ETV Bharat / bharat

କୋଭିଡ 19 ମୁକାବିଲା: ବାହାରିବ ହ୍ୟୁମାନ ଆଣ୍ଟିବଡି ଥେରାପି

author img

By

Published : May 9, 2020, 6:42 PM IST

ପୂର୍ବରୁ ଭାରତ ବାୟୋଟେକ୍ 10ଟି ଅଲଗା ଭୂତାଣୁର ଭ୍ୟାକସିନ୍ ବାହାର କରିସାରିଛି । ଏହାସହ 5 ବିଲିୟନ ଡୋଜ ମଧ୍ୟ ଏହା ବିଶ୍ବବ୍ୟାପୀ ରପ୍ତାନୀ କରିସାରିଛି । ଅଧିକ ପଢନ୍ତୁ...

କୋଭିଡ 19 ମୁକାବିଲା: ବାହାରିବ ହ୍ୟୁମାନ ଆଣ୍ଟିବଡି ଥେରାପି
କୋଭିଡ 19 ମୁକାବିଲା: ବାହାରିବ ହ୍ୟୁମାନ ଆଣ୍ଟିବଡି ଥେରାପି

ହାଇଦ୍ରାବାଦ: କୋଭିଡ 19 ମୁକାବିଲା ପାଇଁ ହ୍ୟୁମାନ ଆଣ୍ଟିବଡି ଥେରାପି ତିଆରି କରିବାର ନିଷ୍ପତ୍ତି ନେଇଛି କାଉନସିଲ ଅଫ ସାଇଣ୍ଟିଫିକ ଏବଂ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ(ସିଏସଆଇଆର) । ଏଥିପାଇଁ ଏନଏମଆଇଟିଏଲଆଇ ନାମକ ଏକ ପ୍ରୋଜେକ୍ଟ ଆରମ୍ଭ ହୋଇଛି । ଏଥିରେ ନେତୃତ୍ବ ନେଉଛି ଭାରତ ବାୟୋଟେକ୍‌ କମ୍ପାନୀ ।

Bharat biotech will make human antibody therapy

ଭାରତ ବାୟୋଟେକ୍‌ ଭ୍ୟାକସିନ୍‌ ତିଆରି କରିବା ସହ ବିଶ୍ବର 65 ରାଷ୍ଟ୍ରକୁ ଉତ୍ପାଦନ ରପ୍ତାନୀ କରିଥାଏ । ଏହି ପ୍ରୋଜେକ୍ଟ ଦ୍ବାରା ଭାରତ ବାୟୋଟେକ୍‌ ସହ ପୁନେର ଏନସିସିଏସ, ଇନ୍ଦୋରର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜୀ, ଗୁରଗାଁଓର ଇଣ୍ଡଷ୍ଟ୍ରି-ପ୍ରେଡ ଓମିକ୍ସ ଟେକ୍ନୋଲୋଜୀ ଏକାଠି ହୋଇଛନ୍ତି । ଭ୍ୟାକସିନ୍‌ ପାଇଁ ଅନେକ ରିସର୍ଚ୍ଚ ଚାଲିଥିଲେ ମଧ୍ୟ ଏହା ଅତ୍ୟନ୍ତ ମହଙ୍ଗା ଓ ସ୍ଲୋ ପଦ୍ଧତି ଯାହାର କିଛି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନାହିଁ । ଫଳରେ ଏକ ବିକଳ୍ପ ଓ ଆଗୁଆ ବ୍ୟବସ୍ଥା ପାଇଁ ଏହି ପ୍ରୋଜେକ୍ଟର ତିଆରି କରାଯାଇଛି । ମଣିଷ ଶରୀରରେ ଏହି ଭୂତାଣୁକୁ ନିୟନ୍ତ୍ରଣ କରିବା ପାଇଁ ଏହି ପ୍ରୋଜେକ୍ଟ ପ୍ରସ୍ତୁତ ହୋଇଛି । ଏହି ଆଣ୍ଟିବଡି ଶରୀରରେ ଭୂତାଣୁର ସଂକ୍ରମଣକୁ ରୋକିବା ସହ ଏହାକୁ ନଷ୍ଟ କରିବାରେ ସାହାଯ୍ୟ କରିବ ।

ମୋନୋକ୍ଲୋନାଲ ଆଣ୍ଟିବଡି ଥେରାପି ଅତ୍ୟନ୍ତ ପ୍ରଭାବଶାଳୀ ଓ ସୁରକ୍ଷିତ ପ୍ରକ୍ରିୟା । ଭାରତ ବାୟୋଟେକ୍‌ ଚେୟାରମେନ ଓ ପରିଚାଳନା ନିର୍ଦ୍ଦେଶକ ଡା. କ୍ରିଷ୍ଣା ଇଲ୍ଲା ଏହି ସୂଚନା ଦେଇ କହିଛନ୍ତି ଯେ ଭବିଷ୍ୟତରେ ମୁକାବିଲା ପାଇଁ ପ୍ରତିଷେଧକ ଭ୍ୟାକସିନ୍ ତିଆରି ହେଉଛି । ତେବେ ଥେରାପି ଏହାକୁ ସହାୟତା କରିବା ସହ ଭୂତାଣୁକୁ ପ୍ରତିରୋଧ କରିବାରେ ସହାୟକ ହେବ । ଆକ୍ରାନ୍ତ ଲୋକ ଏହି ଭ୍ୟାକସିନ୍ ଦ୍ବାରା ଠିକ ହେବେ କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ଥରେ ଏହା ବାହାରିଲା ପରେ ହିଁ ଜଣାପଡିବ ପ୍ରକୃତରେ ଏହି ଭ୍ୟାକସିନ୍ କେତେ ଉପକାରୀ । ନିକଟରେ ଇସ୍ରାଏଲ ଓ ନେଦରଲାଣ୍ଡ ଆଣ୍ଟିବଡି ବାହାର କରିଥିବାର ଘୋଷଣା କରିଛନ୍ତି । ଆମର ଲକ୍ଷ୍ୟ ଶରୀରରେ ଆଣ୍ଟିବଡିକୁ ନଷ୍ଟ କରିବା ସହ ଏହାକୁ ବ୍ୟାପିବାରୁ ରୋକିବା ବୋଲି ଇଲ୍ଲା କହିଛନ୍ତି । ପ୍ରକ୍ରିୟାକୁ ତ୍ବରାନିତ କରିବା ସହ 6 ମାସରେ ଏହାକୁ ବାହାର କରିବାକୁ ଲକ୍ଷ୍ୟ ରଖିଥିବା ସେ ସୂଚନା ଦେଇଛନ୍ତି ।

ପୂର୍ବରୁ ଭାରତ ବାୟୋଟେକ୍ 10ଟି ଅଲଗା ଭୂତାଣୁର ଭ୍ୟାକସିନ୍ ବାହାର କରିସାରିଛି । ଏହାସହ 5 ବିଲିୟନ ଡୋଜ ମଧ୍ୟ ଏହା ବିଶ୍ବବ୍ୟାପୀ ରପ୍ତାନୀ କରିସାରିଛି । ପବ୍ଲିକ-ପ୍ରାଇଭେଟ ପାର୍ଟନରସିପରେ ଏହା ଅନେକ ରୋଗର ସମାଧାନ କରିବା ସହ ଭ୍ୟାକସିନ୍ ବାହାର କରିବାରେ ପ୍ରମୁଖ ଭୂମିକା ନେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.