ETV Bharat / bharat

ଅଭିନେତ୍ରୀଙ୍କୁ ଛାଡ଼ପତ୍ର ପଠାଇଲେ ସ୍ବାମୀ

author img

By

Published : Jul 30, 2019, 10:02 PM IST

ଅଭିନେତ୍ରୀଙ୍କୁ ଛାଡ଼ପତ୍ର ପଠାଇଲେ ସ୍ବାମୀ । ଇନ୍ଦୋରରେ ଘଟିଛି ଏଭଳି ଏକ ଘଟଣା । ମଧ୍ୟପ୍ରଦେଶର ଜଣାଶୁଣା ଭୋଜପୁରୀ ଅଭିନେତ୍ରୀ ଅଲୀନାଙ୍କୁ ତାଙ୍କ ସ୍ବାମୀ ଷ୍ଟାମ୍ପ ପେପରରେ ପଠାଇଛନ୍ତି ଛାଡ଼ପତ୍ର ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଇନ୍ଦୋର: ମଧ୍ୟପ୍ରଦେଶର ଜଣାଶୁଣା ଅଭିନେତ୍ରୀଙ୍କୁ ଛାଡ଼ପତ୍ର ପଠାଇଲେ ସ୍ବାମୀ । ଏହି ଘଟଣା ଏବେ ରାଜ୍ୟରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିନେତ୍ରୀ ଅଲୀନା ଶେଖଙ୍କୁ ତାଙ୍କ ସ୍ବାମୀ 100ଟଙ୍କିଆ ଷ୍ଟାମ୍ପ ପେପରରେ ଛାଡ଼ପତ୍ର ପଠାଇଥିଲେ । ତେବେ ଅଲୀନା ଏହାକୁ ଅସ୍ବୀକାର କରିଦେଇଛନ୍ତି ।

ମିଳିଥିବା ସୂଚନା ମୁତାବକ ଭୋଜପୁରୀ ଅଭିନେତ୍ରୀ ଅଲୀନାଙ୍କ ନିକଟକୁ ତାଙ୍କ ସ୍ବାମୀ 100 ଟଙ୍କିଆ ଷ୍ଟାମ୍ପ ପେପରରେ ଛାଡ଼ପତ୍ର ପଠାଇଥିଲେ । ଛାଡ଼ପତ୍ରରେ ଲେଖି ପଠାଇଥିଲେ କି, 'ମୁଁ ଦୁଇ ଜଣଙ୍କୁ ସାକ୍ଷୀ ରଖି ତୁମକୁ ଛାଡ଼ପତ୍ର ଦେଉଛି' । ମାତ୍ର ଏହାକୁ ଅଲୀନା ଅସ୍ବୀକାର କରିଦେଇଥିଲେ ।

ତେବେ ଅଲୀନାଙ୍କ ସ୍ବାମୀ ପୂର୍ବରୁ ଦୁଇଥର ଛାଡ଼ପତ୍ର ଦେବାକୁ ପ୍ରୟାସ କରିସାରିଛି । ତେବେ ବର୍ତ୍ତମାନ ତିନି ତଲାକ ବିଲ ଦେଶରେ ବେଶ ଚର୍ଚ୍ଚାର ବିଷୟ ପାଲଟି ଥିବାରୁ ଏହାକୁ ମୁଁ ମାନୁ ନାହିଁ ବୋଲି ଅଲୀନା କହିଛନ୍ତି ।

ସେପଟେ ଆଜି ମୋଦି ସରକାର ଐତିହାସିକ ସଫଳତା ହାତେଇଛନ୍ତି । ଉଭୟ ଲୋକସଭା ଓ ରାଜ୍ୟସଭାରେ ଦୀର୍ଘଦିନରୁ ପଡ଼ିରହିଥିବା ତିନି ତଲାକ ବିଲ ପାସ ହୋଇ ସାରିଛି । କେବଳ ରାଷ୍ଟ୍ରପତିଙ୍କ ମୋହରକୁ ଅପେକ୍ଷା । ରାଷ୍ଟ୍ରପତିଙ୍କ ମୋହର ପରେ ଏହା ଆଇନରେ ପରିଣତ ହୋଇଯିବ । ତେବେ ମୋଦିଙ୍କ ଏହି ସଫଳତାକୁ ଅଲୀନା ସମର୍ଥନ ଜଣାଇଛନ୍ତି ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.