ETV Bharat / bharat

ୟେସ୍‌ ବ୍ୟାଙ୍କ୍‌ ବିପର୍ଯ୍ୟୟ: ପରସ୍ପର ଉପରେ ଦୋଷ ଲଦିଲେ ଚିଦାମ୍ବରମ୍‌ ଓ ସୀତାରମଣ - Yes Bank crisis

ବ୍ୟାଙ୍କ୍‌ଗୁଡିକର ବିପର୍ଯ୍ୟୟକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି ବୋଲି କହି ସରକାରଙ୍କ ବ୍ୟାଙ୍କିଙ୍ଗ୍‌ ନୀତିକୁ ସମାଲୋଚନା କରିଛନ୍ତି ଚିଦାମ୍ବରମ୍‌ । ଯାହାର ଜବାବ ଦେଇଛନ୍ତି ଅର୍ଥମନ୍ତ୍ରୀ ।

Battle of finance ministers
ୟେସ୍‌ ବ୍ୟାଙ୍କ୍‌ ବିପର୍ଯ୍ୟୟ: ପରସ୍ପର ଉପରେ ଦୋଷ ଲଦିଲେ ଚିଦାମ୍ବରମ୍‌ ଓ ସୀତାରମଣ
author img

By

Published : Mar 8, 2020, 11:57 AM IST

ବ୍ୟାଙ୍କ୍‌ଗୁଡିକର ବିପର୍ଯ୍ୟୟକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି ବୋଲି କହି ସରକାରଙ୍କ ବ୍ୟାଙ୍କିଙ୍ଗ୍‌ ନୀତିକୁ ସମାଲୋଚନା କରିଛନ୍ତି ଚିଦାମ୍ବରମ୍‌ ।

ଏହାକୁ ଦୃଢ ଭାବେ ଖଣ୍ଡନ କରି ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି, ‘ୟୁପିଏ ସରକାରଙ୍କ ସମୟରେ ଦେଶର ତିନୋଟି ବ୍ୟାଙ୍କ୍‌ ବିପର୍ଯ୍ୟସ୍ତ ହୋଇଥିଲା । ଏହି ସମୟରେ କେନ୍ଦ୍ର ସରକାର କୌଣସି ବ୍ୟକ୍ତିଙ୍କୁ ଏହି ବିପର୍ଯ୍ୟୟ ପାଇଁ ଦାୟୀ କରି ପାରି ନଥିଲେ କି କାହାକୁ ଗିରଫ କରି ନଥିଲେ । ଅପରପକ୍ଷେ ଏନ୍‌ଡିଏ ସରକାର ଏବେ ରିଜର୍ଭ ବ୍ୟାଙ୍କ୍‌ଙ୍କୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି । ସରକାରଙ୍କ ପକ୍ଷରୁ ରିଜର୍ଭ ବ୍ୟାଙ୍କ୍‌ଙ୍କୁ ଯେଉଁ ଅଧିକାରୀ ବା ବ୍ୟକ୍ତିମାନେ ଏହି ବିପର୍ଯ୍ୟୟ ପାଇଁ ଦାୟୀ ତାଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି । ଏହାସହ ଜରୁରୀକାଳୀନ ଭିତ୍ତିରେ ସେମାନଙ୍କ ବିରୁଦ୍ଧରେ ଯେମିତି ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇପାରିବ ସେଥିନେଇ କାର୍ଯ୍ୟ ଆରମ୍ଭ କରିଛନ୍ତି ।’

