ETV Bharat / bharat

ରାମ ବିଳାସ ପାସଓ୍ବାନଙ୍କ ବିନା ବିହାର ନିର୍ବାଚନ

author img

By

Published : Oct 9, 2020, 12:45 PM IST

ବନ୍ୟା ଓ ମହାମାରୀ ମଧ୍ୟରେ ବିହାରରେ କିଛି ସପ୍ତାହ ପରେ ଆରମ୍ଭ ହେବ ନିର୍ବାଚନ । ମହାମାରୀ ଆରମ୍ଭ ହେବା ପର ଠାରୁ ଭାରତର ଏହା ପ୍ରଥମ ବିଧାନସଭା ନିର୍ବାଚନ । କିନ୍ତୁ ଏହି ନିର୍ବାଚନରେ ଆଉ ଦେଖିବାକୁ ମିଳିବେ ନାହିଁ ଦିଗଜ ରାମ ବିଳାସ ପାସଓ୍ବାନ । ତେବେ ପାସଓ୍ବାନଙ୍କ ସ୍ଥାନରେ ତାଙ୍କ ପୁଅ କିପରି ଏହି ନିର୍ବାଚନରେ ନିଜର ଅସ୍ଥିତ୍ବ ବଜାୟ ରଖୁଛନ୍ତି ତାହା ଦେଖୁବାକୁ ମିଳିବ ।

