ETV Bharat / bharat

କୋଭିଡ-୧୯ ସଂକ୍ରମିତଙ୍କ ପାଇଁ ହୋମ ହେଲ୍‌ଥ ମନିଟରିଙ୍ଗ ସିଷ୍ଟମ - କୋଭିଡ-୧୯ ରୋଗୀ

ହସ୍ପିଟାଲରେ ମେଡିକାଲ ଓ ପାରାମେଡିକାଲ ଷ୍ଟାଫଙ୍କ ପାଇଁ ରୋଗୀଙ୍କ ଭିଡ ସମ୍ଭାଳିବା ହୋଇଛି କଷ୍ଟକର । ସେମାନଙ୍କ କଷ୍ଟକୁ ସ୍ବଳ୍ପ ମାତ୍ରାରେ ଲାଘବ କରିବା ପାଇଁ ଏମ୍ସ ଓ ବିଇଏଲ ଆରମ୍ଭ କଲେ ରିମୋଟ ହେଲ୍‌ଥ ମନିଟରିଙ୍ଗ ସିଷ୍ଟମ ବ୍ୟବସ୍ଥା । ଅଧିକ ପଢ଼ନ୍ତୁ...

BEL, AIIMS-Rishikesh, health monitoring system, remotely assess health, Covid-19 patients, କୋଭିଡ-୧୯ ରୋଗୀ, ହେଲ୍‌ଥ ମନିଟରିଙ୍ଗ ସିଷ୍ଟମ
କୋଭିଡ-୧୯ ସଂକ୍ରମିତଙ୍କ ପାଇଁ ହୋମ ହେଲ୍‌ଥ ମନିଟରିଙ୍ଗ ସିଷ୍ଟମ
author img

By

Published : Apr 16, 2020, 5:38 PM IST

କୋଭିଡ-୧୯ ରୋଗୀଙ୍କ ପାଇଁ ରିମୋଟ ହେଲ୍‌ଥ ମନିଟରିଙ୍ଗ ସିଷ୍ଟମ ଉପଲବ୍ଧ କରାଯାଇଛି । ଏମ୍ସ ଋଷିକେଶ ଓ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ, ବେଙ୍ଗାଲୁରୁ ପକ୍ଷରୁ ଏହି ସୁବିଧା ଦିଆଯାଇଛି । ଏହି ବ୍ୟବସ୍ଥା ଅନୁସାରେ ରୋଗୀଙ୍କ ତାପମାତ୍ରା, ରକ୍ତ ଅମ୍ଳଜାନ ସ୍ତର ଓ ଶ୍ବାସ ଗତି, ନାଡି ଟେଲିମେଡିସିନ ଜରିଆରେ ଡାକ୍ତରଙ୍କ ଦ୍ବାରା ତଦାରଖ କରାଯାଏ । ଏହି ବ୍ୟବସ୍ଥା ଜରିଆରେ ଆବଶ୍ୟକୀୟ ସତର୍କତା ଓ ଚିକିତ୍ସା ନେଇ ବି ପରାମର୍ଶ ଦିଆଯାଇପାରିବ ।

