ETV Bharat / bharat

ହାଥରସ ପୀଡିତାଙ୍କ ପରିଜନଙ୍କୁ ଭେଟିଲେ ଭୀମ ଆର୍ମି ମୁଖ୍ୟ - ହାଥରସ ପୀଡିତା

ହାଥରସ ପୀଡିତାଙ୍କ ପରିବାରକୁ ଭେଟିଛନ୍ତି ଭୀମ ଆର୍ମି ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ । ପୀଡିତାଙ୍କ ପରିବାର ଲୋକ ଗାଁରେ ରହିବାକୁ ଚାହୁଁନଥିବା ସେ ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢନ୍ତୁ...

ହାଥରସ ପୀଡିତାଙ୍କ ପରିଜନଙ୍କୁ ଭେଟିଲେ ଭୀମ ଆର୍ମି ମୁଖ୍ୟ

author img

By

Published : Oct 4, 2020, 5:38 PM IST

ଲକ୍ଷ୍ନୌ: ହାଥରସ ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶର ମାହୋଲ । ପୀଡିତ ପରିବାରକୁ ସମବେଦନା ଜଣାଇବାକୁ ଛୁଟୁଛି ନେତାଙ୍କ ସୁଅ । ଏହି ମଧ୍ୟରେ ପୀଡିତାଙ୍କ ପରିବାରକୁ ଭେଟିଛନ୍ତି ଭୀମ ଆର୍ମି ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ ।

ହାଥରସ ପୀଡିତାଙ୍କ ପରିବାରକୁ ଭେଟି ନ୍ୟାୟର ଏହି ଲଢେଇରେ କାନ୍ଧରେ କାନ୍ଧ ମିଳାଇ ଛିଡା ହୋଇଥିବା ନେଇ ଆଶ୍ବାସନା ଦେଇଛନ୍ତି ଚନ୍ଦ୍ର ଶେଖର । ପରିଜନଙ୍କ ସହ ସାକ୍ଷାତ ପରେ ଭୀମ ଆର୍ମି ମୁଖ୍ୟ କହିଛନ୍ତି, ପୀଡିତ ପରିବାର ଲୋକଙ୍କ ସୁରକ୍ଷିତ ରହିବା ଜରୁରୀ । ପୀଡିତାଙ୍କ ପରିବାର ଲୋକ ଗାଁରେ ରହିବାକୁ ଚାହୁଁନଥିବା ସେ ପ୍ରତିକ୍ରିୟା ଦେଇଛନ୍ତି ।

ରବିବାର ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ହାଥରସ ପୀଡିତାଙ୍କ ଗାଁରେ ପହଞ୍ଚିଥିଲେ । ସେ ପୀଡିତାଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି । ପୀଡିତାଙ୍କ ଗାଁର 20 କିଲୋମିଟର ପୂର୍ବରୁ ଚନ୍ଦ୍ରଶେଖରଙ୍କୁ ପୋଲିସ ଅଟକାଇଥିଲା। ତେବେ ପରେ ତାଙ୍କୁ ପୀଡିତାଙ୍କ ପରିବାରକୁ ଦେଖା କରିବାକୁ ଅନୁମତି ଦିଆଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.