ETV Bharat / bharat

ବିହାର ମହାସମର: ପୁଣି ଫେରିବେ ନୀତିଶ ନା ଇତିହାସ ରଚିବେ ତେଜସ୍ବୀ ? - ବିହାର ନିର୍ବାଚନ ରେଜଲ୍ଟ

ବିହାର ବିଧାନସଭା ନିର୍ବାଚନ ପାଇଁ ମତଦାନ ସରିଥିବାବେଳେ ଆଜି ଭୋଟ ଗଣତି । ତେବେ କିଏ ମାରିବ ବାଜି ? ତା ଉପରେ ସମସ୍ତଙ୍କ ନଜର । ଅଧିକ ପଢନ୍ତୁ...

ବିହାର ମହାସମର
ବିହାର ମହାସମର
author img

By

Published : Nov 10, 2020, 7:08 AM IST

ପାଟନା: ଆଜି ଆସିବ ବିହାର ଫଳାଫଳ । କିଏ ମାରିବ ବାଜି ? କାହାକୁ ଭରସା କରିଛନ୍ତି ବିହାରବାସୀ ? କାହା ମୁଣ୍ଡରେ ବାନ୍ଧିବେ ଶିରିପା ? ଚତୁର୍ଥ ଥର ପାଇଁ ନୀତିଶ ପାଟନା ସିଂହାସନ ଦଖଲ କରିବେ ନା ତେଜସ୍ବୀ ହାତେଇବେ ବିହାର ଗଡ ? ଏ ତମାମ ପ୍ରଶ୍ନର ଉତ୍ତର ଆଜି (ମଙ୍ଗଳବାର) ମିଳିବ ।

ସକାଳୁ 8ଟାରୁ ଭୋଟ ଗଣତି ଆରମ୍ଭ ହେବାକୁ ଥିବାବେଳେ ଭୋଟ ଗଣନାର ଟିକିନିକ୍‌ ଖବର http://results.eci.gov.in ଓ ଭୋଟର ହେଲ୍ପଲାଇନ ଆପରେ ଉପଲବ୍ଧ ହେବ । ଗଣନା ପାଇଁ ରାଜ୍ୟର 38 ଜିଲ୍ଲାରେ 55 ଟି ଗଣତି କେନ୍ଦ୍ର କରାଯାଇଛି । ବିଧାନସଭା ନିର୍ବାଚନରେ ସମୁଦାୟ 3755 ଜଣ ପ୍ରାର୍ଥୀ ମୈଦାନରେ ଥିବାବେଳେ ଆଜି ସେମାନଙ୍କ ଭାଗ୍ୟପେଡି ଖୋଲିବ ।

କୋରୋନା ଭାଇରାସ ସମୟରେ ବିହାରରେ ପ୍ରଥମ ନିର୍ବାଚନ ହୋଇଥିବାରୁ ଏହା ଉପରେ ସମସ୍ତଙ୍କର ନଜର ରହିଛି । 243 ଆସନ ବିଶିଷ୍ଟ ବିହାର ବିଧାନସଭା ପାଇଁ ଅକ୍ଟୋବର 28, ନଭେମ୍ବର 3 ଓ ନଭେମ୍ବର 7 ରେ ରାଜ୍ୟରେ ତିନି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା ।

ସମୁଦାୟ 7,29,27,396 ଜଣ ଭୋଟର ଭୋଟ ଦେବାକୁ ଯୋଗ୍ୟ ଥିବାବେଳେ ରାଜ୍ୟରେ 57.05 ପ୍ରତିଶତ ମତଦାନ ହୋଇଛି । ଯାହାକି 2015 ନିର୍ବାଚନ ଠାରୁ 0.39 ପ୍ରତିଶତ ଅଧିକ । 2015ରେ 56.66 ପ୍ରତିଶତ ମତଦାନ ହୋଇଥିଲା ।

କୋରୋନା କାଳ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମତଦାନ ସମୟରେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜ ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଥିବାବେଳେ ଗଣତି ଦିନ ମଧ୍ୟ ସମାନ ଦିଗ ଉପରେ ଦୃଷ୍ଟି ଦେଇଛି ନିର୍ବାଚନ ଆୟୋଗ । କୋରୋନା କଟକଣା ମଧ୍ୟରେ ଗଣତି ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

ଭୋଟ ଗଣନା କେନ୍ଦ୍ର ମଧ୍ୟ ବଢାଯାଇଛି । 2019 ଲୋକସଭା ନିର୍ବାଚନ ସମୟରେ 38ଟି ଭୋଟ ଗଣନା କେନ୍ଦ୍ର ଥିବାବେଳେ ଚଳିତ ନିର୍ବାଚନ ପାଇଁ 55ଟି ଗଣନା କେନ୍ଦ୍ର କରାଯାଇଛି । ସାମାଜିକ ଦୂରତା ରକ୍ଷା କରି ଏସମସ୍ତ ଗଣନା କେନ୍ଦ୍ରରେ ଗଣନା କରାଯିବ ବୋଲି ଜଣାପଡିଛି ।

