ଜୟପୁର: ରାଜସ୍ଥାନର ବଡମେର ପୋଲିସକୁ ରବିବାର ବଡ ସଫଳତା ମିଳିଛି । ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରୁ 3 କୋଟି ଟଙ୍କାର ହେରୋଇନ ଜବତ କରିଛି ବଡମେର ପୋଲିସ । ଏଥିସହ ଘଟଣାରେ 2 ଜଣଙ୍କୁ ଗିରଫ କରାଯାଇଛି । ଏନେଇ ବଡମେର ପୋଲିସ ଅଧିକ୍ଷକ ଆନନ୍ଦ ଶର୍ମା ସୂଚନା ଦେଇଛନ୍ତି ।
ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ନିଶାଦ୍ରବ୍ୟ ଚୋରା ଚାଲାଣ ଜାରି ରହିଛି । ତେବେ ପାକିସ୍ତାନ ସୀମାକୁ ଲାଗି ରହିଥିବା ରାଜସ୍ଥାନର ବଡମେର ଜିଲ୍ଲାରେ ନିଶା ବେପାରୀ ସକ୍ରିୟ ହୋଇଥିବା ପୋଲିସକୁ ସୂଚନା ମିଳିଥିଲା । ସୂଚନା ଆଧାରରେ ପୋଲିସ ସୀମାବର୍ତ୍ତୀ ଅଞ୍ଚଳରେ ଚଢାଉ କରିଥିଲା । ଏହି ସମୟରେ ପୋଲିସ 3 କୋଟି ଟଙ୍କାର ହେରୋଇନ ଜବତ କରିଛି ।
ସୂଚନାଯୋଗ୍ୟ ଯେ, ବଡମେର ପୋଲିସ 3 ଦିନ ପୂର୍ବରୁ 6 ଲକ୍ଷରୁ ଅଧିକ ନକଲି ନୋଟ୍ ଜବତ କରିଥିଲା । ଘଟଣାରେ ମୋଟ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