ସେ କହିଛନ୍ତି, ‘ଅନୀଲ ଅମ୍ବାନୀ ଗ୍ରୁପ୍‌, ଏସେଲ୍‌ ଗ୍ରୁପ୍‌, ଡିଏଚ୍‌ଏଫ୍‌ଏଲ୍‌, ଆଇଏଲ୍‌ଏଫ୍‌ଏସ୍‌ ଏବଂ ଭୋଡାଫୋନ୍‌ ଭଳି ସମସ୍ୟା ତଥା କ୍ଷତିରେ ଚାଲୁଥିବା କମ୍ପାନୀଗୁଡିକ ସହ ୟେସ୍‌ ବ୍ୟାଙ୍କ୍‌ର ମାତ୍ରାଧିକ କାରବାର ତଥା ସେମାନଙ୍କୁ ଋଣ ପୁଞ୍ଜି ଯୋଗାଣ ଦ୍ଵାରା ବ୍ୟାଙ୍କ ଆଜି ଏହି ଅବସ୍ଥାରେ ପହଞ୍ଚିଛି । ଏହି ବିପର୍ଯ୍ୟୟ ଦ୍ଵାରା ଗତବର୍ଷ ଜାନୁୟାରୀ ମାସରେ ଏହାର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ରାଣା କପୁର ନିଜ ପଦବୀରୁ ଓହରିବାକୁ ବାଧ୍ୟ ହୋଇଥିଲେ । ଯଦିଓ ତାଙ୍କୁ ନିଜ ପଦବୀରେ ରଖିବା ପାଇଁ ବ୍ୟାଙ୍କ୍‌ ଅନୁରୋଧ କରିଥିଲା କିନ୍ତୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ ।

ସେହିପରି 2006ରେ ଆଇଡିବିଆଇ ବ୍ୟାଙ୍କ୍‌ ସହ ୟୁନାଇଟେଡ୍‌ ଓ୍ବେଷ୍ଟର୍ଣ୍ଣ ବ୍ୟାଙ୍କ୍‌ର ସମ୍ମିଶ୍ରଣକୁ ମଧ୍ୟ ସମାଲୋଚନା କରିଛନ୍ତି । ଏଥିନେଇ ୟୁପିଏ ସରକାରଙ୍କୁ ନିନ୍ଦା କରିବା ସହ ସୀତାରମଣ କହିଛନ୍ତି, ‘ଏହାଦ୍ଵାରା ଏକ ସରକାରୀ ବ୍ୟାଙ୍କ୍‌ ଉପରେ ଅଯଥାରେ ଋଣ ଚାପକୁ ଲଦି ଦିଆଯାଇଛି ।’

ୟେସ୍‌ ବ୍ୟାଙ୍କ୍‌ ସଙ୍କଟ ପରିସ୍ଥିତିରେ କଂଗ୍ରେସ ନେତା ଚିଦାମ୍ବରମ୍‌ ଏବଂ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୋଷାରୋପ କରିବା ତଥା ଏହି ପ୍ରସଙ୍ଗରେ ସରକାରଙ୍କୁ ନିନ୍ଦିତ କରିବାର କିଛିକ୍ଷଣ ପରେ ଅର୍ଥମନ୍ତ୍ରୀ ସୀତାରମଣ ଏକ ପ୍ରେସ୍‌ କନ୍‌ଫରେନ୍ସ ଡାକିଥିଲେ । ଏହି ସମ୍ମିଳନୀରେ, ପୂର୍ବରୁ ଦେଶର ବ୍ୟାଙ୍କିଙ୍ଗ୍‌ କାରବାରକୁ ବିପର୍ଯ୍ୟସ୍ତ କରିବା ପାଇଁ କଂଗ୍ରେସ ଉଦ୍ୟମ କରିଥିବା ବିଷୟ ପ୍ରକାଶ କରିଥିଲେ ।

ୟେସ୍‌ ବ୍ୟାଙ୍କ ସଙ୍କଟ ସମୟରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନ ସରକାରଙ୍କୁ ଦାୟୀ କରି ଚିଦାମ୍ବରମ୍‌ ଟ୍ବିଟରରେ ଉଲ୍ଲେଖ କରିଥିଲେ ଯେ, ବିଜେପି ମାତ୍ର 6 ବର୍ଷ ହେଲା ଦେଶକୁ ଶାସନ କରିଛି । ଏହି ସମୟ ଭିତରେ ସରକାର ଅର୍ଥ ବ୍ୟବସ୍ଥାକୁ ପରିଚାଳନା କରିବାରେ ସମର୍ଥ ହୋଇପାରିନାହାନ୍ତି । ଯାହାର ଉଦାହରଣ ଏହି ବ୍ୟାଙ୍କର ବିପର୍ଯ୍ୟୟରୁ ସ୍ପଷ୍ଟ ହେଉଛି ବୋଲି ସେ କହିଥିଲେ ।