ସେହିପରି ଗଣନାକେନ୍ଦ୍ର ଚାରିପଡେ 144 ଧାରା ଜାରି କରାଯାଇଛି । ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ଏଭଳି କଟକଣା ଗ୍ରହଣ କରିଛି ନିର୍ବାଚନ ଆୟୋଗ । ଷ୍ଟ୍ରଙ୍ଗରୁମରେ 19 କମ୍ପାନୀ ଅର୍ଦ୍ଧସମାରିକ ବଳ ମଧ୍ୟ ମୁତୟନ କରାଯାଇଛି । ଏନେଇ ବିହାର ମୁଖ୍ୟ ନିର୍ବାଚନ କମିଶନର ଏଚଆର ଶ୍ରୀନିବାସ ସୂଚନା ଦେଇଛନ୍ତି ।

ଗଣନା କେନ୍ଦ୍ର ଓ ଷ୍ଟ୍ରଙ୍ଗରୁମକୁ 24 ଘଣ୍ଟିଆ ସିସିଟିଭି ନଜରରେ ରଖାଯାଇଥିବା କୁହାଯାଇଛି । ଏହାସହ ପାରାମିଲିଟାରୀ ଫୋର୍ସ ଏହାକୁ ଜଗି ରହିଛନ୍ତି । ଅନ୍ୟପଟେ ପ୍ରାର୍ଥୀମାନଙ୍କୁ ଗଣନା କେନ୍ଦ୍ର ବାହାରେ ବସିବା ପାଇଁ ଅନୁମତି ମିଳିଛି । ଯେଉଁମାନେ ଗଣନା କେନ୍ଦ୍ରକୁ ଆସିବେ ସେମାନଙ୍କ ପାଇଁ ଲଗ୍‌ବୁକ୍‌ର ବ୍ୟବସ୍ଥା କରାଯାଇଛି । ସେହିପରି ଗଣନା କେନ୍ଦ୍ରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ତ୍ରିକୋଣୀୟ ଲଢେଇ

ଚଳିତ ବିହାର ବିଧାନସଭା ନିର୍ବାଚନରେ ପ୍ରାୟତଃ ତ୍ରିକୋଣୀୟ ଲଢେଇ ହୋଇଥିବା ଦେଖିବାକୁ ମିଳିଛି । ଜେଡିୟୁ-ବିଜେପି ମେଣ୍ଟ ଓ ମହାମେଣ୍ଟ (ଆରଜେଡି,କଂଗ୍ରେସ ଓ ଅନ୍ୟ) ଏବଂ ଚିରାଗ ପାଶୱାନଙ୍କ ଲୋକଜନଶକ୍ତି ପାର୍ଟି ମଧ୍ୟରେ ଲଢେଇ ଜୋରଦାର ହୋଇଛି ।

ଯେଉଁଥିରେ ଏନଡିଏ ପକ୍ଷରୁ ଜେଡିୟୁ 115 ଆସନ, ବିଜେପି 110 ଆସନ ବିକାଶଶୀଳ ଇନଶାନ ପାର୍ଟି 11 ଆସନ, ଜିତନ ରାମ ମାଝିଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା 7ଟି ଆସନରେ ଲଢିଛନ୍ତି । ସେପଟେ ମହାମେଣ୍ଟ ପକ୍ଷରୁ ଆରଜେଡି 144 ଆସନ, କଂଗ୍ରେସ 70 ଆସନ, ସିପିଆଇଏମଏଲ 19 ଆସନ, ସିପିଆଇ 6, ସିପିଆଇଏମ 4ଟି ଆସନରେ ମୈଦାନରେ ଅଛନ୍ତି ।

ଏନଡିଏ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରି ଲଢୁଥିବାବେଳେ ମହାମେଣ୍ଟ ପକ୍ଷରୁ ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଇଛି । ତେବେ ଏଲଜେପି 130 ଆସନରେ ନିଜ ପ୍ରାର୍ଥୀଙ୍କୁ ଠିଆ କରିଛି । ଯେଉଁଥିରେ ଅଧିକାଂଶ ଜେଡିୟୁ ପ୍ରାର୍ଥୀଙ୍କ ବିରୋଧରେ ସେମାନେ ମୈଦାନରେ ଅଛନ୍ତି ।

ନୀତିଶ କୁମାର ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଅଣ୍ଟା ଭିଡିଥିବାବେଳେ ତେଜସ୍ବୀ ଯାଦବ ଇତିହାସ ରଚିବାକୁ ପ୍ରସ୍ତୁତ । ତେବେ କେବଳ 2015 ମସିହା ଛାଡି ଅନ୍ୟ ସବୁବେଳେ ନୀତିଶ କୁମାର ବିଜେପି ସହ ମେଣ୍ଟ କରି ସରକାରକୁ ଆସିଛନ୍ତି । 2015ରେ ମହାମେଣ୍ଟ ସହିତ ମିଶି ନୀତିଶ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

