ETV Bharat / bharat

NEET ପରୀକ୍ଷା ପୂର୍ବରୁ ପଶ୍ଚିମବଙ୍ଗରେ ଉଠିଲା ଲକଡାଉନ୍ - bengal govt.

NEET ପରୀକ୍ଷାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଲକଡାଉନକୁ ଉଠାଇ ଦେଇଛନ୍ତି । ପ୍ରକାଶଥାଉକି, NEET ପରୀକ୍ଷା 13 ସେପ୍ଟେମ୍ବରରେ ଅନୁଷ୍ଠିତ ହେବ।

ପଶ୍ଚିମବଙ୍ଗରେ ଉଠିଲା ଲକଡାଉନ୍
ପଶ୍ଚିମବଙ୍ଗରେ ଉଠିଲା ଲକଡାଉନ୍
author img

By

Published : Sep 10, 2020, 3:48 PM IST

କୋଲକାତା: NEET ପରୀକ୍ଷାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଲକଡାଉନକୁ ଉଠାଇ ଦେଇଛନ୍ତି । ସେପ୍ଟେମ୍ବର 11 ଓ 12ରେ ସାରା ରାଜ୍ୟରେ ଲକଡାଉନ୍ ଘୋଷଣା କରାଯାଇଥିଲା କିନ୍ତୁ ଗୁରୁବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି 12 ତାରିଖରେ ଲକଡାଉନ୍ ପ୍ରତ୍ୟାହାର ଘୋଷଣା କରାଯାଇଛି । ପ୍ରକାଶଥାଉକି, NEET ପରୀକ୍ଷା 13 ସେପ୍ଟେମ୍ବରରେ । ଏପରି ପରିସ୍ଥିତିରେ ଛାତ୍ରଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି ।

ତେବେ ମମତା ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ବିଜେପି ପକ୍ଷରୁ ତୁରନ୍ତ ପ୍ରତି ଆକ୍ରମଣ ହୋଇଛି । ଅମିତ ମାଲଭୀୟ ତାଙ୍କ ଟ୍ବିଟରେ ଲେଖିଛନ୍ତି, ‘ଛାତ୍ର ତଥା ବିଜେପିର ଚାପ ପଡିବା ପରେ ମମତା ସରକାର ଶେଷରେ ଲକଡାଉନ୍ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନେଇଛନ୍ତି। ଏପରି ପରିସ୍ଥିତିରେ, ବର୍ତ୍ତମାନ ଆମେ ଆଶା କରୁଛୁ ଯେ NEET ପରୀକ୍ଷା ସଠିକ୍ ଭାବରେ କରାଯାଇପାରିବ ’ ।

ମମତା ବାନାର୍ଜୀ ଲେଖିଛନ୍ତି, ‘ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାର 12 ସେପ୍ଟେମ୍ବରରେ ଲକଡାଉନକୁ ଉଠାଇନେଇଛନ୍ତି । ତେବେ 11 ତାରିଖ ଦିନ ଲକଡାଉନ୍ ବଳବତ୍ତର ରହିବ । ପ୍ରକାଶଥାଉକି, ମମତା ବାନାର୍ଜୀ ମଧ୍ୟ କୋରୋନା ସମୟରେ NEET-JEE ପରୀକ୍ଷା ପରିଚାଳନାକୁ ସମାଲୋଚନା କରିଥିଲେ । ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.