ETV Bharat / bharat

ବିହାର ନିର୍ବାଚନ: 122 ଆସନରେ ଲଢିବ ଜେଡିୟୁ, ବିଜେପିକୁ ମିଳିଲା 121 ସିଟ୍‌

author img

By

Published : Oct 6, 2020, 5:52 PM IST

ଅଙ୍କକାଷା ପରେ ବିହାର ନିର୍ବାତନ ପାଇଁ ଏନଡିଏରେ ଆସନ ଭାଙ୍ଗବଣ୍ଟା ହୋଇଛି । 243 ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନରେ ଜେଡିୟୁକୁ 122 ଓ ବିଜେପିକୁ 121ଟି ଆସନ ମିଳିଛି । ଅଧିକ ପଢନ୍ତୁ...

ବିହାର ନିର୍ବାଚନ: 122 ଆସନରେ ଲଢେବ ଜେଡିୟୁ, ବିଜେପିକୁ ମିଳିଲା 121 ସିଟ୍‌

ପାଟନା: ଦୀର୍ଘ ଘଣ୍ଟାର ଅଙ୍କକଷା ପରେ ବିହାର ନିର୍ବାତନ ପାଇଁ ଏନଡିଏରେ ଆସନ ଭାଙ୍ଗବଣ୍ଟା ହୋଇଛି । 243 ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନରେ ଜେଡିୟୁକୁ ମିଳିଛି 122ଟି ଆସନ । ଏଥିରୁ ଜେଡିୟୁ ନିଜ ପକ୍ଷରୁ ଜିତନ ରାମ ମାଝିଙ୍କ ହିନ୍ଦୁସ୍ତାନୀ ଆବାମ ମୋର୍ଚ୍ଚାକୁ 7ଟି ଆସନ ଦେବ । ଏହି କ୍ରମରେ 115ଟି ଆସନରେ ନିର୍ବାଚନ ଲଢିବ ଜେଡିୟୁ ।

ଅନ୍ୟପକ୍ଷେ ଭାରତୀୟ ଜନତା ପାର୍ଟିକୁ 121ଟି ଆସନ ମିଳିଛି । ବିଜେପି ନିଜ ପକ୍ଷରୁ ମୁକେଶ ସାହାଣୀଙ୍କ ବିକାଶଶୀଳ ଇନସାନ ପାର୍ଟିକୁ 9ଟି ଆସନ ଦେବ । ଏହିପରି ଭାବରେ 112ଟି ଆସନରେ ଲଢିବ ବିଜେପି । ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ ଜରିଆରେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଆସନ ବଣ୍ଟନ ନେଇ ଘୋଷଣା କରିଛନ୍ତି ।

ଏହି ଅବସରରେ ବିଜେପି ରାଜ୍ୟ ସଭାପତି ସଞ୍ଜୟ ଜୈସୱାଲ କହିଛନ୍ତି ଯେ ନିତିଶ କୁମାରଙ୍କ ନେତୃତ୍ବରେ ବିଜେପି ନିର୍ବାଚନରେ ​​ପ୍ରତିଦ୍ବନ୍ଦିତା କରିବ ଏବଂ ସରକାର ଗଠନ କରିବ । ଏଥିରେ କୌଣସି ପ୍ରକାରର ସନ୍ଦେହ ନାହିଁ । ଏହାପୂର୍ବରୁ ସୋମବାର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡାଙ୍କ ଘରେ ବିହାର କୋର କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଏବଂ ରାଜ୍ୟ ଦାୟିତ୍ବରେ ଥିବା ଭୁପେନ୍ଦ୍ର ସିଂ ଯାଦବ ଏହି ବୈଠକରେ ସାମିଲ ହୋଇଥିଲେ ।

2010ରେ ସାଥିରେ ଲଢିଥିଲେ ନିର୍ବାଚନ

ଏହାପୂର୍ବରୁ 2010 ବିଧାନସଭା ନିର୍ବାଚନରେ ବିଜେପି ଏବଂ ଜେଡିୟୁ ​​ଏକାଠି ଲଢିଥିଲେ । ଏହି ନିର୍ବାଚନରେ ଜେଡିୟୁ 141 ଏବଂ ବିଜେପି 102 ଜଣ ପ୍ରାର୍ଥୀ ଘୋଷଣା କରିଥିଲେ । ତେବେ ଏହି ନିର୍ବାଚନରେ ​​ଜେଡିୟୁ 115 ଏବଂ ବିଜେପି 91ଟି ସିଟ ଜିତିଥିଲା ।

ଏକାକି ନିର୍ବାଚନ ଲଢିବ ଏଲଜେପି

ଏନଡିଏର ସହଯୋଗୀ ଥିବା ଏଲଜେପି ଏକାକୀ ନିର୍ବିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଜେଡିୟୁ ବିରୋଧରେ ପ୍ରାର୍ଥୀ କରିବେ। ତେବେ ସନ୍ତୋଷଜନକ ଆସନ ନମିଳିବାରୁ ଏନଡିଏରେ ଏଲଜେପି ମୁଖ୍ୟ ଚିରାଗ ପାସୱାନ 143ଟି ଆସନରେ ପ୍ରାର୍ଥୀ ଦେଇ ଏକାକୀ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.