ETV Bharat / bharat

ବିହାର ନିର୍ବାଚନ: ବିଏସପି ରାଜ୍ୟ ସଭାପତି ଆରଜେଡିରେ ସାମିଲ

author img

By

Published : Oct 3, 2020, 1:41 PM IST

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବିଏସପି ରାଜ୍ୟ ସଭାପତି ଆରଜେଡିରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ...

ବିହାର ନିର୍ବାଚନ: ବିଏସପି ରାଜ୍ୟ ସଭାପତି ଆରଜେଡିରେ ସାମିଲ
ବିହାର ନିର୍ବାଚନ: ବିଏସପି ରାଜ୍ୟ ସଭାପତି ଆରଜେଡିରେ ସାମିଲ

ପାଟନା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଯାଇଛି ଦଳଡିଆଁ ପର୍ବ । ଏହି ପରିପ୍ରେକ୍ଷୀରେ ଆଜି ବିଏସପି(ବହୁଜନ ସମାଜ ପାର୍ଟି) ରାଜ୍ୟ ସଭାପତି ଭରତ ବିନ୍ଦ ଆରଜେଡି(ରାଷ୍ଟ୍ରୀୟ ଜନତା ଦଳ)ରେ ସାମିଲ ହୋଇଛନ୍ତି ।

ଆରଜେଡି ନେତା ତେଜଶ୍ବୀ ଯାଦବଙ୍କ ଉପସ୍ଥିତିରେ ସେ ଦଳର ପ୍ରାଥମିକ ସଦସ୍ୟ ପଦ ଗ୍ରହଣ କରିଛନ୍ତି । ତେବେ ନିର୍ବାଚନ ପୂର୍ବରୁ ବିଏସପିର ରାଜ୍ୟ ସଭାପତି ଆରଜେଡିରେ ସାମିଲ ହେବା ଦଳ ପାଇଁ କ୍ଷତି ପହଞ୍ଚାଇବ ବୋଲି କୁହାଯାଉଛି ।

ସୂଚନାଥାଉକି, ବିହାର ବିଧାନସଭା ନିର୍ବାଚନ ତିନି ପର୍ଯ୍ୟାୟରେ ହେବ । ପ୍ରଥମେ 71 ଆସନ ପାଇଁ ଅକ୍ଟୋବର 28 ତାରିଖ, ଦ୍ବିତୀୟରେ 94ଟି ଆସନ ପାଇଁ ନଭେମ୍ବର 3 ତାରିଖ ଓ ଶେଷରେ 78ଟି ଆସନ ପାଇଁ ନଭେମ୍ବର 7 ତାରିଖରେ ମତଦାନ କରିବେ ଜନତା । ନଭେମ୍ବର 10 ତାରିଖରେ ଏହାର ଫଳାଫଳ ପ୍ରକାଶ ପାଇବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.