ETV Bharat / bharat

ସାବଧାନ, ବ୍ୟାପୁଛି ମୋବାଇଲ ବ୍ୟାଙ୍କିଙ୍ଗ ଭାଇରସ ! - ଇଭେଣ୍ଟବୋଟ୍ ମାଲୱାରେ

ପିପଲ ବିଜନେସ, ରିଭୋଲଟ୍, ବାର୍କଲେସ, ୟୁନିକ୍ରେଡିଟ, କ୍ୟାପିଟାଲ ୱାନ, ଏଚଏସବିସି ୟୁକେ ଆଦି ଆପ୍ଲିକେସନକୁ ଏହା ଅଧିକ ଟାର୍ଗେଟ କରିଛି । ଏବେ ଯାଏଁ ପ୍ଲେଷ୍ଟୋରରେ ଏହା ଦେଖାଯାଇନାହିଁ । ଅଧିକ ପଢନ୍ତୁ...

ସାବଧାନ, ବ୍ୟାପୁଛି ମୋବାଇଲ ବ୍ୟାଙ୍କିଙ୍ଗ ଭାଇରସ !

author img

By

Published : May 19, 2020, 4:46 PM IST

ନୂଆଦିଲ୍ଲୀ: ନିକଟରେ ଆତଙ୍କ ଖେଳାଇଛି ଏକ ମୋବାଇଲ ବ୍ୟାଙ୍କିଙ୍ଗ ଭାଇରସ ଅବା ମାଲୱାରେ । ଯାହାକୁ ନେଇ ସତର୍କ କରାଇଛି ଭାରତୀୟ କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ୍ । ଏହାର ନାମ ରହିଛି ଇଭେଣ୍ଟବୋଟ୍ । ୟୁଜର୍ସଙ୍କ ଆର୍ଥିକ କାରବାର ସହ ଜଡିତ ଡାଟାକୁ ଏହା ଚୋରାଇ ନେଉଥିବା ଜଣାପଡିଛି ।

ଚଳିତ ମାସରେ ଏହା ଉପରେ ରିପୋର୍ଟ ପ୍ରକାଶ କରି ଏହା ଜଣାଇଛି ରେସପନ୍ସ ଟିମ୍ । ଆଣ୍ଡ୍ରଏଡର ଭିତରେ ତିଆରି ହୋଇଥିବା ଫିଚରକୁ ହ୍ୟାକ୍ କରି ଏହା ୟୁଜର୍ସଙ୍କ ଡାଟା ଚୋରାଇ ନେଉଛି । ଏହାସହ ସିଷ୍ଟମକୁ ଆସୁଥିବା ମେସେଜ ଅବରୋଧ କରି ଏଥିରେ ମାଲୱାରେ ପ୍ରବେଶ କରାଇଥାଏ । ଇଭେଣ୍ଟବୋଟ୍ 200ରୁ ଅଧିକ ବିଭିନ୍ନ ଆର୍ଥିକ କାରବାରକୁ ଟାର୍ଗେଟ କରିଛି । ଏହା ମଧ୍ୟରେ ରହିଛି ବ୍ୟାଙ୍କିଙ୍ଗ ଆପ୍ଲିକେସନ, ମନି ଟ୍ରାନ୍ସଫର ସର୍ଭିସ, କ୍ରିପୋଟକରେନ୍ସି ୱାଲେଟ୍ । ଆମେରିକା ଓ ୟୁରୋପରେ ଏହାର ଅଧିକ ପ୍ରଭାବ ରହିଛି । ତେବେ ଏହା ଭାରତୀୟ ୟୁଜର୍ସଙ୍କ ପାଇଁ ମଧ୍ୟ ବିପଦ ବୋଲି ସତର୍କ କରାଇଛି ଟିମ୍ ।

ପିପଲ ବିଜନେସ, ରିଭୋଲଟ୍, ବାର୍କଲେସ, ୟୁନିକ୍ରେଡିଟ, କ୍ୟାପିଟାଲ ୱାନ, ଏଚଏସବିସି ୟୁକେ ଆଦି ଆପ୍ଲିକେସନକୁ ଏହା ଅଧିକ ଟାର୍ଗେଟ କରିଛି । ଏବେ ଯାଏଁ ପ୍ଲେଷ୍ଟୋରରେ ଏହା ଦେଖାଯାଇନାହିଁ । ତେବେ ଏହା ଥାର୍ଡ ପାର୍ଟି ଆପ୍ଲିକେସନ ଡାଉନଲୋଡିଂ ଡିଭାଇସ ବ୍ୟବହାର କରି ଲୋକଙ୍କ ମୋବାଇଲକୁ ଆଟାକ୍ କରିଥାଏ । ଥରେ ଏହା ପ୍ରବେଶ କରିଲେ ସମସ୍ତ ସିଷ୍ଟମକୁ ହ୍ୟାକ୍ କରିଥାଏ । ବ୍ୟାକଗ୍ରାଉଣ୍ଡରେ ଏହା ସମସ୍ତ ଡାଟା ପରିଚାଳନାକୁ କଣ୍ଟ୍ରୋଲ କରିଥାଏ । ଏପରିକି ଏହା କେତେକ ୟୁଜର୍ସଙ୍କ ସମସ୍ତ ପାସୱାର୍ଡକୁ ହ୍ୟାକ୍ କରିନିଏ । ସେମାନଙ୍କ ଲକ୍ ସ୍କ୍ରିନକୁ ମଧ୍ୟ ଏହା ବେଳେବେଳେ ହ୍ୟାକ୍ କରି ସମସ୍ତ ଡାଟା ଚୋରାଇନିଏ । ଏହାକୁ ରୋକିବା ପାଇଁ କୌଣସି ତଥ୍ୟ ନଥିବା ତଥା ଅଚିହ୍ନା ସାଇଟରୁ ଡାଉନଲୋଡ ନକରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ସ୍ମାର୍ଟଫୋନରେ ଆଣ୍ଟି ଭାଇରସ ଅପଡେଟ କରିବାକୁ ମଧ୍ୟ କୁହ।ଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.