କେବଳ ଚିଦାମ୍ବରମ୍‌ ଯେ ଏହି ଜଟିଳ ପରିସ୍ଥିତିରେ ସରକାରଙ୍କ ଅର୍ଥନୀତିକ ରଣନୀତିକୁ ସମାଲୋଚନା କରିଛନ୍ତି ତାହା ନୁହେଁ, କିନ୍ତୁ ତାଙ୍କର ଟ୍ବିଟରରେ ସିରିଜ୍‌ ଲେଖା ଅର୍ଥମନ୍ତ୍ରୀଙ୍କୁ ତାତ୍‌କ୍ଷଣିକ ଜବାବ ରଖିବାକୁ ବାଧ୍ୟ କରିଥିଲା । ଏଣୁ ସେ ସନ୍ଧ୍ୟାରେ ଏକ ଜରୁରୀ ସାମ୍ବାଦିକ ସମ୍ମିଳନୀ ଡକାଇ ସ୍ପଷ୍ଟୀକରଣ ରଖିଛନ୍ତି ।

ଚିଦାମ୍ବରମ୍‌ ତାଙ୍କ ଟ୍ବିଟ୍‌ରେ କହିଥିଲେ ଯେ, ପ୍ରଥମେ ପିଏମ୍‌ସି ବ୍ୟାଙ୍କ୍‌ ଆଉ ଏବେ ୟେସ୍‌ ବ୍ୟାଙ୍କ୍‌ ସଙ୍କଟ ସମସ୍ତଙ୍କ ପାଇଁ ଉଦ୍‌ବେଗର କାରଣ ହୋଇଛି । ସରକାର କ’ଣ ଏହି ଅବସ୍ଥାରେ ନିଜ ଦାୟିତ୍ଵକୁ ମୁଣ୍ଡରୁ ଏଡ଼ାଇ ପାରିବେ? ଏହି ପ୍ରଶ୍ନ କରିବା ସହ ସେ ସରକାରଙ୍କୁ ପଚାରିଥିଲେ ଯେ, ଏହି ଦୁଇ ବ୍ୟାଙ୍କ୍‌ ପରେ ସଙ୍କଟ ଭୋଗିବାକୁ ଆଉ କୌଣସି ବ୍ୟାଙ୍କ୍‌ ଧାଡିରେ ରହିଛି କି? ଏହି ପ୍ରକାର ଆରୋପ ମୂଳକ ସମାଲୋଚନାକୁ ଦେଖିଲା ପରେ ଅର୍ଥମନ୍ତ୍ରୀ ସୀତାରମଣ ୟୁପିଏ ସରକାର ଅମଳରେ ହୋଇଥିବା ବ୍ୟାଙ୍କ ସଙ୍କଟକୁ ସାମ୍ନାକୁ ଆଣିବାକୁ ଚାହିଁଥିଲେ । ସେ କହିଥିଲେ ଯେ, ‘କଂଗ୍ରେସ ସରକାର ସମୟରେ ଗ୍ଲୋବାଲ୍‌ ଟ୍ରଷ୍ଟ ବ୍ୟାଙ୍କ (ଜିଟିବି), ୟୁନିଇଟେଡ୍‌ ଓ୍ବେଷ୍ଟଣ୍ଣ ବ୍ୟାଙ୍କ୍‌( ୟୁଡବ୍ଲୁ ବି) ଏବଂ ଗଣେଶ ବ୍ୟାଙ୍କ୍‌ ଅଫ୍‌ କୁରୁନ୍ଦୱାଡ (ଜିକେବି)କୁ ଅନ୍ୟ ବ୍ୟାଙ୍କ ସହ ମିଶ୍ରଣ କରାଯାଇଥିଲା । କେବଳ ବିପର୍ଯ୍ୟୟକୁ ଏଡାଇବା ଲାଗି ସେତେବେଳେ ୟୁପିଏ ସରକାର ଏହି ପଦକ୍ଷେପ ନେଇଥିଲେ ।’

