ETV Bharat / bharat

କୋରୋନା ଟେଷ୍ଟ କଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ରିପୋର୍ଟ ନେଗେଟିଭ - କୋଭିଡ୍ 19

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ତାଙ୍କର 4 ସଚିବ କୋରୋନା ଟେଷ୍ଟ କରାଇଛନ୍ତି। ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି।

କୋରୋନା ଟେଷ୍ଟ କଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ରିପୋର୍ଟ ନେଗେଟିଭ

author img

By

Published : Jul 5, 2020, 8:58 AM IST

ପାଟନା: କୋରୋନା କାଳରେ ସମସ୍ତେ ଭୟଭୀତ। ମହାମାରୀରୁ ମୁକ୍ତି ପାଇବା ପାଇଁ ସମସ୍ତେ ସତର୍କ ଓ ସଚେତନ ରହୁଛନ୍ତି। ତେବେ ଏଥିରୁ କେମିତି ବା ବାଦ୍ ପଡିଥାନ୍ତେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ମନ୍ତ୍ରୀ ଏବଂ ତାଙ୍କର 4 ଜଣ ସଚିବ କୋଭିଡ୍ ପରୀକ୍ଷା କରିଛନ୍ତି।

କାରଣ ସିଏମ୍ ନିକଟରେ ବିହାର ବିଧାନ ପରିଷଦ ଅଧ୍ୟକ୍ଷ ଆୱାଡେଶ ନାରାୟଣ ସିଂଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କୋରୋନାଭାଇରସ୍ ପାଇଁ ପରୀକ୍ଷା କରିଥିଲେ। ହେଲେ ସିଏମଙ୍କ ନେଗେଟିଭ୍ ରିପୋର୍ଟ ଆସିଥିବା ଜଣାପଡିଛି।

ଏହାସହ ତାଙ୍କ ସହ ଘନିଷ୍ଠ ସମ୍ପର୍କରେ ଥିବା ସମସ୍ତ ଅଧିକାରୀଙ୍କୁ ମଧ୍ୟ କୋରୋନା ପରୀକ୍ଷା କରିବାକୁ ସିଏମ୍ ନିର୍ଦ୍ଦେଶ ଦେଇଛନ୍ତି ବୋଲି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏହାପୂର୍ବରୁ ଶନିବାର ଦିନ ବିହାର ବିଧାନ ପରିଷଦ ଆୱାଡେଶ ନାରାୟଣ ସିଂ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ।

ସେ ଜୁଲାଇ ୧ ରେ ବିଧାନ ପରିଷଦର ନଅ ଜଣ ନିର୍ବାଚିତ ସଦସ୍ୟଙ୍କୁ ଶପଥ ପାଠ କରିଥିଲେ, ଯେଉଁଠାରେ ସିଏମ ନୀତୀଶ କୁମାର ମଧ୍ୟ ଉପସ୍ଥିତ ଥିଲେ। ଶପଥ ଗ୍ରହଣ ସମାରୋହରେ ଡେପୁଟି ସିଏମ୍ ସୁଶୀଲ କୁମାର ମୋଦି ଅନ୍ୟ ରାଜନୈତିକ ନେତା ତଥା ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ।

ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବିହାରରେ ମୋଟ 10,954 କୋଭିଡ୍ 19 ନିଶ୍ଚିତ ମାମଲା ରହିଛି, ସେଥିମଧ୍ୟରୁ 2660 ଟି ସକ୍ରିୟ ଥିବାବେଳେ 80 ଜଣ ଲୋକ ଏହି ପ୍ରାଣ ହରାଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.