ETV Bharat / bharat

ବାରାମୁଳାର 6 ଦୋକାନରେ ଅଗ୍ନିକାଣ୍ଡ, ଧମକ ଦେଇଥିଲେ ଆତଙ୍କବାଦୀ

ଜମ୍ମୁ ଓ କାଶ୍ମୀରର ବାରାମୁଳା ଜିଲ୍ଲାରେ 6ଟି ଦୋକାନରେ ନିଆଁ । ପୂର୍ବରୁ ଆତଙ୍କବାଦୀମାନେ ଧମକ ଦେଇଥିବା ସୂଚନା ।

ପ୍ରତିକାତ୍ମକ ଫଟୋ
author img

By

Published : Nov 24, 2019, 10:38 PM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ବାରାମୁଳା ଜିଲ୍ଲାରେ 6ଟି ଦୋକାନରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । କିଛି ଦୁର୍ବୃତ୍ତ ଦୋକାନରେ ନିଆଁ ଲଗାଇଥିବା ନେଇ ଜଣା ପଡିଛି । ପୂର୍ବରୁ ଆତଙ୍କବାଦୀମାନେ ଏପରି କାଣ୍ଡ ଘଟାଇବା ନେଇ ଧମକ ଦେଇଥିଲେ । ତେବେ ଦୋକାନରେ କିଏ ନିଆଁ ଲଗାଇଛି, ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ ।

ପୂର୍ବରୁ କେନ୍ଦ୍ର ସରକାର ଜମ୍ମୁ ଓ କାଶ୍ମୀରରୁ ଧାରା 370 ଉଚ୍ଛେଦ ହଟାଇବା ସହ ଏହାର ପୁନଃର୍ଗଠନ ବିଲ ସଂସଦରେ ଆଗତ କରିଥିଲେ । ଏହି ବିଲ ମାଧ୍ୟମରେ ଜମ୍ମୁ ଓ କାଶ୍ମୀରରୁ ପୂର୍ଣ୍ଣ ରାଜ୍ୟ ପାହ୍ୟା ହଟାଇ କେନ୍ଦ୍ର ଶାସିତ ପ୍ରଦେଶ ମାନ୍ୟତା ଦେଇଥିଲେ ।

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ବାରାମୁଳା ଜିଲ୍ଲାରେ 6ଟି ଦୋକାନରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । କିଛି ଦୁର୍ବୃତ୍ତ ଦୋକାନରେ ନିଆଁ ଲଗାଇଥିବା ନେଇ ଜଣା ପଡିଛି । ପୂର୍ବରୁ ଆତଙ୍କବାଦୀମାନେ ଏପରି କାଣ୍ଡ ଘଟାଇବା ନେଇ ଧମକ ଦେଇଥିଲେ । ତେବେ ଦୋକାନରେ କିଏ ନିଆଁ ଲଗାଇଛି, ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ ।

ପୂର୍ବରୁ କେନ୍ଦ୍ର ସରକାର ଜମ୍ମୁ ଓ କାଶ୍ମୀରରୁ ଧାରା 370 ଉଚ୍ଛେଦ ହଟାଇବା ସହ ଏହାର ପୁନଃର୍ଗଠନ ବିଲ ସଂସଦରେ ଆଗତ କରିଥିଲେ । ଏହି ବିଲ ମାଧ୍ୟମରେ ଜମ୍ମୁ ଓ କାଶ୍ମୀରରୁ ପୂର୍ଣ୍ଣ ରାଜ୍ୟ ପାହ୍ୟା ହଟାଇ କେନ୍ଦ୍ର ଶାସିତ ପ୍ରଦେଶ ମାନ୍ୟତା ଦେଇଥିଲେ ।

Intro:Slug-Kansa pitala
Format-pkg(spl)
Reporter-Gyanaranjan ojha
place-jajpur
Date-22.11.19
Anchor---ଶହେବର୍ଷ ପରେ ବିରଳ କାରିଗରିର ନମୁନା ବଂଚାଇ ରଖିଛନ୍ତି ଯାଜପୁର ଜିଲ୍ଳା ରସୁଲପୁର ବ୍ଳକ କୁଣ୍ଡପାଟଣା ଆଉ ବାଲିପାଟଣା ଗାଁର କଂସାବାସନ କାରିଗର । ଚାହିଦା କମିଛି ସିନା ହେଲେ କାରିଗର ହାତର ଯାଦୁ ଏବେବି ଚମକୁଛି । ଆସନ୍ତୁ ଦେଖିବା ଈଟିଭି ଭାରତର ଏହି ଵିଶେଷ ରିପୋଟ ।


