ETV Bharat / bharat

ଭାଇ ଭଉଣୀଙ୍କ ପ୍ରେମର ପର୍ବ ‘ଭାଇଦୂଜ’

author img

By

Published : Oct 29, 2019, 1:22 PM IST

ଆଜି ଭାଇ ଭଉଣୀଙ୍କ ସ୍ନେହସୌହାର୍ଦ୍ଦ୍ୟର ପର୍ବ ଭାଇଦୂଜ । ଭାଇଦୂଜର ତିଥି 29 ଅକ୍ଟୋବର ସକାଳ 6ଟାରୁ ଆରମ୍ଭ ହୋଇଯାଇଥିବା ବେଳେ ଏହା 30 ଅକ୍ଟୋବର ଭୋର 3ଟା 48 ପର୍ଯ୍ୟନ୍ତ ରହିବ ।

ଡିଜାଇନ ଫଟୋ

ହାଇଦ୍ରାବାଦ: ଭାଇ ଭଉଣୀର ସମ୍ପର୍କ ଆନ୍ତରିକତା, ପ୍ରତିଶୃତି ଓ ସ୍ନେହ ସୌହାର୍ଦ୍ଦ୍ୟର ସମ୍ପର୍କ । ଏହି ସ୍ନେହ କେତେବେଳେ ରାକ୍ଷୀର ଡୋରରେ ବାନ୍ଧିହୋଇ ରହିଥାଏ ତ ଆଉ କେତେବେଳେ ଭାଇଦୁଜର ପର୍ବରେ । ଆଜି ଭଉଣୀମାନେ ନିଜ ଭାଇଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରି ପାଳନ କରୁଛନ୍ତି ଭାଇଦୂଜର ପର୍ବ ।

ଦୀପାବଳିର ଦ୍ବିତୀୟ ଦିନ ତଥା କାର୍ତ୍ତିକ ଶୁକ୍ଲ ଦ୍ବିତୀୟା ତିଥିରେ ଭାଇଦୂଜ ପର୍ବ ପାଳନ କରାଯାଇଥାଏ । ଏହି ତିଥି ସହ ଯମରାଜ ଓ ଦ୍ବିତୀୟା ତିଥିର ସମ୍ବନ୍ଧ ଥିବାରୁ ଏହାକୁ ଜମ ଦ୍ବିତୀୟା ମଧ୍ୟ କୁହାଯାଏ । ଏହି ଦିନ ଭଉଣୀ ନିଜ ଭାଇ ମଥାରେ ଟିକା ଲଗାଇଥାଏ । ତାର ସ୍ବାଗତ ସତ୍କାର କରିବା ସହ ଦିର୍ଘାୟୁ କାମନା କରେ । ଭାଇ ଏହି ଦିନ ଭଉଣୀ ଘରକୁ ଯାଇ ଭୋଜନ ଗ୍ରହଣ କରିବାର ମାନ୍ୟତା ରହିଛି । ଭାଇଦୂଜ ଦିନ ଜମରାଜଙ୍କ ପୂଜା କରାଯାଇଥାଏ ।

hyd
ଫାଇଲ ଫଟୋ

ଶାସ୍ତ୍ରାନୁସାରେ ଯମଦେବତା ନିଜ ଭଉଣୀ ଯମୁନାକୁ ଭେଟିବା ପାଇଁ ମର୍ତ୍ତ୍ୟଲୋକକୁ ଆସନ୍ତି । ଏଣୁ ଭାଇମାନଙ୍କ ସହ ଭଉଣୀମାନେ ମିଳିତ ଭାବେ ଯମୁନା ସ୍ନାନ କରନ୍ତି । ଭଉଣୀମାନେ ବ୍ରତ ସଂକଳ୍ପ ପୂର୍ବକ ଭାଇମାନଙ୍କର ଦୀର୍ଘଜୀବନ, ଐଶ୍ବର୍ଯ୍ୟ ତଥା ସର୍ବମଙ୍ଗଳ କାମନା କରି ମୃତ୍ୟୁ ଦେବତା ଯମରାଜାଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରିଥାନ୍ତି । ଦୂରରେ ରହୁଥିବା ଭଉଣୀମାନେ ଏହିଦିନ ସକାଳୁ ସ୍ନାନାଦି କର୍ମ ସମାପନ କରି ଗଣେଶଙ୍କୁ ସ୍ଥାପନ କରି ଯମ, ଯମୁନା, ଚିତ୍ରଗୁପ୍ତ ଏବଂ ଯମଦୂତଙ୍କ ବିଧିବିଧାନର ସହିତ ପୂଜା ଶେଷରେ ଯମରାଜାଙ୍କୁ ଯମରାଜାଙ୍କୁ ପୂଜା କରିଥାନ୍ତି ।

hyd
ଫାଇଲ ଫଟୋ

ଭାଇଦୂଜର ତିଥି 29 ଅକ୍ଟୋବର ସକାଳ 6ଟାରୁ ଆରମ୍ଭ ହୋଇଯାଇଥିବା ବେଳେ ଏହା 30 ଅକ୍ଟୋବର ଭୋର 3ଟା 48 ପର୍ଯ୍ୟନ୍ତ ରହିବ । ଭାଇଦୂଜର ତୀଳକ ପାଇଁ ଶୁଭ ମୁହୂର୍ତ୍ତ ଦ୍ବିପହର 1ଟା 11 ମିନିଟରୁ 3ଟା 23 ମିନିଟ ପର୍ଯ୍ୟନ୍ତ ରହିବ । ଭାଇଦୂଜ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ଏହି ପର୍ବ ପରସ୍ପରର ସମ୍ପର୍କକୁ ଆହୁରି ପ୍ରଘାଡ କରୁ ବୋଲି ମୋଦି ନିଜ ଟ୍ବିଟରେ ଲେଖଇଛନ୍ତି ।

hyd
ଫଟୋ ସୌଜନ୍ୟ: ଟ୍ବିଟର @narendramodi

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.