ETV Bharat / bharat

‘ଷ୍ଟ୍ରଙ୍ଗ ରୁମରେ ରଖାଯାଉ ଇଭିଏମ, ଲଗାଯାଉ ସିସିଟିଭି’ - ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ବାଲାସାହେବ ଥୋରାଟ

ମତ ଭର୍ତ୍ତି ଇଭିଏମର ସୁରକ୍ଷା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପତ୍ର ଲେଖିଲା କଂଗ୍ରେସ । ଇଭିଏମକୁ କଡ଼ା ସୁରକ୍ଷା ସହ ଷ୍ଟ୍ରଙ୍ଗ ରୁମରେ ରଖିବାକୁ ଦାବି ଜଣାଇଲେ ମହାରାଷ୍ଟ୍ର ପିସିସି ଅଧ୍ୟକ୍ଷ ବାଲାସାହେବ ଥୋରାଟ।

ଫାଇଲ ଫଟୋ
author img

By

Published : Oct 23, 2019, 8:29 AM IST

ମୁମ୍ବାଇ: ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀଙ୍କୁ ପତ୍ର ଲେଖିଲେ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ବାଲାସାହେବ ଥୋରାଟ । ନିର୍ବାଚନ ସରିଥିବାବେଳେ ଇଭିଏମ୍ ଗୁଡ଼ିକୁ ଷ୍ଟ୍ରଙ୍ଗ ରୁମରେ ରଖିବା ସହ ବ୍ୟାପକ ସିସିଟିଭି ଲଗାଇ ସୁରକ୍ଷାରେ ରଖିବାକୁ ଦାବି ଜଣାଇଛନ୍ତି ବାଲାସାହେବ ।

ଗତ 21 ତାରିଖରେ ନିର୍ବାଚନ ଶେଷ ହୋଇଥିବାବେଳେ 24 ତାରିଖରେ ପ୍ରକାଶ ପାଇବ ଫଳାଫଳ । ଏପଟେ ଇଭିଏମ ସୁରକ୍ଷିତ ନଥିବା ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ।

Balasaheb Thorat
ଫଟୋ ସୌଜନ୍ୟ: ଏଏନ୍ଆଇ

ଚିଠି ମାଧ୍ୟମରେ ଥୋରାଟ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ କହିଛନ୍ତି, ମତ ଭର୍ତ୍ତି ଇଭିଏମର ସୁରକ୍ଷା ପାଇଁ ଅଧିକ ସିସିଟିଭିର ବ୍ୟବସ୍ଥା କରାଯାଉ। ଏହାସହ ଇଭିଏମ୍ ଯେପରି ଟ୍ୟାମ୍ପରିଂ ନହୁଏ ସେଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ ବୋଲି ଚିଠି ମାଧ୍ୟମରେ ଜଣାଇଛି ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.