ETV Bharat / bharat

ମୃତ୍ୟୁର ଅନ୍ୟନାମ ଥିଲା ବାଗଦାଦୀ

author img

By

Published : Oct 31, 2019, 3:08 PM IST

ଦୀପାବଳିରେ ବାଗଦାଦୀ ବିରୋଧରେ ଆମେରିକା ସେନା ଆରମ୍ଭ କରିଥିଲା କାୟଲା ମୁଲାର ଅପରେସନ । ତେବେ ଆମେରିକା ସେନା ଦ୍ବାରା ମରିବା ପୂର୍ବରୁ ନିଜକୁ ଆତ୍ମଘାତୀ ବିସ୍ଫୋରଣରେ ହତ୍ୟା କରିଥିଲା ଆତଙ୍କୀ ସାମ୍ରାଜ୍ୟ ପୁରୋଧା ବାଗଦାଦୀ । ଅଧିକା ଜାଣନ୍ତୁ...

ଡିଜାଇନ ଫଟୋ

ହାଇଦ୍ରାବାଦ: ଆଲୋକର ପର୍ବ ଦୀପାବଳି । ପୌରାଣିକ ତଥ୍ୟ ଅନୁଯାୟୀ ଅସତ୍ୟ ଉପରେ ସତ୍ୟର ବିଜୟର ପର୍ବ । ତେବେ ଦୀପାବଳି ଦିନ ବିଶ୍ବର ଘାତକ ଆଇଏସ ଆତଙ୍କବାଦୀ ସଂଗଠନର ମୁଖ୍ୟ ଅବୁ ବକର ଅଲ ବାଗଦାଦୀର ନିହତ ଖବର ଦେଇ ଆମେରିକାର ରାଷ୍ଟ୍ରପତି ଏହାକୁ ପ୍ରମାଣିତ କରିଛନ୍ତି । ବାଗଦାଦୀର ନିପାତ ପାଇଁ ଆମେରିକା ସେନା ଦ୍ବାରା କାଏଲା ମୁଲର ଅପରେସନ ଆରମ୍ଭ କରିଥିଲେ । ଇସଲାମିକ ଷ୍ଟେଟ ଅଫ ଇରାକ ଆଣ୍ଡ ସିରିଆର ଧ୍ବଂସ ପାଇଁ ଏହି ଅପରେସନ ଆରମ୍ଭ କରିଥିଲା ସେନା ।

ଇସଲାମିକ ଷ୍ଟେଟ ଅଫ ଇରାକ ଆଣ୍ଡ ସିରିଆ
ଇସଲାମିକ ଷ୍ଟେଟ ଅଫ ଇରାକ ଆଣ୍ଡ ସିରିଆ 1999 ମସିହାରେ ଏହା ପ୍ରତିଷ୍ଠା ହୋଇଥିଲା । ମାତ୍ର 2014 ମସିହାରେ ନାମ ପରିବର୍ତ୍ତନ ହୋଇ ଏହା ଆଇଏସଆଇଏସ ବା ଇସଲାମିକ ଷ୍ଟେଟ ଅଫ ଇରାକ ଆଣ୍ଡ ସିରିଆ ହୋଇଥିଲା । ଏହି ଆତଙ୍କବାଦୀ ସଂଗଠନର ମୂଳ କାର୍ଯ୍ୟ ଥିଲା ସିରିଆ ଏବଂ ଇରାକରେ ନିଜର ସାମ୍ରାଜ୍ୟ ବିସ୍ତାର । ଏହା ସହିତ କିଛି ରାଷ୍ଟ୍ରର ସମୂଳେ ଧ୍ବଂସ ଏହାର ମୂଳ ଲକ୍ଷ ଥିଲା ।