ସୀତାରମଣ କହିଛନ୍ତି ଯେ, ‘ୟୁପିଏ ସରକାର ସେତେବେଳେ ସଙ୍କଟରେ ଚାଲୁଥିବା ବ୍ୟାଙ୍କଗୁଡିକୁ ଅନ୍ୟ ବ୍ୟାଙ୍କ ସହ ମିଶ୍ରଣ କରାଇଦେଲେ କିନ୍ତୁ ଦାୟିତ୍ଵ ସ୍ଥିର କରିଲେ ନାହିଁ । ଅର୍ଥାତ୍‌ ୟୁପିଏ ସରକାର ଏଥିରୁ ନିଜ ଦାୟିତ୍ଵ ଶେଷ ହୋଇଗଲା ବୋଲି ବିଚାର କରିଥିଲେ । ଜୁଲାଇ 2004 ମସିହାରେ ଗ୍ଲୋବାଲ୍‌ ଷ୍ଟଷ୍ଟ ବ୍ୟାଙ୍କ୍‌କୁ ଓରିଏଣ୍ଟାଲ୍‌ ବ୍ୟାଙ୍କ ଅଫ୍‌ କମର୍ସ ଭଳି ସରକାରୀ ବ୍ୟାଙ୍କ୍‌ରେ ମିଶ୍ରଣ କରାଯାଇଥିଲା । ସେହିପରି ଆଉ ଏକ ସରକାରୀ ବ୍ୟାଙ୍କ୍‌ ଆଇଡିବିଆଇ ବ୍ୟାଙ୍କ ସହ ୟୁନାଇଟେଡ୍‌ ଓ୍ବେଷ୍ଟର୍ଣ୍ଣ ବ୍ୟାଙ୍କକୁ ମିଶ୍ରଣ କରାଯାଇଥିଲା । ଘରୋଇ କ୍ଷେତ୍ରର ଋଣ ପ୍ରଦାନକାରୀ ଫେଡେରାଲ୍‌ ବ୍ୟାଙ୍କ୍‌ ସହ 2006 ମସିହାରେ ଗଣେଶ ବ୍ୟାଙ୍କ୍‌ ଅଫ୍‌ କୁରୁନ୍ଦୱାଡକୁ ମିଶ୍ରଣ କରାଯାଇଥିଲା ।’

‘ମୁଁ ଆପଣଙ୍କୁ ଏହି ପରିସ୍ଥିତିରେ କିପରି ଆତ୍ମ ଘୋଷିତ ପାରଙ୍ଗମ ବ୍ୟକ୍ତିମାନେ ଏହି ଅବସ୍ଥାରେ ବ୍ୟାଙ୍କିଙ୍ଗ୍‌ ସ୍ଵାସ୍ଥ୍ୟର ପୁନରୁଦ୍ଧାର ପାଇଁ ଚିକିତ୍ସା ଆରମ୍ଭ କରିଥିଲେ । ସେମାନେ ମନକୁ ମନ ଆଇଡିବିଆଇ ବ୍ୟାଙ୍କ ସହ ୟୁନାଇଟେଡ୍‌ ଓ୍ବେଷ୍ଟର୍ଣ୍ଣ ବ୍ୟାଙ୍କ୍‌ ସହ ମିଶ୍ରଣ କରାଇଥିଲେ । ଏହାଦ୍ଵାରା ଆଇଡିବିଆଇ ବ୍ୟାଙ୍କ ଦୁର୍ବଳ ପରିସ୍ଥିତି ଆଡକୁ ମୁହାଁଇଥିଲା । ଅପରପକ୍ଷେ କୌଣସି ପ୍ରକାରେ ୟୁନାଇଟେଡ୍‌ ଓ୍ବେଷ୍ଟର୍ଣ୍ଣ ବ୍ୟାଙ୍କ୍‌ କୋର୍ଟରେ ଚ୍ୟାଲେଞ୍ଜ ସମ୍ମୁଖୀନ ହୋଇଛି । ଏହିଭଳି ଚିକିତ୍ସା ପାଇଁ ଯେଉଁମାନେ ପରାମର୍ଶ ଦେଇଥିଲେ, ଆଜି ସେମାନେ ଆମକୁ ସମାଲୋଚନା କରି ଏପରି ମନ୍ତବ୍ୟ ରଖୁଛନ୍ତି । ଆମେ ନିଶ୍ଚିତ କରିଛୁ ଯେ, ୟେସ୍‌ ବ୍ୟାଙ୍କର ଜମାକର୍ତ୍ତାଙ୍କ ଅର୍ଥ ସୁରକ୍ଷିତ କରିବୁ । ସେଥିଲାଗି ଆମେ ନୀତି ନିର୍ଦ୍ଧାରଣ କରୁଛୁ । ଆଉ ଏଥିଲାଗି ଲୋକଙ୍କୁ ଆଶ୍ଵାସନା ମଧ୍ୟ ଦିଆଯାଇଛି ।’