ରାମ ବିଳାସ ପାସଓ୍ବାନଙ୍କ ବିନା ବିହାର ନିର୍ବାଚନ
ରାମ ବିଳାସ ପାସଓ୍ବାନଙ୍କ ବିନା ବିହାର ନିର୍ବାଚନ
  • ବନ୍ୟା ଓ ମହାମାରୀ ମଧ୍ୟରେ ବିହାରରେ କିଛି ସପ୍ତାହ ପରେ ଆରମ୍ଭ ହେବ ରାଜ୍ୟ ନିର୍ବାଚନ । ମହାମାରୀ ଆରମ୍ଭ ହେବା ପର ଠାରୁ ଭାରତର ଏହା ପ୍ରଥମ ବିଧାନସଭା ନିର୍ବାଚନ ।
  • ଏହି ନିର୍ବାଚନରେ ଆଉ ଦେଖିବାକୁ ମିଳିବେ ନାହିଁ ଦିଗଜ ରାମ ବିଳାସ ପାସଓ୍ବାନ । ତେବେ ପାସଓ୍ବାନଙ୍କ ସ୍ଥାନରେ ତାଙ୍କ ପୁଅ କିପରି ନିର୍ବାଚନରେ ନିଜର ଅସ୍ଥିତ୍ବ ବଜାୟ ରଖୁଛନ୍ତି ତାହା ଦେଖୁବାକୁ ମିଳିବ ।
  • ବିହାରର 'ବନିଆ' ପାର୍ଟି ଭାବେ ଜଣାଶୁଣା ରାଜ୍ୟ ବିଜେପିକୁ ଉଚ୍ଚଜାତିମାନେ ସମର୍ଥନ କରନ୍ତି । ବିହାରର ମୋଟ ଜନସଂଖ୍ୟା ତୁଳନାରେ ସେମାନେ 1/5 ଭାଗରୁ ବି କମ୍‌ । ଆରଜେଡିକୁ ଅଧିକାଂଶ ଯାଦବ ଓ ମୁସଲାମାନଙ୍କ ସମର୍ଥନ ମିଳେ । ରାଜ୍ୟର ମୋଟ ଜନସଂଖ୍ୟାର 1/3 ଭାଗ ସେମାନେ ରହିଛନ୍ତି ।
  • ଏହି ଉଭୟ ଦଳ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଅସମାନତା ଥିବାରୁ କେଉଁ ଦଳ ହାତରେ ପାଓ୍ବରରେ ରହିବ ତାହା ନିର୍ଭର କରୁଛି କିଛିଟା ବିଭାଗ ଉପରେ । ସେଗୁଡିକ ହେଲା- ଅଣ ଯାଦବ ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ) କୁର୍ମିସ ଓ କୋରିସ୍‌ , ଇବିସି (ଅତ୍ୟନ୍ତ ପଛୁଆ ବର୍ଗ) ନିଶାଦ, ନାଇକହର ଓ ମାଣ୍ଡାଲ୍‌ ଏବଂ ମହାଦଳିତ ଯେପରି ପାସଓ୍ବାନ, ମୁସାହର ଓ ଚମାର ।
  • ଗତ 50 ବର୍ଷ ହେବ ରାମ ବିଳାସ ପାସଓ୍ବାନ ରାଜନୀତିରେ ରହିଥିଲେ ଓ ସେ ଜଣେ ଆଦର୍ଶ ଦଳିତ ନେତା ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ ।
  • ବିହାରରେ 22 ପ୍ରତିଶତ ଭୋଟ ବ୍ୟାଙ୍କ ଦଳିତଙ୍କ ରହିଛି । ସେମାନଙ୍କ ମଧ୍ୟରେ6 ପ୍ରତିଶତ ପାସଓ୍ବାନଙ୍କ ରହିଛି । ଫଳରେ ଦେଖିବାକୁ ଗଲେ ରାମ ବିଳାସଙ୍କ ଏହା ମୂଳ ଭୋଟ ବ୍ୟାଙ୍କ ଥିଲା । ଏପଟେ ଚିରାଗଙ୍କ ପାର୍ଟି ତୁଳନାରେ ଆରଜିଡିର ସାଂଗଠନିକ ଉପସ୍ଥିତି ଅଧିକ ରହିଛି । ଫଳରେ ଏହା ଲୋକ ଜନଶକ୍ତି ପାର୍ଟି ପାଇଁ ଏକ ଘାତକ ସାଜିବ ।
  • ସିନିୟର ପାସଓ୍ବାନଙ୍କ ଦେହାନ୍ତ ପରେ ଏବେ ଜୁନିଅର ପାସଓ୍ବାନଙ୍କ ପାଇଁ ରାଜନୀତିରେ ଏକ ପରୀକ୍ଷାର ଘଡି ଆରମ୍ଭ ହୋଇଯାଇଛି । କାରଣ ସେ 2019ରେ ଏଲଜିପିର ଭାର ସମ୍ଭାଳିଥିଲେ ।
  • ବର୍ତ୍ତମାନ ନିର୍ବାଚନର ହୁଙ୍କାର ମଧ୍ୟରେ ଏନଡିଏ ସହ ସିଟ୍‌ ବୁଝାମଣା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବ । ଏହା ବ୍ୟତୀତ ସେ ଯଦି ଏକୁଟିଆ ନିର୍ବାଚନରେ ଛିଡା ହେବାକୁ ନିଷ୍ପତ୍ତି ନିଅନ୍ତି , ତାହା ତାଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହେବ ।
  • ତେଜସ୍ବୀଙ୍କ ପରି ଚିରାଗ ମଧ୍ୟ ପାରିବାରିକ ଦଳକୁ ଲମ୍ଫ ପ୍ରଦାନ କରିଛନ୍ତି । କିନ୍ତୁ ସେ ନିଜର ପ୍ରଭାବ ଅନ୍ୟ ବରିଷ୍ଠ ନେତାଙ୍କ ମଧ୍ୟରେ ପକେଇ ପାରିନାହାଁନ୍ତି । କାରଣ ଏଲଜେପିର 6 ସାଂସଦଙ୍କ ମଧ୍ୟରୁ 3ଜଣ ପରିବାରର ରହିଛନ୍ତି । ସେଥିରେ ସେ, ଦାଦା ପଶୁପତି ପରାସ ଓ ଦାଦଙ୍କ ପୁଅ ପ୍ରିନ୍ସ ରାଜ ରହିଛନ୍ତି । ସେମାନଙ୍କୁ ଛାଡିଦେଲେ ଅନ୍ୟ 3ଜଣ ସାଂସଦ ମେହବୁବ ଅଲ୍ଲି କେସିଆର, ବୀଣା ଦେବୀ ଓ ଚନ୍ଦନ ସିଂଙ୍କୁ ଏଲଜେପିଙ୍କୁ ଦଳର କୌଣସି ଗୁରୁ ଦାୟିତ୍ବ ଦିଆଯାଇ ନାହିଁ । ଫଳରେ ଦେଖିଲେ ଚିରାଗ ହିଁ ପାର୍ଟିକୁ ଚଳାଉଛନ୍ତି । ଏଥିଲାଗି ଅନ୍ୟ ନେତାଙ୍କ ନିକଟରେ ସେ ଗ୍ରହଣୀୟ ହୋଇ ପାରିନଥିବା ବୋଲି ପ୍ରଶ୍ନ ଉଠିଛି ।
  • ଲୋକ ଜନଶକ୍ତି ପାର୍ଟି ନିର୍ବାଚନରେ ଏକଟୁଆ ହିଁ ଯାଉଛି । ଏଲଜେପି ମୁଖିଆ ଚିରାଗ ପାସଓ୍ବାନ ନିଷ୍ପତ୍ତି ନେଇଛନ୍ତି ଏକଟୁଆ ହିଁ ବିହାର ନିର୍ବାଚନ ଲଢିବେ । କିନ୍ତୁ ସେ ବିଜେପି ବିପକ୍ଷରେ ପାର୍ଥି ଛିଡା ନକରି ଜେଡିୟୁ ବିପକ୍ଷରେ ଲଢିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ଜୁନିୟର ପାସଓ୍ବାନ ।
  • ତେବେ ନିର୍ବାଚନ ପୂର୍ବରୁ ମେଣ୍ଟରେ ଭାଗ ନନେଇ କେବଳ ଜେଡିୟୁ ବିରୋଧରେ ପ୍ରାର୍ଥୀ ଦେଇ ବିଜେପିର ଆହୁରି ନିକଟତର ହେବାକୁ ଚିରାଗ ଚାଲ ଚଲାଇଥିବାବେଳେ ଏହା ବିଜେପିକୁ ଫାଇଦା ଦେଇପାରେ ବୋଲି କୁହାଯାଉଛି । ମେଣ୍ଟରେ ଜେଡିୟୁକୁ ମିଳିଥିବା ଆସନରେ ହିଁ ଚିରାଗ ନିଜ ଦଳର ପ୍ରାର୍ଥୀଙ୍କୁ ଛିଡା କରୁଥିବାରୁ ଜେଡିୟୁ ପାଇଁ ଏହା ବିପଦ ହେବ । ଯାହା ନିର୍ବାଚନ ପରବର୍ତ୍ତୀ ସମୟରେ ବିଜେପିକୁ ଫାଇଦା ଦେବ ବୋଲି ଚର୍ଚ୍ଚା ଚାଲିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.