ଭାରତରେ କୋରୋନା ମାମଲା ବଢି ଚାଲିଛି । ହସ୍ପିଟାଲରେ ମେଡିକାଲ ଓ ପାରାମେଡିକାଲ ଷ୍ଟାଫମାନଙ୍କ ପାଇଁ ରୋଗୀଙ୍କ ଭିଡ ସମ୍ଭାଳିବା କଷ୍ଟକର ହୋଇପଡିଛି । ତେଣୁ ସେମାନଙ୍କ କଷ୍ଟକୁ ସ୍ବଳ୍ପ ମାତ୍ରାରେ ଲାଘବ କରିବା ପାଇଁ ଏମ୍ସ ଓ ବିଇଏଲ ରିମୋଟ ହେଲ୍‌ଥ ମନିଟରିଙ୍ଗ ସିଷ୍ଟମ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ବିଇଏଲ ବୈଜ୍ଞାନିକମାନେ ଏକ ଆପ୍ଲିକେସନକୁ ବିକଶିତ କରିଛନ୍ତି, ଯାହା କି ଏକ ସେନସର ଦ୍ବାରା ତାପମାତ୍ରା, ନାଡି ଗତି ଓ ଅନ୍ୟାନ୍ୟ ପାରାମିଟର ସଂପର୍କରେ ସୂଚନା ସଂଗ୍ରହ କରେ । ପରେ ସେନସର ଜରିଆରେ ରେକର୍ଡ ହୋଇଥିବା ସୂଚନା ଡାକ୍ତର ମାନଙ୍କୁ ପଠାଯାଏ । ଗୋଟିଏ ସେନସର ରୋଗୀର କଚଟି ଓ ଆଉ ଗୋଟିଏ ଛାତି ନିକଟରେ ରଖି ଡାକ୍ତରମାନେ ସେମାନଙ୍କ ମୋବାଇଲ୍ ଫୋନ ବା ଲାପଟପରେ ରୋଗୀର ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିପାରିବେ । ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲ ଆସୁଥିବା ସନ୍ଦିଗ୍ଧ କୋଭିଡ-୧୯ ରୋଗୀମାନଙ୍କୁ ସେନସର କିଟ୍ ଦିଆଯିବ । ରୋଗୀଙ୍କୁ ଔଷଧ କେମିତି ଦିଆଯିବ, ତାହା ପରିବାର ସଦସ୍ୟଙ୍କୁ ବୁଝାଇ ଦିଆଯିବ । ଫଳରେ ବାରମ୍ବାର ହସ୍ପିଟାଲ ନ ଯାଇ ରୋଗୀମାନେ ଘରେ ଥାଇ ଚିକିତ୍ସା ସୁବିଧା ପାଇପାରିବେ ।

ଇଣ୍ଟରନେଟ ଅଫ ଥିଙ୍ଗସ୍‌ ( ଆଇଓଟି ) ଏବଂ କ୍ଲାଉଡ ଟେକ୍ନୋଲୋଜି ବ୍ୟବହାର କରାଯାଇ ଏଭଳି ସିଷ୍ଟମ ବାହାର କରାଯାଇଛି । ଲକ୍ଷାଧିକ ରୋଗୀଙ୍କ ବାବଦରେ ସୂଚନା ଏକାଥରକେ ସେନସର ଜରିଆରେ ଡାକ୍ତରଙ୍କ ପାଖରେ ପହଞ୍ଚିପାରିବ । ଡାକ୍ତରମାନେ ବି ବିଇଏଲ ଦ୍ବାରା ବିକଶିତ ଆପ୍ ଜରିଆରେ ରୋଗୀଙ୍କୁ ଠିକ ସମୟରେ ଚିକିତ୍ସା କରିପାରିବେ । ସ୍ଥାନୀୟ ସଂସ୍ଥାମାନେ ବି ରୋଗୀଙ୍କ ସୂଚନା ପାଇପାରିବେ । ରୋଗୀମାନେ ହସ୍ପିଟାଲର ଆଇସୋଲେସନ ଓାର୍ଡରେ ରହିବାର ବିରକ୍ତି ବୋଧରୁ ରକ୍ଷା ପାଇପାରିବେ । ସଫାସୁତୁରା ଅଭ୍ୟାସ ଓ ସାମାଜିକ ଦୂରତା ରଖି ରୋଗୀମାନେ ଦ୍ରୁତ ଆରୋଗ୍ୟ ଲାଭ କରିପାରିବେ । ହୋମ ହେଲ୍‌ଥ ମନିଟରିଙ୍ଗ ସିଷ୍ଟମ ଦ୍ବାରା ଡାକ୍ତର, ନର୍ସ ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀ ମାନେ ସଂକ୍ରମଣରୁ ରକ୍ଷା ପାଇପାରିବେ । ବୈଷୟିକ ଦୃଷ୍ଟିରୁ ବେଶ୍‌ ଉନ୍ନତ ଏହି ସିଷ୍ଟମ ଦ୍ବାରା ହସ୍ପିଟାଲ ଓ ମେଡିକାଲ ଷ୍ଟାଫଙ୍କ ବୋଝ ହାଲକା ହୋଇପାରିବ ବୋଲି ଋଷିକେଶ ଏମ୍ସର ରେଡିଓଲୋଜି ବିଭାଗର ଏମଡି ଡକ୍ଟର ମୋହିତ କହିଛନ୍ତି । ଏହି ସିଷ୍ଟମ ବ୍ୟବହାର ଦ୍ବାରା ଡାକ୍ତରମାନେ ଅଲଗା ରୋଗୀଙ୍କୁ ବି ଦେଖିବାକୁ ସମୟ ପାଇବେ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.