ନୂଆଦିଲ୍ଲୀ: ତୀସ ହଜାରୀ କୋର୍ଟରେ ଓକିଲ ଓ ପୋଲିସ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ପରେ ଦିଲ୍ଲୀ ବାର ଆସୋସିଏସନର କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି ।ବାର ଆସୋସିଏସନ ସୋମବାର ସବୁ ଜିଲ୍ଲା ଅଦାଲରେ 24 ଘଣ୍ଟିଆ ହରତାଳ କରିବ । କାର୍ଯ୍ୟବନ୍ଦ ସହ ବିରୋଧର ସମର୍ଥନ କରିବାକୁ ଦିଲ୍ଲୀ ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଏହାର ସଦସ୍ୟଙ୍କୁ ଅନୁରୋଧ କରାଯାଇଛି ।
ଦିଲ୍ଲୀର ତୀସ ହଜାରେୀ ଅଦାଲତରେ ଶନିବାର ପୋଲିସ ଓ ଓକିଲଙ୍କ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ ହୋଇଥିଲା । ଏଥିରେ 20ରୁ ଅଧିକ ପୋଲିସ କର୍ମୀଙ୍କ ସମେତ ଜଣେ ଆଡିସ୍ନାଲ ଡିସିପି, ଦୁଇ ଏସଏଚଓ ଏବଂ 8 ଜଣ ଓକିଲ ଆହତ ହୋଇଥିଲେ । ଏହାସହ ଓକିଲମାନେ ପୋଲିସ ଜିପ ସମେତ 20ରୁ ଉର୍ଦ୍ଧ୍ବ ଗାଡିରେ ନିଆଁ ଲଗାଇ ଦେଇଥିଲେ । ମାମଲାର ଯାଞ୍ଚ ପାଇଁ ଦିଲ୍ଲୀ ପୋଲିସ ଆୟୁକ୍ତ କ୍ରାଇମବ୍ରାଞ୍ଚର ଏକ ଏସଆଇଟି ଟିମ ଗଠନ କରିଛି । ପୋଲିସ ଓ ଓକିଲଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ତୀସ ହଜାରୀ କୋର୍ଟରେ ହେବାକୁ ଥିବା ଲୋକ ଅଦାଲତକୁ ରଦ୍ଧ କରି ଦିଆଯାଇଛି ।