ପାଟନା: ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଦିବଂଗତ ଅରୁଣ ଜେଟଲୀଙ୍କ ଶନିବାର ଥିଲା 67ତମ ଜୟନ୍ତୀ । ଏହି ବିଚକ୍ଷଣ, କର୍ମଠ, ଅର୍ଥନୀତିଜ୍ଞ, ଆଇନଜୀବୀ, ରାଜନେତାଙ୍କ ଚଳିତ ବର୍ଷ ବିୟୋଗ ଘଟିଥିଲା । ତାଙ୍କ ସମ୍ମାନାର୍ଥେ ବିହାର ସରକାର ପାଟଣାରେ ଅରୁଣ ଜେଟଲୀଙ୍କ ପ୍ରତିମୂର୍ତ୍ତୀ ପ୍ରତିଷ୍ଠା କରିଛନ୍ତି । ଆଜି (ଶନିବାର) ତାଙ୍କ ଜୟନ୍ତୀରେ ଏକ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।
ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜେଟଲୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ସୁଶୀଳ ମୋଦି ଓ ସ୍ବର୍ଗତ ଅରୁଣ ଜେଟଲୀଙ୍କ ପରିବାର ଉପସ୍ଥିତ ଥିଲେ ।