ନୂଆଦିଲ୍ଲୀ: ବନ୍ଦେ ଭାରତ ମିଶନର ତୃତୀୟ ପର୍ଯ୍ୟାୟରେ ପାଖାପାଖି 1200 ପ୍ରବାସୀ ଲଣ୍ଡନରୁ ସ୍ବଦେଶ ଫେରିବେ । ସେମାନେ ଏୟାର ଇଣ୍ଡିଆର 5ଟି ବିମାନରେ ଆସିବେ ବୋଲି ଜଣାପଡିଛି । ଜୁନ୍ 18ରୁ ଜୁନ୍ 23 ତାରିଖ ମଧ୍ୟରେ ସେମାନଙ୍କୁ ଭାରତ ଫେରାଇ ଅଣାଯିବ ବୋଲି ୟୁକେରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଗୋଟିଏ ବିମାନରେ କେବଳ 243 ଯାତ୍ରୀ ହିଁ ଯାତ୍ରା କରିପାରିବେ ବୋଲି କୁହାଯାଇଛି । ସେହିପରି ଟେକ୍ନିକାଲ ତ୍ରୁଟି ପାଇଁ ଏହି ବିମାନ ଯାତ୍ରା ଲାଗି ଟିକେଟ ବୁକିଂ ହୋଇପାରିନଥିବା ଦୂତାବାସ ପକ୍ଷରୁ କୁହାଯାଇଛି ।
ସୂଚନାଥାଉକି, ବନ୍ଦେ ଭାରତ ମିଶନର ତୃତୀୟ ପର୍ଯ୍ୟାୟରେ 70ଟି ବିମାନ ଯୋଗେ ବିଦେଶରେ ଫସିଥିବା ଭାରତୀୟଙ୍କୁ ସ୍ବଦେଶ ଅଣାଯିବ । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଏହି ମିଶନ ଜରିଆରେ 50 ହଜାର ପ୍ରବାସୀ ଭାରତ ଆସିଲେଣି ।