ETV Bharat / bharat

ଆନ୍ତଃରାଜ୍ୟ ଏଟିଏମ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ, 15 ଲକ୍ଷ ଟଙ୍କା ସହ 6 ଗିରଫ - gang looted

ଗ୍ୟାସ କଟର ସହାୟତାରେ ଏଟିଏମରେ କଳାକନା ବୁଲାଉଥିବା ଏହି ଲୁଟେରା ଗ୍ୟାଙ୍ଗର ପର୍ଦାଫାସ କରିବାରେ ସଫଳ ହୋଇଛି ଭୋପାଳ ପୋଲିସ ।

ଏଟିଏମ ଲୁଟ ଗ୍ୟାଙ୍ଗର ପର୍ଦ୍ଦାଫାସ
ଏଟିଏମ ଲୁଟ ଗ୍ୟାଙ୍ଗର ପର୍ଦ୍ଦାଫାସ
author img

By

Published : Nov 26, 2020, 7:20 PM IST

ଭୋପାଳ:ଅନେକ ରାଜ୍ୟରେ ଏଟିଏମ ଲୁଟ କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ପୋଲିସ । ମାତ୍ର ଗୋଟେ ମିନିଟ ମଧ୍ୟରେ ଗ୍ୟାସ କଟର ସହାୟତାରେ ଏଟିଏମରେ କଳାକନା ବୁଲାଉଥିବା ଏହି ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ଭୋପାଳ ପୋଲିସ । ଏହି ଗ୍ୟାଙ୍ଗର ଆତଙ୍କ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଥିଲା । ପୋଲିସ ଏହି ଗ୍ୟାଙ୍ଗର 6 ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।

ଏମାନଙ୍କ ନିକଟରୁ 15 ଲକ୍ଷ ନଗତ ଟଙ୍କା ସହ ଗ୍ୟାସ କଟର, ଏକ ଗାଡି, ଏବଂ ବନ୍ଧୁକ ମଧ୍ୟ ଜବତ କରିଛି। ଏହିସବୁ ଅଭିଯୁକ୍ତଙ୍କ ଘର ରାଜସ୍ଥାନ ଓ ହରିୟାଣାରେ ହୋଇଥିବା ଜଣାପଡିଛି । ଏମାନେ ନିଛାଟିଆ ଅଞ୍ଚଳରେ ଥିବା ଏଟିଏମ ଗୁଡିକୁ ଟାର୍ଗେଟ କରୁଥିଲେ । ବିଳମ୍ବିତ ରାତି 2-3 ଟାରେ ଅତି ଚତୁରତାର ସହ ଲୁଟ କରୁଥିଲେ । ଏମାନେ ଗ୍ୟାସ କଟର ସହାୟତାରେ ଏଟିଏମ କାଟି କୋଟିକୋଟି ଟଙ୍କା ଲୁଟୁଥିଲେ । ଆସାମ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର , ବିହାର, କର୍ଣ୍ଣାଟକରେ ଏଟିଏମ ଲୁଟ ଘଟଣାର ଚେର ଲମ୍ବିଥିଲା ।

ଦୀପାବଳି ରାତିରେ ମଧ୍ୟ ଏହି ଗ୍ୟାଙ୍ଗ ଭୋପାଳର ଇଣ୍ଟଖେଡି ଅଞ୍ଚଳରେ ମଧ୍ୟ ଏଟିଏମ ଲୁଟ କରି ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଯାହାକୁ ନେଇ ପୋଲିସ ଏହି ଗ୍ୟାଙ୍ଗକୁ ଗିରଫ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି 2ଟି ଟିମ ଗଠନ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.