ETV Bharat / bharat

ଭବ୍ୟ ସ୍ବାଗତ ସହ ହ୍ବାଇଟ ହାଉସକୁ ପ୍ରବେଶ କଲା ବାଇଡେନଙ୍କ କୁକୁର ‘ମେଜର’

author img

By

Published : Jan 19, 2021, 10:35 PM IST

ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ନିର୍ବାଚିତ ଜୋ ବାଇଡେନଙ୍କ ଦାୟିତ୍ବ ଗ୍ରହଣ ଉତ୍ସବକୁ ମାତ୍ର ଦୁଇ ଦିନ ବାକି ଥିବାବେଳେ ତାଙ୍କ କୁକୁର ‘ମେଜର’ କୁ ଏକ ବିଶଷ କାର୍ଯ୍ୟକ୍ରମ ମାଧ୍ୟମରେ ହ୍ବାଇଟ ହାଉସରେ ପ୍ରବେଶ କରାଯାଇଛି । ଅଧିକ ପଢନ୍ତୁ ......

ଭବ୍ୟ ସ୍ବାଗତ ସହ ହ୍ବାଇଟ ହାଉସକୁ ପ୍ରବେଶ କଲା ବିଡେନଙ୍କ କୁକୁର ‘ମେଜର’

ଓ୍ବାଶିଙ୍ଗଟନ୍: ଆମେରିକାର ନବନିର୍ବାଚ୍ଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦାୟିତ୍ବ ଗ୍ରହଣ ଉତ୍ସବକୁ ମାତ୍ର ଦୁଇ ଦିନ ବାକି ଥିବାବେଳେ ତାଙ୍କ କୁକୁର ‘ମେଜର’ କୁ ଏକ ବିଶେଷ କାର୍ଯ୍ୟକ୍ରମ ମାଧ୍ୟମରେ ହ୍ବାଇଟ ହାଉସରେ ପ୍ରବେଶ କରାଯାଇଛି । ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ‘ଦିଲାଓ୍ବାରେ ହ୍ୟୁମାନ ଆସୋସିଏସନ’ ଦ୍ବାରା ଏହି କାର୍ଯ୍ୟକ୍ରମ ସଞ୍ଚାଳନ କରାଯାଇଥିବା ଜଣା ପଡିଛି ।

ମନୋରଞ୍ଜନ ସାପ୍ତାହିକୀ ଅନୁଯାୟୀ, 39 ବର୍ଷୀୟ ଆମେରିକୀୟ ଗାୟକ ଓ ଗୀତିକାର ଜୋସ ଗ୍ରୋବାନ ଏହି କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ ମାର୍ଟିନ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ 10 ହଜାର ଲୋକ ଭର୍ଚୁଆଲି ଅଂଶ ଗ୍ରହଣ କରିଥିବା ଜଣା ପଡିଛି ।

କୁକୁର ‘ମେଜର’ର ହ୍ବାଇଟ ହାଉସ ପ୍ରବେଶ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ବାଇଡେନଙ୍କ ଝିଅ ଖୁସି ଥିବା ଦେଖାଯାଇଛି । ବିଡେନଙ୍କ ଝିଅ ନାଓମି ବିଡେନ ଏହି କାର୍ଯ୍ୟକ୍ରମ ପାଇଁ ଖୁସି ପ୍ରକାଶ କରିବା ସହ ଟ୍ୟିଟ୍ ମଧ୍ୟ କରିଥିବା ଦେଖିବାକୁ ମିଳିଛି ।

ବିଡେନଙ୍କ କୁକୁର ‘ମେଜର’ ର ଏହା ହ୍ବାଇ଼ଟ ହାଉସରେ ରହଣି ପ୍ରଥମ ନୁହେଁ । ପୂର୍ବରୁ ସେ ମଧ୍ୟ ହ୍ବାଇଟ ହାଉସରେ ରହି ସାରିଛି । ବାଇଡେନଙ୍କ ଉପରାଷ୍ଟ୍ରପତି ଥିବା ସମୟରେ ମଧ୍ୟ ତାଙ୍କ କୁକୁର ହ୍ବାଇଟ ହାଉସରେ 4 ବର୍ଷ ରହିସାରିଛି । ଅନ୍ୟ ଜଣେ ସହାୟକ ଲୋରି ହେଲକେ କହିଛନ୍ତି ପରିତ୍ୟକ୍ତ କୁକର ମାନେ ଅବହେଳିତ ନହେଇ ସେମାନଙ୍କ ପାଇଁ ଉଚିତ ସ୍ଥାନ ପାଉଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ଆମେ ଆମର ଚାରି ଗୋଡିଆ ବନ୍ଧୁ ମାନଙ୍କୁ 4 ବର୍ଷର ବ୍ୟବଧାନ ପରେ ପୁଣି ପାଇ ଫେରିପାଇଛୁ ବୋଲି ସେ ମତ ରଖିଛନ୍ତି ।

ସିଏନ୍ଏନ୍ ରିପୋର୍ଟ କରିଛି ଯେ ମେଜର ହ୍ବାଇଟ ହାଉସର ପ୍ରଥମ ଆଶ୍ରୟ କୁକୁର ନୁହେଁ ।ଏହା ପୂର୍ବରୁ ‘ୟୁକି’ ନାମକ ଏକ କୁକୁର ମଧ୍ୟ ଏହି ହ୍ବାଇଟ ହାଉସରେ ରହି ସାରିଛି । ୟୁକି ଏକ ମିଶ୍ରିତ ପ୍ରଜାତିର କୁକୁର ଥିଲା । ଏହି କୁକୁରକୁ ତାର ମାଲିକ ଏକ ଗ୍ୟାସ ଷ୍ଟେସନରେ ଛାଡି ଚାଲି ଯାଇଥିବାବେଳେ ରାଷ୍ଟ୍ରପତି ଜନସନଙ୍କ ଝିଅ ଲୁସି ତାକୁ ଉଦ୍ଧାର କରି ଆଣିଥିଲେ । ପରେ ସେ ମଧ୍ୟ ହ୍ବାଇଟ ହାଉସରେ ରହିବାର ସୁଯୋଗ ପାଇଥିଲା ବୋଲି ପ୍ରକାଶ କରିଛି ଆମେରିକିୟ ଗଣମାଧ୍ୟମ ସଂସ୍ଥା ସିଏନଏନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.