ଲକ୍ଷ୍ନୌ: 2020 ବର୍ଷ ପାଇଁ ଲକ୍ଷ୍ନୌ ବିଶ୍ବବିଦ୍ୟାଳୟର ବିଏଡ ପ୍ରବେଶିକା ପରୀକ୍ଷା 9 ଅଗଷ୍ଟରେ ଅନୁଷ୍ଠିତ ହେବ । ୟୁପି ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ବୁଧବାର ଦିନ ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ପରୀକ୍ଷାର ଆୟୋଜନ 73ଟି ଜିଲ୍ଲାରେ କରାଯିବ ।
ପରୀକ୍ଷାର୍ଥୀଙ୍କ ସମସ୍ୟାକୁ ନଜରରେ ରଖି 73ଟି ଜିଲ୍ଲାରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଚଳିତବର୍ଷ ବିଏଡ ପରୀକ୍ଷା ପାଇଁ 4.30ଲକ୍ଷର ଆବେଦନ ଆସିଛି । ପ୍ରବେଶିକା ପରୀକ୍ଷାର ଷ୍ଟେଟ ଜୋନଲ କୋଡିନେଟର ଅମିତା ବାଜପେୟୀ କହିଛନ୍ତି ଯେ, ପରୀକ୍ଷାର୍ଥୀ ପ୍ରବେଶିକା ପରୀକ୍ଷା ପାଇଁ ଅନ୍ୟ ଜିଲ୍ଲାର ବିକଳ୍ପ ଦେବାର ଥିଲା । ଶ୍ରାବସ୍ତୀ ଓ କପିଳବସ୍ତୁ ଜିଲ୍ଲା ପାଇଁ କୌଣସି ବିକଳ୍ପ ଆସିନଥିଲା, ସେଥିପାଇଁ ସେହି 2ଟି ଜିଲ୍ଲାକୁ ଛାଡି ଅନ୍ୟ 73 ଜିଲ୍ଲାରେ ପରୀକ୍ଷା ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