ETV Bharat / bharat

କୋରୋନା ପ୍ରଭାବ: ମହାକାଳେଶ୍ବର ମନ୍ଦିରରେ ଅନୁଷ୍ଠିତ ହେବନି ଶ୍ରାବଣ ମହୋତ୍ସବ

author img

By

Published : Jun 30, 2020, 6:14 PM IST

କୋରୋନା ପାଇଁ ଜାରି ହୋଇଥିବା ଲକଡାଉନ ହେତୁ ଚଳିତବର୍ଷ ବାବା ମହାକାଳେଶ୍ବର ମନ୍ଦିରରେ ଅନେକ ରୀତିନୀତିରେ ପରିବର୍ତ୍ତନ କରାଯାଇଛି । ଅଧିକ ପଢନ୍ତୁ...

କୋରୋନା ପ୍ରଭାବ: ମହାକାଳେଶ୍ବର ମନ୍ଦିରରେ ଅନୁଷ୍ଠିତ ହେବନି ଶ୍ରାବଣ ମହୋତ୍ସବ
କୋରୋନା ପ୍ରଭାବ: ମହାକାଳେଶ୍ବର ମନ୍ଦିରରେ ଅନୁଷ୍ଠିତ ହେବନି ଶ୍ରାବଣ ମହୋତ୍ସବ

ଭୋପାଳ: ମଧ୍ୟପ୍ରଦେଶ ଉଜୈନ ସ୍ଥିତ ପ୍ରସିଦ୍ଧ ପ୍ରଭୁ ମହାକାଳେଶ୍ୱର ମନ୍ଦିରରେ ଶ୍ରାବଣ ମାସରେ କାଉଡିଆମାନଙ୍କ ସହ ଅନ୍ୟ ଭକ୍ତ ମାନଙ୍କର ପ୍ରବଳ ଭିଡ ଲାଗିଥାଏ । ହେଲେ ଚଳିତବର୍ଷ ମହାମାରୀ କୋରୋନା କାରଣରୁ ମନ୍ଦିର ଭିତରକୁ ଯିବାକୁ ବାରଣ କରାଯାଇଛି।

ସରକାରୀ ସୂତ୍ର ଅନୁଯାୟୀ, କୋଭିଡ-19କୁ ଦୃଷ୍ଟିରେ ରଖି ଶ୍ରାବଣ-ଭାଦ୍ରବ ମାସରେ ଆସୁଥିବା ଭଗବାନ ମହାକାଳେଶ୍ୱରଙ୍କ ରଥରେ ମଧ୍ୟ ପରିବର୍ତ୍ତନ କରାଯାଇଛି। କାଉଡିଆ ତୀର୍ଥଯାତ୍ରୀମାନଙ୍କୁ ଶ୍ରାବଣ ମାସରେ ସହର ଭିତରେ ପ୍ରବେଶ କରିବା ନେଇ ରୋକ ଲଗାଯାଇଛି। ପ୍ରଭୁ ମହାକାଳେଶ୍ବରଙ୍କର ଭସ୍ମ ଆଳତୀ ସକାଳ 5.30 ରୁ ରାତି 9ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଶ୍ରାବଣ ମାସରେ, 9 ରୁ 10 ହଜାର ଦର୍ଶନାର୍ଥୀ ପ୍ରି-ବୁକ ମାଧ୍ୟମରେ ଦର୍ଶନ କରିପାରିବେ । ଏହି ସମୟ ମଧ୍ୟରେ ମହାକାଳେଶ୍ୱର ମନ୍ଦିରର ଗର୍ଭଗୃହକୁ ପ୍ରବେଶ କରିବାନେଇ ସଂପୂର୍ଣ୍ଣ ପ୍ରତିବନ୍ଧକ ଲାଗିଛି ।

ମନ୍ଦିର ପରିଚାଳନା କମିଟିର ସଭାପତି ତଥା କଲେକ୍ଟରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ନାଗପଞ୍ଚମୀ ପର୍ବ ସ୍କ୍ରିନ ବା ପରଦା ମାଧ୍ୟମରେ ଭଗବାନ ନାଗଚନ୍ଦ୍ରଶେଶ୍ୱରଙ୍କ ଦର୍ଶନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ନାଗଚନ୍ଦ୍ରଶ୍ୱର ମନ୍ଦିରକୁ ପରିଦର୍ଶକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯିବ। ସଭାରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଭକ୍ତମାନଙ୍କ ପାଇଁ ଦର୍ଶନ ପାଇଁ ଗୋଟିଏ ଦିନ ପୂର୍ବରୁ ପ୍ରି-ବୁକ କରିବା ବାଧ୍ୟତାମୂଳକ ହେବ ।

ସରକାରଙ୍କ ଗାଇଡ ଲାଇନ ପାଳନ କରିବା ବାଧ୍ୟତାମୂଳକ ଅଟେ । ଶ୍ରାବଣ ମାସରେ ପ୍ରତି ସୋମବାରର ଗୋଟିଏ ଦିନ ପୂର୍ବରୁ ଚାଲିଆସୁଥିବା ଶ୍ରାବଣ ମହୋତ୍ସବ ଚଳିତଥର ଅନୁଷ୍ଠିତ ହେବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.