ଲକ୍ଷ୍ନୌ: ରାମଲାଲାଙ୍କ ଆକାଉଣ୍ଟରୁ ଟଙ୍କା ହଡପ। ଜାଲ ଚେକରେ ଏପରି କାରନାମା କରାଯାଇଥିବା ଅଭିଯୋଗ ହୋଇଛି। ରାମଜନ୍ମଭୂମି ମନ୍ଦିର ଟ୍ରଷ୍ଟ ଆକାଉଣ୍ଟରୁ କିଛି ଅଜ୍ଞାତ ଜାଲିଆତିକାରୀଙ୍କ ଦ୍ବାରା ଟଙ୍କା ଚୋରି ହୋଇଥିବା ଅର୍ଥକୁ ଫେରାଇଛି ଷ୍ଟେଟ ବ୍ୟାଙ୍କ।
ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଏସବିଆଇ ପ୍ରଶାସନକୁ ପ୍ରଶଂସା କରିଛନ୍ତି। ଏହାସହ ଟ୍ୱିଟ୍ କରି କହିଛନ୍ତି ଯେ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ବ୍ୟାଙ୍କ ଆକାଉଣ୍ଟରୁ ଜାଲ୍ ଚେକ୍ ଏବଂ ଦସ୍ତଖତ ବ୍ୟବହାର କରି 6 ଲକ୍ଷ ଟଙ୍କା ଟ୍ରଷ୍ଟ ଆକାଉଣ୍ଟକୁ ଫେରାଇ ଦିଆଯାଇଛି। ଏସବିଆଇ ଦ୍ବାରା ତ୍ୱରିତ କାର୍ଯ୍ୟ ପାଇଁ ଆମେ କୃତଜ୍ଞ। ଜୟ ଶ୍ରୀ ରାମ! "
-
The amount of 6 lakh rupees which was fraudulently transferred from the bank account of Shri Ram Janmbhoomi Teerth Kshetra using fake cheques & signatures, has been duly returned to Trust's account by SBI.
— Shri Ram Janmbhoomi Teerth Kshetra (@ShriRamTeerth) September 14, 2020 " class="align-text-top noRightClick twitterSection" data="
Our gratitude to SBI management for their swift action.
Jai Shri Ram!
">The amount of 6 lakh rupees which was fraudulently transferred from the bank account of Shri Ram Janmbhoomi Teerth Kshetra using fake cheques & signatures, has been duly returned to Trust's account by SBI.
— Shri Ram Janmbhoomi Teerth Kshetra (@ShriRamTeerth) September 14, 2020
Our gratitude to SBI management for their swift action.
Jai Shri Ram!The amount of 6 lakh rupees which was fraudulently transferred from the bank account of Shri Ram Janmbhoomi Teerth Kshetra using fake cheques & signatures, has been duly returned to Trust's account by SBI.
— Shri Ram Janmbhoomi Teerth Kshetra (@ShriRamTeerth) September 14, 2020
Our gratitude to SBI management for their swift action.
Jai Shri Ram!
ସୂଚନାଯୋଗ୍ୟ ଯେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ଶ୍ରୀ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ ଦେଖାଶୁଣା କରୁଛନ୍ତି। କିଛି ଦିନ ପୂର୍ବରୁ ରାମ ମନ୍ଦିର ଟ୍ରଷ୍ଟକୁ ଦୁଇଟି ନକଲି ଚେକରେ 6 ଲକ୍ଷ ଟଙ୍କା ଠକେଇ କରାଯାଇଥିଲା। ଜାଣିବାକୁ ମିଳିଛି ଯେ ଟ୍ରଷ୍ଟର ବ୍ୟାଙ୍କ ଆକାଉଣ୍ଟରୁ ଏହି ଟଙ୍କା ଉଠାଇବା ପାଇଁ 3.5 ଲକ୍ଷ ଟଙ୍କା ଏବଂ 2.5 ଲକ୍ଷ ଟଙ୍କା ଦୁଇଟି ନକଲି ଚେକ୍ ବ୍ୟବହାର କରାଯାଇଥିଲା।
ଏହାପୂର୍ବରୁ ରାମ ଟ୍ରଷ୍ଟ ଏହି ରାଶି ପ୍ରତ୍ୟାବର୍ତ୍ତନ ପାଇଁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ଚିଠି ଲେଖିଥିଲେ। ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ କ୍ଲୋନ ହୋଇଥିବା ଚେକ୍ ପାଇଁ ଦେୟ ଦେବା ଏସବିଆଇ ବ୍ୟାଙ୍କର ଭୁଲ। ତେଣୁ ଏସବିଆଇ ବ୍ୟାଙ୍କ ସଂଗଠନର ଟଙ୍କା ଫେରସ୍ତ କରିବା ଉଚିତ। ବର୍ତ୍ତମାନ ଚେକ ଆକାରରେ କୌଣସି ଦେୟ ଗ୍ରହଣ କରିବ ନାହିଁ ବୋଲି ରାମ ମନ୍ଦିର ଟ୍ରଷ୍ଟ ଘୋଷଣା କରିଛି। ଟ୍ରଷ୍ଟ ଏହା ମଧ୍ୟ କହିଛି ଯେ ଏହା ଏକ ସୁରକ୍ଷିତ ଦେୟର ବିକଳ୍ପ ପଦ୍ଧତି ଉପରେ ନିଷ୍ପତ୍ତି ନେଉଛି।