ETV Bharat / bharat

ରାୟ ପୂର୍ବରୁ ଦଳୀୟ ମୁଖପାତ୍ରଙ୍କୁ ପରାମର୍ଶ ଦେଲେ ଅମିତ ଶାହା - ଅଯୋଧ୍ୟା ବିବାଦ ମାମଲା

ଆଉ କିଛି ସମୟ ପରେ ଆସିବ ଦେଶର ସର୍ବପୁରାତନ ମାମଲାର ରାୟ । ଏହା ପୂର୍ବରୁ ବିଜେପି ମୁଖପାତ୍ରଙ୍କ ସହ ଆଲୋଚନା କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ସଭାପତି ଅମିତ ଶାହା।

ଫାଇଲ ଫଟୋ
author img

By

Published : Nov 9, 2019, 10:37 AM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ, ବହୁ ପ୍ରତୀକ୍ଷିତ ଅଯୋଧ୍ୟା ବିବାଦ ମାମଲାର ଆଉ କିଛି ସମୟ ପରେ ଚୂଡାନ୍ତ ରାୟ ଆସିବ । 10.30ରେ ସୁପ୍ରିମକୋର୍ଟର 5ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଶୁଣାଇବେ । ଏହାକୁ ଦୃଷ୍ଟିରେ ରଖି ସାରା ଦେଶରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସତର୍କ ରହିବା ସହ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାୟ ଯାହାବି ଆସିଲେ ମଧ୍ୟ ଦେଶବାସୀ ସବୁ ସମ୍ପ୍ରଦାୟ ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ସମ୍ମାନ ଦେବେ ବୋଲି ଘୋଷଣା କରିଛନ୍ତି । ତଥାପି ସୁରକ୍ଷା ଦୃଷ୍ଟିରୁ ସାରା ଦେଶରେ ସୁରକ୍ଷା କଡାକଡି କରାଯାଇଛି । ମୁ୍ଖ୍ୟ ବିଚାରପତି ରାୟର ପ୍ରସାରଣ ଓ ଗଣମାଧ୍ୟମର ପ୍ରଚାର ପ୍ରସାର ଉପରେ ମଧ୍ୟ ଗାଇଡ ଲାଇନ ଜାରି କରିଛନ୍ତି।

ଏପରି ସ୍ଥଳେ ଏହି ବହୁ ପ୍ରତୀକ୍ଷିତ ମାମଲାର ରାୟ ଆସିବା ପରେ ରାଜନୈତିକ ଦଳ କିଭଳି ପ୍ରତିକ୍ରିୟା ରଖିବେ ସେନେଇ ସମସ୍ତ ଦଳ ନିଜ ଦଳୀୟ କର୍ମକର୍ତ୍ତାଙ୍କ ପାଇଁ ନିର୍ଦେଶ ଜାରି କରିଛନ୍ତି । ତେବେ ଏବେ ସମସ୍ତଙ୍କର ନଜର ଅଛି ଭାରତୀୟ ଜନତା ପାର୍ଟି ଉପରେ । ରାୟ ଆସିବା ପରେ ଦଳର ଆଭିମୁଖ୍ୟ କଣ ରହିବ , ଦଳର ମୁଖପାତ୍ର ଗଣମାଧ୍ୟମରେ କେଉଁ ଭଳି ଢଙ୍ଗରେ ଦଳର ମତ ଉପସ୍ଥାପନା କରିବେ ସେନେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦଳର ସମସ୍ତ ମୁଖପାତ୍ରଙ୍କୁ ପରାମର୍ଶ ଦେଇଛନ୍ତି। ନିଜ ବାସଭବନରେ ଅନୁଷ୍ଠିତ ଏକ ବୈଠକରେ ଦଳର ସମସ୍ତ ମୁଖପାତ୍ର ଏଥିରେ ଯୋଗଦେଇଥିଲେ । ଦଳ ପକ୍ଷରୁ ଯେଉଁ ନିର୍ଦ୍ଦେଶ ଓ କଟକଣା ଜାରି କରାଯାଇଛି ତାହାକୁ ନେଇ ମୁଖପାତ୍ର ମାନେ ଗଣମାଧ୍ୟମରେ ମତ ରଖିବେ ବୋଲି ଦଳ ନିର୍ଦ୍ଦେଶ ଦେଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.