Body:
ଭିଓ-୧-
ଏ ହେଉଛି ଯାଜପୁର ଜିଲ୍ଳା ଧର୍ମଶାଳା ବକ୍ଲ କୁଣ୍ଡପାଟଣା ଆଉ ବାଲିପାଟଣା ଗାଁ । ପାଖାପାଖି ଦୁଇହଜାର ଲୋକ ବସବାସ କରନ୍ତି ଏଇ ଗାଁରେ । ଗାଁ ଭିତରେ ପାଦ ପକାଇଲେ ଅନବରତ ଶୁଭୁଛି ଠଣ୍ ଠାଣ୍ ଶଦ୍ଦ । କୌଳିକ ବୃତିକୁ ବଂଚାଇ ରଖିବା ପାଇଁ ଏଇ ଗାଁ ୫୦ରୁ ଉର୍ଦ୍ଧ ପରିବାର ଏବେ କଂସା ପିତଳ ବାସନ ତିଆରି କରିବାରେ ଜାରି ରଖିଛନ୍ତି ନିରନ୍ତର ପ୍ରୟାସ । ଗରା,ମାଣ୍ଡିଆ, ହଣ୍ଡା,କଂସାବାସନ ତିଆରିରେ ବେଶ୍ ସିଦ୍ଧହସ୍ତ ଏଇ ଗାଁର କାରିଗର । ଯାହକୁ ଦେଖିଲେ ମନେହେବ କୌଣସି କଳକାରଖାନାରେ ଏସବୁ ପ୍ରସ୍ତୁତ ହୋଇଛି । ତେବେ ଏହି ଶହେ ବର୍ଷର ଉର୍ଦ୍ଧ ହେବ ଏହି କାରୁକାର୍ଯ୍ୟ କରି ଆସୁଥିବା ଗାଁକୁ ସରକାରଙ୍କ ତରଫରୁ କିଛି ସାହାଯ୍ୟ ନ ମିଳୁଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କାରିଗର ସଂଘର ସମ୍ପାଦକ।
ବାଇଟ-୧-ନବଘନ ସାହୁ , କାରିଗର ସଂଘ ସମ୍ପାଦକ
ବାଇଟ-୨-ବଳରାମ ସାହୁ (କାରିଗର)
ଭିଓ-୨-
ଏଇ କୁଣ୍ଡପାଟଣା ଆଉ ବାଲିପାଟଣା ଗାଁ ବାସନ କାରିଗରଙ୍କ କଳାକୃତି ଦିନେ ଖୁବ୍ ଆଦର ପାଇବା ସହ କାରିଗରଙ୍କର ବେପାର ବି ବେଶ୍ ବଢିଥିଲା । ଓଡିଶାର ବାଲେଶ୍ୱର, କେନ୍ଦ୍ରାପଡା, ବ୍ରହ୍ମପୁର, ଭଦ୍ରକ,ଢେଙ୍କାନଳ ଜିଲ୍ଳା ସମେତ ପଶ୍ଚିମବଙ୍ଗ ଛତିଶଗଡ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶକୁ ଯୋଗାଣ ହେଉଥିଲା ଏଇ ଗାଁ କାରିଗରଙ୍କ ପ୍ରସ୍ତୁତ କଂସା ପିତଳର ଭଳିକି ଭଳି ବାସନ । ହେଲେ ଏବେ ଷ୍ଟିଲର ଚାହିଦା ବଢିବା ଯୋଗୁଁ ଲୋକେ କଂସା ପିତଳ ବାସନରୁ ମୁହଁ ଫେରାଇ ନେଇଛନ୍ତି । କେବଳ ବିବାହ ବେଳେ ଝିଅସଜ ପାଇଁ ଲୋଡା ପଡୁଛି ଏଇ ଗାଁ କାରିଗରଙ୍କ ବାସନ କୁସନ ।ଉପଯୁକ୍ତ ବଜାର ଚାହିଦାର ଅଭାବ ସାଙ୍ଗକୁ ଜିଏସଟି କାରିଗରଙ୍କ ବ୍ୟବସାୟ ବୃଦ୍ଧିରେ ଅନ୍ତରାୟ ସୃଷ୍ଟି କରିଥିବା ଜଣାପଡିଛି ।ତଥାପି ପିତୃପୁରୁଷଙ୍କ ଅମଳରୁ ଆରମ୍ଭ ହୋଇଥିବା ଏହି କଂସାପିତଳ କାରିଗରି ତାର ମର୍ଯ୍ୟଦା ହରାଇନାହିଁ । ମୂଲ ମଜୁରୀ ଲାଗିବା ଅପେକ୍ଷା ନିଜ କୌଳିକ ବୃତିକୁ ଆଦରି ଏହି ଗାଁ କାରିଗରମାନେ ପରିବାର ଚଳାଇ ଆସୁଛନ୍ତି । ଆଉ ସବୁଠାରୁ ଦୁଃଖ ର କଥା ହେଲେ ଏହି ସୁନ୍ଦର କାରୁକାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କୁ ସରକାର ନା କଳାକାର ଭତା ଦେଉଛନ୍ତି ନା ସରକାରୀ ସାହାଯ୍ୟ କରୁଛନ୍ତି। ଯଦି ବର୍ଷା ଆସିଲା କାମ ବନ୍ଦ ଆଉ ପରିବାର ଓପାସ ବୋଲି କହିଛନ୍ତି କାରିଗରଙ୍କ ପରିବାର।
ବାଇଟ-3-ସୁରେନ୍ଦ୍ର ବେହେରା (କାରିଗର)
ବାଇଟ-4-ମାଳତୀ ସାହୁ (କାରିଗରଙ୍କ ସ୍ତ୍ରୀ)


Conclusion:
ଏଫଭିଓ-
ବଜାର ଚାହିଦା ବଢାଇବା ପାଇଁ ରାଜ୍ୟସରକାର ପ୍ରୋତ୍ସହନ ଦେଲେ କୁଣ୍ଡପାଟଣା ଆଉ ବାଲିପାଟଣା ଗାଁ ବାସନ କାରିଗରଙ୍କ କଳାର ଚମକ ଅଧିକ ବିକଶିତ ହେବା ସହ କାରିଗରମାନେ ସ୍ୱାବଲମ୍ବୀ ହୋଇପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.