ETV Bharat / bharat

ସାଇବର କ୍ରାଇମରେ ନଂ 1 ବେଙ୍ଗାଲୁରୁ ! - ବେଙ୍ଗାଲୁରୁରେ ସାଇବର କ୍ରାଇମ

ଦେଶରେ ଅନ୍ୟତମ ମେଟ୍ରୋ ସିଟି ତଥା ଆଇଟି ହବ ସ୍ଥାନ ଭାବେ ପରିଚିତ ସହର ବେଙ୍ଗାଲୁରୁରେ ବଢିବାରେ ଲାଗିଛି ସାଇବର କ୍ରାଇମର ମାତ୍ରା । ଏହି ମାତ୍ରା ଏତେମାତ୍ରାରେ ବଢିଛି ଯେ ବେଙ୍ଗାଲୁରୁ ଦେଶର ନଂ 1 ସାଇବର କ୍ରାଇମ ସହରରେ ପରିଣତ ହେବାକୁ ଯାଉଛି ।

ଡିଜାଇନ ଫଟୋ
author img

By

Published : Oct 28, 2019, 12:32 PM IST

ବେଙ୍ଗାଲୁରୁ: ଦେଶରେ ଅନ୍ୟତମ ମେଟ୍ରୋ ସିଟି ତଥା ଆଇଟି ହବ ସ୍ଥାନ ଭାବେ ପରିଚିତ ସହର ବେଙ୍ଗାଲୁରୁରେ ବଢିବାରେ ଲାଗିଛି ସାଇବର କ୍ରାଇମର ମାତ୍ରା । ଏହି ମାତ୍ରା ଏତେମାତ୍ରାରେ ବଢିଛି ଯେ ବେଙ୍ଗାଲୁରୁ ଦେଶର ନଂ 1 ସାଇବର କ୍ରାଇମ ସହରରେ ପରିଣତ ହେବାକୁ ଯାଉଛି । ଯାହାର କାରଣ ସାଜିଛି ସାଇବର କ୍ରାଇମ ସେଲ୍‌ରେ ସ୍ପେଶାଲିଷ୍ଟଙ୍କ ଅଭାବ ।

ସୂଚନା ମୁତାବକ ବର୍ତ୍ତମାନ ସହରରେ ଥିବା ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚରେ କେବଳ 25 ଜଣ ସାଇବର କ୍ରାଇମ ସ୍ପେଶାଲିଷ୍ଟ ଷ୍ଟାଫ ରହିଛନ୍ତି । ତେଣେ ବର୍ତ୍ତମାନ ସୁଦ୍ଧା ସହରରେ ସାଇବର କ୍ରାଇମକୁ ନେଇ 9000ଟି ମାମଲା ରୁଜୁ ହୋଇସାରିଛି । ଅଳ୍ପ ସଂଖ୍ୟକ ଷ୍ଟାଫ ସହିତ ମାତ୍ରାଧିକ ଅଭିଯୋଗ ଯୋଗୁଁ ଅନେକ ମାମଲାର ସମାଧାନ ହୋଇପାରୁନଥିବା ମଧ୍ୟ ଅଭିଯୋଗ ହୋଇଛି ।

ତେଣୁ ଷ୍ଟାଫ ସଂଖ୍ୟା ବୃଦ୍ଧି କରିବା ପାଇଁ ନିକଟରେ ବେଙ୍ଗାଲୁରୁ ସିଆଇଡିର ବରିଷ୍ଠ ଅଧିକାରୀମାନେ ଡିଜି, ଆଇଜିପି ଓ ସିଟି ପୋଲିସକୁ ଏକ ଚିଠି ଲେଖିଥିଲେ । ହେଲେ ଚିଠିର କୌଣସି ଉତ୍ତର ନମିଳିବା ସହ ଅନ୍ୟପଟେ ବଢିବାରେ ଲାଗିଛି ସାଇବର କ୍ରାଇମର ମାତ୍ରା । ପ୍ରାୟ ପ୍ରତିଦିନ ଅନଲାଇନ ଠକେଇ, ଓଟିପି ଠକେଇ ଓ ସୋସିଆଲ ମିଡିଆରେ ଅସଦାଚରଣ ଭଳି ସାଇବର କ୍ରାଇମର ଅଭିଯୋଗ ନେଇ ମାମଲା ରୁଜୁ ହେବାରେ ଲାଗିଛି ।

ଯଦି ଏହିପରି ମାତ୍ରାରେ ସହରରେ ସାଇବର କ୍ରାଇମର ମାତ୍ରା ବଢିବାରେ ଲାଗେ ଓ ସମୟ ମଧ୍ୟରେ ଏହାର ସମାଧାନ ନହୁଏ ତେବେ ଖୁବଶୀଘ୍ର ବେଙ୍ଗାଲୁରୁ ଦେଶର ନଂ 1 ସାଇବର କ୍ରାଇମ ସହର ଭାବେ ପରିଚିତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR  LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.