ETV Bharat / bharat

'ଜୋଏ ବିଡେନ ରାଷ୍ଟ୍ରପତି ହେଲେ ଭାରତକୁ ୟୁଏନଏସସିର ସ୍ଥାୟୀ ସଦସ୍ୟ ହେବାରେ ସାହାଯ୍ୟ କରିବେ' - ମିଳିତ ଜାତିସଂଘ

ଜୋଏ ବିଡେନ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେଲେ ମିଳିତ ଜାତିସଂଘ ପରି ଆନ୍ତର୍ଜାତୀୟ ସଂସ୍ଥା ଗଠନ କରିବାରେ ସାହାଯ୍ୟ କରିବେ । ଏହା ଦ୍ବାରା ଭାରତ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ଭାବରେ ନିର୍ବାଚିତ ହେବ ବୋଲି ଆମେରିକାର ପୂର୍ବତନ ବରିଷ୍ଠ କୂଟନୀତିଜ୍ଞ ରିଚର୍ଡ ବର୍ମା କହିଛନ୍ତି।

ଆମେରିକାର ପୂର୍ବତନ ବରିଷ୍ଠ କୂଟନୀତିଜ୍ଞ ରିଚର୍ଡ ବର୍ମା

author img

By

Published : Jul 19, 2020, 4:05 PM IST

ୱାଶିଂଟନ : ଚଳିତ ବର୍ଷ ଶେଷ ଆଡକୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏଥର ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟକ୍କର ଦେବା ପାଇଁ ମଇଦାନକୁ ଓହ୍ଲାଉଛନ୍ତି ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋଏ ବିଡେନ। ତେବେ ନିର୍ବାଚନ ଜିତିବା ପାଇଁ ପ୍ରାର୍ଥୀଙ୍କ ପକ୍ଷରୁ ବିଭିନ୍ନ ଦାବି କରାଯାଉଛି । ତେବେ ଜୋଏ ବିଡେନ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେଲେ ମିଳିତ ଜାତିସଂଘ ପରି ଆନ୍ତର୍ଜାତୀୟ ସଂସ୍ଥା ଗଠନ କରିବାରେ ସାହାଯ୍ୟ କରିବେ । ଏହା ଦ୍ବାରା ଭାରତ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ଭାବରେ ନିର୍ବାଚିତ ହେବ ବୋଲି ଆମେରିକାର ପୂର୍ବତନ ବରିଷ୍ଠ କୂଟନୀତିଜ୍ଞ ରିଚର୍ଡ ବର୍ମା କହିଛନ୍ତି।

ଭାରତ ଦୀର୍ଘ ସମୟରୁ ସୁରକ୍ଷା ପରିଷଦ ସମେତ ମିଳିତ ଜାତିସଂଘରେ ସଂସ୍କାର ଆଣିବାକୁ ଦାବି କରିଆସୁଛି । ଏହାର ରଚନା ବର୍ତ୍ତମାନର ବାସ୍ତବତାକୁ ପ୍ରତିଫଳିତ କରୁନାହିଁ ଏବଂ ପର୍ଯ୍ୟାପ୍ତ ପ୍ରତିନିଧୀତ୍ବ କରୁନାହିଁ ବୋଲି ଭାରତ କହୁଛି । ଜାତିସଂଘରେ ବର୍ତ୍ତମାନ 15 ଜଣ ସଦସ୍ୟ ଅଛନ୍ତି । ସେମାନଙ୍କ ମଧ୍ୟରେ ପାଞ୍ଚଟି ସ୍ଥାୟୀ ସଦସ୍ୟ ଆମେରିକା, ବ୍ରିଟେନ, ଫ୍ରାନ୍ସ, ଋଷ ଏବଂ ଚୀନ ରହିଛନ୍ତି ।

ୟୁଏନଏସସିର ଚୀନ ହେଉଛି ଏକମାତ୍ର ସ୍ଥାୟୀ ସଦସ୍ୟ ଭାବରେ ଏଥିରେ ଭାରତର ଅନ୍ତର୍ଭୂକ୍ତିକୁ ବିରୋଧ କରୁଛି । 10 ଅସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ ଅର୍ଦ୍ଧେକ ପ୍ରତିବର୍ଷ ଦୁଇ ବର୍ଷ ପାଇଁ ନିର୍ବାଚିତ ହୁଅନ୍ତି । ମେକ୍ସିକୋ ଏବଂ ଆୟର୍ଲାଣ୍ଡ ସହିତ ଭାରତ ନିକଟରେ ଜାନୁୟାରୀ 1, 2021 ରୁ ଦୁଇ ବର୍ଷ କାର୍ଯ୍ୟକାଳ ପାଇଁ ଏକ ସ୍ଥାୟୀ ସଦସ୍ୟ ଭାବରେ ନିର୍ବାଚିତ ହୋଇଛି।

ଭାରତରେ ଆମେରିକାର ରାଷ୍ଟ୍ରଦୂତ ରିଚର୍ଡ ବର୍ମା କହିଛନ୍ତି, ଏଥିରେ କୌଣସି ପ୍ରଶ୍ନ ନାହିଁ ଯେ ବିଡେନଙ୍କ ନେତୃତ୍ୱରେ ଆମେରିକା ସୁରକ୍ଷା ପରିଷଦରେ ଭାରତକୁ ସ୍ଥାୟୀ ଆସନ ଦେବା ପାଇଁ ଜାତିସଂଘ ପରି ଆନ୍ତର୍ଜାତୀୟ ଅନୁଷ୍ଠାନ ଗଠନ କରିବାରେ ସାହାଯ୍ୟ କରିବେ । ସେ ଏକ ପ୍ରମୁଖ ପ୍ରତିରକ୍ଷା ସହଯୋଗୀ ଭାବରେ ଭାରତର ମାନ୍ୟତା ପୂରଣ କରିବେ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ଆମ ନାଗରିକମାନଙ୍କୁ ସାମୂହିକ ଭାବରେ ସୁରକ୍ଷିତ ରଖିବା ପାଇଁ ବିଡେନ ଭାରତ ସହ ମିଶି କାର୍ଯ୍ୟ କରିବେ। ଏହାର ଅର୍ଥ ହେଉଛି ଆମେରିକା ସୀମା ଆତଙ୍କବାଦ ବିରୁଦ୍ଧରେ ଠିଆ ହେବ ଏବଂ ଯେତେବେଳେ ପଡୋଶୀ ଦେଶ ସ୍ଥିତି ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ ଆମେରିକା ଭାରତର ସମର୍ଥନ କରିବ।

ସୂଚନାଯୋଗ୍ୟ ଯେ, ବର୍ମା 2014 ରୁ 2017 ପର୍ଯ୍ୟନ୍ତ ଭାରତରେ ଆମେରିକାର ରାଷ୍ଟ୍ରଦୂତ ଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.