‘ମୁଁ ପଚାରିବାକୁ ଚାହେଁ ଯେ, ଏହି ବିପର୍ଯ୍ୟୟ ବା ସଙ୍କଟ ପାଇଁ ଦାୟୀଥିବା କେତେ ଜଣଙ୍କ ବିରୁଦ୍ଧରେ ୟୁପିଏର ସରକାର ସେତେବେଳେ ମାମଲା ରୁଜୁ କରିଥିଲେ’ ବୋଲି ସୀତାରମଣ ପ୍ରକାଶ କରିଛନ୍ତି । ୟୁପିଏ ସରକାରଙ୍କ ସମୟରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କ୍ୟାବିନେଟ୍‌ରେ ପ୍ରାୟ 10 ବର୍ଷ ସମୟ ଧରି ଅର୍ଥମନ୍ତ୍ରୀ ଦାୟିତ୍ଵ ତୁଲାଇଥିବା ଚିଦାମ୍ବରମ୍‌, ବର୍ତ୍ତମାନର ଅର୍ଥମନ୍ତ୍ରୀ ନିର୍ମଳାଙ୍କ ଏହି ଆରୋପର ଜବାବ ରଖିବାକୁ ପଛାଇ ନାହାଁନ୍ତି । ସେ ନିର୍ମଳାଙ୍କ ଆରୋପକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି । ବିଶେଷକରି ୟେସ୍‌ ବ୍ୟାଙ୍କ ସଙ୍କଟ ୟୁପିଏ ସରକାରଙ୍କ ସମୟରୁ ହିଁ ଆରମ୍ଭ ହୋଇଛି ବୋଲି ସେ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହାକୁ ଚିଦାମ୍ବରମ୍‌ ଖଣ୍ଡନ କରିଛନ୍ତି ।

ସେ କହିଛନ୍ତି,‘ମିଡିଆରେ ଅର୍ଥମନ୍ତ୍ରୀ ସୀତାରମଣଙ୍କ ମନ୍ତବ୍ୟକୁ ଶୁଣିଛି । ଏହା ଚିରାଚରିତ ଥିଲା, ଯାହା ମୁଁ ଆଶଙ୍କା କରୁଥିଲି ସେ ତାହା ହିଁ କହିଛନ୍ତି । ସେ କହିଛନ୍ତି ଯେ, ୟେସ୍‌ ବ୍ୟାଙ୍କ୍‌ର ବିପର୍ଯ୍ୟୟ ୟୁପିଏ ସରକାରଙ୍କ ସମୟରୁ ଆରମ୍ଭ ହୋଇଥିଲା । ଏହା ସମ୍ପୂର୍ଣ୍ଣ ମିଥ୍ୟା । ବାସ୍ତବରେ ଏହି ସଙ୍କଟ 2017 ମସିହାରୁ ହିଁ ଆରମ୍ଭ ହୋଇଥିଲା’ ବୋଲି ଚିଦାମ୍ବରମ୍‌ ପ୍ରକାଶ କରିଛନ୍ତି । ନିର୍ମଳାଙ୍କ ସାମ୍ବାଦିକ ସମ୍ମିଳନୀର କିଛିକ୍ଷଣ ପରେ ସେ ଏହି ମନ୍ତବ୍ୟ ଗଣମାଧ୍ୟମରେ ରଖିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.