ETV Bharat / bharat

ଦିଲ୍ଲୀ ହିଂସାକାଣ୍ଡର ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

author img

By

Published : Feb 28, 2020, 5:41 PM IST

ଦିଲ୍ଲୀ ହିଂସାକାଣ୍ଡ ଘଟଣାର ଜରୁରୀ ଶୁଣାଣି ପାଇଁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀ ହିଂସାକାଣ୍ଡର ଜରୁରୀ ଶୁଣାଣି କରିବାକୁ ଆଇନଜୀବୀ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଅଧିକ ପଢନ୍ତୁ...

supreme court
ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକାଣ୍ଡ ଘଟଣାର ଜରୁରୀ ଶୁଣାଣି ପାଇଁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀ ହିଂସାକାଣ୍ଡର ଜରୁରୀ ଶୁଣାଣି କରିବାକୁ ଆଇନଜୀବୀ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ହିଂସାକାଣ୍ଡ ମାମଲାର ତଦନ୍ତରୁ ପୋଲିସକୁ ଅଲଗା କରାଯାଉ ଏବଂ ତଦନ୍ତ ପାଇଁ ଭିନ୍ନ ପକ୍ଷ ଗଠନ କରାଯାଉ । ଏହି ପ୍ରସଙ୍ଗରେ ତୁରନ୍ତ ଏକ ନିର୍ଦ୍ଦେଶ ଜାରି କରାଯାଉ ବୋଲି ନିଜ ଆବେଦନରେ ଦର୍ଶାଇଥିଲେ ସେ ।

ତେବେ ମୁଖ୍ୟ ବିଚାରପତି ଏସ୍ ବୋବଡେଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଥିଲେ, ଏହି ମାମଲାର ଶୁଣାଣି ସାବରିମାଳା ଶୁଣାଣି ସମାପ୍ତ ହେବା ପରେ ହିଁ କରାଯିବ ।

ସୁପ୍ରିମକୋର୍ଟରେ ଯୁକ୍ତି ବାଢି ପ୍ରଶାନ୍ତ ଭୂଷଣ କହିଥିଲେ ଯେ, ଦିଲ୍ଲୀରେ କ’ଣ ଘଟୁଛି ଦେଖନ୍ତୁ। ପୋଲିସ ନିଜେ ଘଟଣାରେ ସମ୍ପୃକ୍ତ ଅଛି । ସେମାନେ ଦଙ୍ଗାକାରୀଙ୍କ ପକ୍ଷ ନେଉଛନ୍ତି । ଏହି ପରିପେକ୍ଷିରେ ପୋଲିସ କର୍ମଚାରୀଙ୍କୁ କିପରି ତଦନ୍ତ ଦାୟିତ୍ବ ଦିଆଯାଇପାରିବ ବୋଲି ସେ କହିଥିଲେ । ତେବେ ଏହି ଆବେଦନ ଉପରେ ଜରୁରୀ ଶୁଣାଣି ପାଇଁ ସେ ଖଣ୍ଡପୀଠ ସମ୍ମୁଖରେ ଜିଦ୍ ଧରିବସିବାରୁ ସୁପ୍ରିମକୋର୍ଟ ଶୁଣାଣି ପାଇଁ ଆବେଦନକୁ ତାଲିକାଭୁକ୍ତ କରିଥିଲେ । ହେଲେ ଏହା ସାବରିମାଳା ମାମଲାର ଶୁଣାଣି ପରେ ହିଁ ହେବ ବୋଲି ଅଦାଲତ କହିଥିଲେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.