ପାଟନା: ଆଗାମୀ ନଭେମ୍ବର 23ରୁ ଆରମ୍ଭ ହେବାକୁ ଯାଉଛି ବିହାରର ବିଧାନସଭା ଅଧିବେଶନ । ତେବେ ଏହା ନଭେମ୍ବର 23ରୁ 27 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି ।
ଗତ ସୋମବାର ନୀତିଶ କୁମାର ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ବିଜେପି ନେତା ତାରକିଶୋର ପ୍ରସାଦ ଓ ରେନୁ ଦେବୀ ବିହାରର ଡେପୁଟି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟର ଚଳିତ ବିଧାନସଭା ନିର୍ବାଚନରେ 243 ଟି ଆସନରୁ ଏନଡିଏ ମିଳିତ ଭାବରେ ସର୍ବାଧିକ 125ଟି ଆସନ ହାତେଇଛି । ତେବେ ଏହି 125ଟି ଆସନ ମଧ୍ୟରୁ ବିଜେପି 74ଟି ଓ ଜନତା ଦଳ 43ଟି ଆସନ ଜିତିଥିବା ବେଳେ ଏନଡିଏ 8ଟି ଆସନ ଜିତିଛି ।
ସେପଟେ ଆରଜେଡି ଏକକ ଦଳ ଭାବେ ସର୍ବାଧିକ 75ଟି ଆସନ ଜିତିଛି । ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ 70ଟି ଆସନ ପାଇଁ ନିର୍ବାଚନ ଲଢୁଥିବା ବେଳେ କେବଳ 19ଟି ଆସନ ଜିତିଛି ।
@ANI