ନୂଆଦିଲ୍ଲୀ: ଲକଡାଉନ ସମୟରେ ଦେଶର ବଡ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ନିଜ କର୍ମଚାରୀଙ୍କୁ ଖୁଆଇବା ପାଇଁ ଟିକିଏ ନିଆରା ପ୍ଲାନ କରିଛନ୍ତି । କୃଷକମାନଙ୍କ ହିତକୁ ଦୃଷ୍ଟିରେ ରଖି ମହିନ୍ଦ୍ରା ଫ୍ୟାକ୍ଟ୍ରିରେ କାମ କରୁଥିବା କର୍ମଚାରୀମାନେ କ୍ୟାଣ୍ଟିନରେ ଏବେ ପ୍ଲେଟ ବଦଳରେ କଦଳୀ ପତ୍ରରେ ଖାଉଥିବା ଦେଖିବାକୁ ମିଳିଛି ।
ଏନେଇ ଆନ୍ଦନ୍ଦ ମହିନ୍ଦ୍ରା ଏକ ଫଟୋ ଉଠାଇ ଏହାକୁ ଟ୍ବିଟ କରିଛନ୍ତି । ଟ୍ବିଟ କରିବାର 2 ଘଣ୍ଟା ଭିତରେ ପାଖାପାଖି 30 ହଜାରରୁ ଅଧିକ ଲୋକ ଏହାକୁ ରିଟ୍ବିଟ କରିବା ସହ 1 ଲକ୍ଷ ଲୋକ ଏହାକୁ ଲାଇକ କରିଥିଲେ । ଆଉ ଏଭଳି ନିଆରା ଚିନ୍ତାଧାରା ପାଇଁ ୟୁଜର୍ସ ମାନେ ଆନନ୍ଦ ମହିନ୍ଦ୍ରାଙ୍କ ଭୂରି ଭୂରି ପ୍ରଶଂସା କରିଛନ୍ତି ।
ଏହାସହ ଶିଳ୍ପପତି ନିଜ ଟ୍ବିଟରେ ଏହା ଲେଖିଛନ୍ତି ଯେ ଜଣେ ସାମ୍ବାଦିକ ତାଙ୍କୁ ମେଲ କରି ପ୍ରଥମେ ଏହି ଆଇଡିଆ ଦେଇଥିଲେ । ଯେ ଯଦି ଆପଣଙ୍କ କ୍ୟାଣ୍ଟିନରେ ଖାଉଥିବା କର୍ମଚାରୀଙ୍କୁ ଆପଣ ପ୍ଲେଟ ବଦଳରେ କଦଳୀ ପତ୍ରରେ ଖାଇବାକୁ ଦେବେ, ତେବେ ଏହି ଲକଡାଉନ ସମୟରେ ସେହି କୃଷକ ମାନଙ୍କୁ ବହୁତ ସାହାଯ୍ୟ ହେବ । ଯେଉଁମାନେ ଏହି ଘଡି ସନ୍ଧି ମୂହୂର୍ତ୍ତରେ ଦି ଓଳି ଖାଇବା ପାଇଁ ସଂଘର୍ଷ କରୁଛନ୍ତି । ଏହାପରେ ଆମ ଟିମ ଏହା ଉପରେ କାର୍ଯ୍ୟ ଆରମ୍ଭ କରିଥିଲା ।