2015 ମସିହାରେ ଆରଜେଡି 80 ଆସନରେ ବିଜୟ ହୋଇଥିବାବେଳେ ଜେଡିୟୁ 71 ଆସନରେ ବିଜୟ ଲାଭ କରିଥିଲା । ସେହିପରି ବିଜେପି 53 ଆସନରେ ବିଜୟୀ ହୋଇଥିଲା । ତେବେ 2017 ମସିହାରେ ମହାମେଣ୍ଟରୁ ନୀତିଶ କୁମାର ଅଲଗା ହେବା ସହ ବିଜେପି ସହିତ ମିଶି ପୁଣି ସରକାର ଗଢିଥିଲେ ।

ମୈଦାନରେ ହାଇପ୍ରୋଫାଇଲ ପ୍ରାର୍ଥୀ

ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବ ରଘୁପୁର ସିଟ୍‌ରୁ ମୈଦାନରେ ଅଛନ୍ତି । ଏହା 1995 ମସିହାରୁ ଆରଜେଡିର ଗଡ ଭାବେ ପରିଚିତ ରହିଛି । ତାଙ୍କ ଭାଇ ତେଜପ୍ରତାପ ମହୁଆ ଆସନରୁ ମୈଦାନରେ ଅଛନ୍ତି ।

ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝି ଇମାମଗଞ୍ଜ ଆସନରୁ ଏନଡିଏ ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ବିରୋଧରେ ଆରଜେଡିରୁ ପୂର୍ବତନ ବାଚସ୍ପତି ଉଦୟ ନାରାୟଣ ଚୌଧୁରୀ ମୈଦାନରେ ଅଛନ୍ତି ।

ନୂଆକରି ଦଳ ଗଢୁଥିବା ପ୍ଲୁରାଲ୍ସ ପାର୍ଟିର ମୁଖ୍ୟ ପୁଷପମ ପ୍ରିୟା ଚୌଧୁରୀ ମଧ୍ୟ ମୈଦାନରେ ଅଛନ୍ତି । ସେ ବାଙ୍କିପୁରା ଓ ବିଶଫି ଆସନରୁ ଛିଡା ହୋଇଛନ୍ତି । ଅନ୍ୟପଟେ ଅନେକ ମନ୍ତ୍ରୀ ମଧ୍ୟ ମୈଦାନରେ ଅଛନ୍ତି ।

ଇସ୍ତାହାର ଓ ପ୍ରଚାର

ଚଳିତ ବିଧାନସଭା ଆସନ ପାଇଁ ପ୍ରଚାର ଜୋରଦାର ହୋଇଥିଲା । ଏନଡିଏ ସରକାର ଲାଲୁ ସରକାର ସମୟରେ ହୋଇଥିବା ଜଙ୍ଗଲରାଜକୁ ମନେ ପକାଇ ଆରଜେଡି ଉପରେ ବର୍ଷିଥିବାବେଳେ ଏନଡିଏ ସରକାରକୁ ବେକାରୀ ପ୍ରସଙ୍ଗରେ ଘେରିଥିଲା ମହାମେଣ୍ଟ । ମହାମେଣ୍ଟ ସରକାରକୁ ଆସିଲେ 10 ଲକ୍ଷ ଯୁବକଙ୍କୁ ଚାକିରି ଦେବାକୁ କହି ପ୍ରଚାରକୁ ଜୋରଦାର କରିଥିବାବେଳେ ବିଜେପି ମଧ୍ୟ ନିଜ ଇସ୍ତାହାରରେ ନିଯୁକ୍ତିକୁ ପ୍ରସଙ୍ଗ କରିଥିଲା । ଏହାସହ କୋରୋନା ଭ୍ୟାକସିନକୁ ନେଇ ବିଜେପି ବିହାର ଲୋକଙ୍କ ମନ କିଣିବାକୁ ଚେଷ୍ଟା କରିଥିଲା । ଅନ୍ୟପଟେ ଲୋକ ଜନଶକ୍ତି ପାର୍ଟି ବିହାର ପ୍ରଥମ, ବିହାରୀ ପ୍ରଥମ ନାରା ଦେଇ ମୈଦାନରେ ରହିଛି ।

ସୂଚନାଥାଉକି, ନିର୍ବାଚନ ପୂର୍ବରୁ ଏଲଜେପି ଏନଡିଏରୁ ଅଲଗା ହୋଇ ଏକାକୀ ନିର୍ବାଚନ ଲଢୁଛି । ତେବେ ନିର୍ବାଚନ ପରବର୍ତ୍ତୀ ସମୟରେ ବିଜେପି ସହ ମିଶି ସରକାର ଗଢିବ ବୋଲି କହି ଲୋକଙ୍କ ଆସ୍ଥା ଭାଜନ ପାଇଁ ଚେଷ୍ଟା କରିଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.