ETV Bharat / bharat

ଅକ୍ଟୋବର 23ରୁ ମୋଦିଙ୍କ ମିଶନ ବିହାର, ପାଟଳିପୁତ୍ରରେ ଶୁଭିବ ପିଏମଙ୍କ ରଣହୁଙ୍କାର

author img

By

Published : Oct 16, 2020, 4:04 PM IST

ଅକ୍ଟୋବର 23 ରେ ସାସାରାମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ରାଲି ଅନୁଷ୍ଠିତ ହେବ । ବିଜେପି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ରାଜ୍ୟରେ 12ଟି ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ । ଅଧିକ ପଢନ୍ତୁ...

ଅକ୍ଟୋବର 23ରୁ ମୋଦିଙ୍କ ମିଶନ ବିହାର, ପାଟଳିପୁତ୍ରରେ ଶୁଭିବ ପିଏମଙ୍କ ରଣହୁଙ୍କାର
ଅକ୍ଟୋବର 23ରୁ ମୋଦିଙ୍କ ମିଶନ ବିହାର, ପାଟଳିପୁତ୍ରରେ ଶୁଭିବ ପିଏମଙ୍କ ରଣହୁଙ୍କାର

ପାଟନା: ପାଟଳିପୁତ୍ରର ରାଜନୈତିକ ଯୁଦ୍ଧରେ ବିଜୟ ହାସଲ କରି ପୂନର୍ବାର ବିହାର ଦଖଲ କରିବାକୁ ଭରପୁର ପ୍ରୟାସ ଚଳାଇଛି ଭାରତୀୟ ଜନତା ପାର୍ଟି । ଏନେଇ ବିଜେପି ପକ୍ଷରୁ ଆରମ୍ଭ ହୋଇଛି ଯୋରଦାର ପ୍ରଚାର ଅଭିଯାନ । ଏହି କ୍ରମରେ ଖୁବ ଶୀଘ୍ର ନିର୍ବାଚନୀ ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବିଜେପି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ରାଜ୍ୟରେ 12ଟି ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ନୀତୀଶ କୁମାରଙ୍କ ସମେତ ଅନେକ ବରିଷ୍ଠ ନେତା ଏବଂ ଦଳୀୟ କର୍ମୀ ଏଥିରେ ଯୋଗଦେବେ। ଅକ୍ଟୋବର 23 ରେ ସାସାରାମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ରାଲି ଅନୁଷ୍ଠିତ ହେବ।

  • ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର 23ରେ ସାସାରାମରେ ପ୍ରଥମ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବେ । ପ୍ରଥମ ଦିନରେ ହିଁ ପ୍ରଧାନମନ୍ତ୍ରୀ ଗୟା ଓ ଭାଗଲପୁରରେ କ୍ରମାଗତ 2ଟି ରାଲିକୁ ସମ୍ବୋଧନ କରିବେ ।
  • ଅକ୍ଟୋବର 28ରେ ନିର୍ବାଚନୀ ରାଲିକୁ ସମ୍ବୋଧନ ପାଇଁ ପ୍ରଧାନମନ୍ତ୍ରୀ ଦ୍ବିତୀୟ ଥର ବିହାର ଆସିବେ। ସେ ଏହି ଦିନ ଦରଭଙ୍ଗା ଠାରେ ପ୍ରଥମ ରାଲି କରିବେ । ଏହା ପରେ ପାଟନାରେ ଆଉ ଦୁଇଟି ରାଲିର ଆୟୋଜନ କରାଯଇଛି ।
  • ସେହିପରି ନଭେମ୍ବର ୨ରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଥମେ ଛପରା, ପରେ ପୂର୍ବ ଚମ୍ପାରଣ ଏବଂ ସମସ୍ତିପୁରରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ।
  • ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ନଭେମ୍ବର 3ରେ ପୂନର୍ବାର ବିହାର ଆସି ପ୍ରଚାର କରିବେ । ଏହିଦିନ ପଶ୍ଚିମ ଚମ୍ପାରଣ, ସାହାରା ଏବଂ ଅରରିଆରେ ଜନ ସମାବେଶକୁ ସମ୍ବୋଧିତ କରିବେ ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.