ETV Bharat / bharat

କୋରୋନାରୁ ରକ୍ଷା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ବିନ ବ୍ୟବହାର କରୁଛନ୍ତି କି, ହୋଇଯା’ନ୍ତୁ ସାବଧାନ !

ଡାକ୍ତରଙ୍କ ବିନା ଅନୁମତିରେ ହାଇଡ୍ରୋକ୍ସିକ୍ଲୋରୋକ୍ବିନର ବିପଜ୍ଜନକ ପ୍ରଭାବ ଦେଖାଯାଏ । ଏହା ଛୋଟ ପିଲାଙ୍କ ପାଇଁ କ୍ଷତିକାରକ ହୋଇଥାଏ । ଅଧିକ ପଢନ୍ତୁ...

କୋରୋନାରୁ ରକ୍ଷା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ବିନ ବ୍ୟବହାର କରୁଛନ୍ତି କି, ହୋଇଯାନ୍ତୁ ସାବଧାନ !

author img

By

Published : Jun 2, 2020, 2:47 PM IST

ହାଇଦ୍ରାବାଦ: କୋଭିଡ-19 ଚିକିତ୍ସା ମଧ୍ୟରେ ହାଇଡ୍ରୋକ୍ସିକ୍ଲୋରୋକ୍ବିନ ଔଷଧର ବ୍ୟବହାର ବିପଦପୂର୍ଣ୍ଣ ଅଟେ । କେବଳ ଡାକ୍ତରଙ୍କ ପରାମର୍ଶରେ ହିଁ ଏହାକୁ ବ୍ୟବହାର କରିବା ଉଚିତ । ଏହି ଔଷଧ ଦେବାବେଳେ ତୀବ୍ର ନିରୀକ୍ଷଣ ରହିବା ଆବଶ୍ୟକ ବୋଲି ଡାକ୍ତରମାନେ କହିଛନ୍ତି ।

ହାଇଡ୍ରୋକ୍ସିକ୍ଲୋରୋକ୍ବିନ ସାଇଡ ଇଫେକ୍ଟସ

ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା ସହ ଜଡିତ ଡାକ୍ତର ଆମୀର ଖାନ କହିଛନ୍ତି, "ହାଇଡ୍ରୋକ୍ସିକ୍ଲୋରୋକ୍ବିନ ଦିଆଯାଉଥିବା ରୋଗୀଙ୍କୁ ସମାନ ରକ୍ତ ପରୀକ୍ଷା ଆବଶ୍ୟକ ହୁଏ । ଏହି ରକ୍ତ ପରୀକ୍ଷାରେ ଯକୃତ ଏବଂ କିଡନୀ ଉପରେ ପଡିବାକୁ ଥିବା ପ୍ରଭାବ ଉପରେ ଯାଞ୍ଚ କରାଯାଇଥାଏ । ତାଙ୍କ କହିବାନୁସାରେ, ଯକୃତ ଏବଂ କିଡନୀ ଉପରେ ଏହାର ପ୍ରଭାବ ହେବାର ସମ୍ଭାବନା ରହିଛି । ଏହାର ପାର୍ଶ୍ୱ ପ୍ରତିକ୍ରିୟା ଭାବରେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ପେଟରେ ଯନ୍ତ୍ରଣା ହୋଇପାରେ ।

ଏହା ବ୍ୟତୀତ ସ୍ୱାସ୍ଥ୍ୟ ଉପରେ ଏହାର ବିପଜ୍ଜନକ ପ୍ରଭାବ ମଧ୍ୟ ଦେଖାଯାଏ । ଏଥି ମଧ୍ୟରେ ଦୃଷ୍ଟିହୀନତା, ହୃଦସ୍ପନ୍ଦନର ଅସନ୍ତୁଳନ, ଶ୍ରବଣ ଶକ୍ତି ହ୍ରାସ, ରକ୍ତରେ ଶର୍କରା ଏବଂ ଚନ୍ଦା ବା ବାଳ ଝଡିବା, ମନୋବଳରେ ପରିବର୍ତ୍ତନ, ଚାପ ଏବଂ ଆତ୍ମହତ୍ୟା ଚିନ୍ତାଧାରା ଅନ୍ତର୍ଭୁକ୍ତ ।

ସେ କହିଛନ୍ତି ଯେ, ଏହି ଔଷଧର ବ୍ୟବହାର ପିଲାମାନଙ୍କ ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ। ଗର୍ଭବତୀ ମହିଳାମାନେ ଏହାକୁ ବ୍ୟବହାର ନକରିବା ଉଚିତ । ପେଟରେ ବଢୁଥିବା ଶିଶୁ ଉପରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖାଯାଏ । ମ୍ୟାଲେରିଆ ଏବଂ ପ୍ରଦାହର ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ବିନ ପ୍ରାୟତଃ ବ୍ୟବହୃତ ହୁଏ ।

ଡାକ୍ତରଙ୍କ ପରାମର୍ଶ ବିନା ବ୍ୟବହାର କରନ୍ତୁ ନାହିଁ

ଡାକ୍ତରଙ୍କ ପରାମର୍ଶ ପରେ ରୋଗୀକୁ ଏହାକୁ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି । ମାର୍ଚ୍ଚ ମାସରେ କ୍ଲୋରୋକ୍ବିନ ଫସଫେଟ ନେବା ପରେ ଜଣେ ଆମେରିକୀୟ ନାଗରିକଙ୍କର ମୃତ୍ୟୁ ହୋଇଥିଲା । କୋରୋନା ସଂକ୍ରମଣକୁ ରୋକିବା ପାଇଁ ସେ ଏହି ଔଷଧ ବ୍ୟବହାର କରିଥିଲେ। ମୃତକଙ୍କ ପତ୍ନୀ କହିଛନ୍ତି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା ପରେ ତାଙ୍କ ପରିବାର ଡ୍ରଗ ବିଷୟରେ ଜାଣିବାକୁ ପାଇଥିଲେ । ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କୋରୋନାରୁ ସୁରକ୍ଷା ପାଇଁ ଏହି ଔଷଧ ସେବନ ବିଷୟରେ କହୁଥିବାର ନଜର ଆସିଥିଲେ ।

କ୍ଲୋରୋକ୍ବିନ ଫସଫେଟ ମଧ୍ୟ ହାଇଡ୍ରୋକ୍ସିକ୍ଲୋରୋକ୍ବିନ ପରି ଏକ ଔଷଧ । ଯାହା ମାଛ ଟାଙ୍କି ସଫା କରିବାକୁ ବ୍ୟବହାର କରାଯାଏ । ଅଦ୍ୟାବଧି କୋରୋନା ଚିକିତ୍ସାରେ ଏହାର ଲାଭ ହେବାର କୌଣସି ଦୃଢ ପ୍ରମାଣ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.