିୟୁକୁ 122 ଓ ବିଜେପିକୁ 121ଟି ଆସନ ମିଳିଛି । ଏଥିରୁ ଜେଡିୟୁ ନିଜ କୋଟାରୁ ହିନ୍ଦୁସ୍ଥାନ ଆବାମ ମୋର୍ଚ୍ଚାକୁ 7ଟି ଆସନ ଦେଇଥିବା ବେଳେ ଭିଆଇପିକୁ ବିଜେପି ଦେଇଛି 11ଟି ଆସନ ।

ବୁଧବାର ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ସଞ୍ଜୟ ଜୈସୱାଲ କହିଛନ୍ତି ଯେ ବିଜେପି ପଛୁଆବର୍ଗଙ୍କ ପାଇଁ କାମ କରୁଛି, ମୁକେଶ ସାହାଣୀ ଅତୀତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମର୍ଥନରେ କାର୍ଯ୍ୟ କରୁଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.