ବିଶ୍ବରେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ବାଗଦାଦୀକୁ ନେଇ ବିଶ୍ବର ତୁଙ୍ଗନେତାମାନଙ୍କର ଏକ ପ୍ରକାର ମୁଣ୍ଡବିନ୍ଧାଉଥିଲା । ବାଗଦାଦୀକୁ ଧରାଇଦେବାକୁ ଆମେରିକା ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ରୁଷ ସିରିଆର ବିଭିନ୍ନ ସ୍ଥାନର ଘନଘନ ଆକ୍ରମଣ କରିଥିଲା । ଏପରିକି ଏହି ଆକ୍ରମଣରେ ବାଗଦାଦୀର ମୃତ୍ୟୁ ନିଶ୍ଚିତ ବୋଲି ରୁଷ ଏକ ପ୍ରକାର ସ୍ବୀକାର ମଧ୍ୟ କରିନେଇଥିଲା । ମାତ୍ର ଏହାକୁ ଅସ୍ବୀକାର କରିଥିଲେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ । ବାଗଦାଦୀକୁ ଜୀବିତ କିମ୍ବା ମୃତ ଅବସ୍ଥାରେ ଧରାଇଦେଲେ ଆମେରିକୀୟ ଡଲାରରେ ପ୍ରାୟ ଅଢେଇ ମିଲିୟନ ଡଲାର ପୁରସ୍କାର ପ୍ରଦାନ କରାଯିବ ବୋଲି ଟ୍ରମ୍ପ ଘୋଷଣା କରୁଥିଲେ ।

ତେବେ ଆଇଏସଆଇଏସର ବିଲୋପ ପାଇଁ ଆମେରିକା ରଣନୀତି ପ୍ରସ୍ତୁତ କରିଥିଲା । ଆମେରିକାର କାର୍ଲୋସ ସେନା ଏହି ଅପରେସନର ମୁଖ୍ୟ ଅଂଶ ଥିଲେ । ଆମେରିକା ରୁସ ଏବଂ ସିରିଆ ସହାୟତାରେ ବାଗଦାଦୀର ଠିକଣାକୁ ଖୋଜିଥିଲା । ସେପଟେ ସିରିଆର ଏକ ନିକଟତମ ଗାଁରେ ବାଗଦାଦୀ ରହିଥିବା ତାର ଜଣେ ନିକଟତମ ସହଯୋଗୀଙ୍କ ଠାରୁ ଜାଣିପାରିଥିଲା ଆମେରିକାର ସେନା ।

ସୂଚନା ମୁତାବକ ବାଗଦାଦୀ ସିରିଆର ଇଦଲିବରେ ଲୁଚିଥିବା ଜାଣିବାକୁ ପାଇଥିଲା । ଫଳରେ ଆମେରିକା ସେନା ରୁଷ ବାୟୁସୀମାକୁ ବ୍ୟବହାର କରି ଏହି ଅପରେସନକୁ ଆରମ୍ଭ କରିଥିଲେ । 8ଟି ଲଢୁଆ ହେଲିକପ୍ଟର ସହାୟତାରେ ଆମେରିକା ଉକ୍ତ ସ୍ଥାନ ଉପରେ ଆକ୍ରମଣ କରିଥିଲେ । ସେଠାରେ ଲୁଚିଥିବା ଆତଙ୍କବାଦୀମାନଙ୍କୁ ନିପାତ କରିଥିଲା ଆମେରିକା ସେନା । ଏହା ଜାଣିପାରି ବାଗଦାଦୀ ଓ ତାର 3 ସନ୍ତାନ ଏକ ନିବୁଜ ସୁଡ଼ଙ୍ଗ ମଧ୍ୟରେ ପ୍ରବେଶ କରିଥିଲେ ।

ତେବେ ଏହା ଜାଣିପାରି ସେମାନଙ୍କ ପଛରେ ସେନା ତାର ତାଲିମପ୍ରାପ୍ତ କୁକୁରକୁ ଛାଡ଼ିଥିଲା । କୁକୁର ଆକ୍ରମଣରେ ମୃତ୍ୟୁ ଅପେକ୍ଷା ନିଜେ ଆତ୍ମଘାତି ବିସ୍ଫୋରଣରେ ଆତ୍ମହତ୍ୟା କରିଥିଲା ବାଗଦାଦୀ । ମାତ୍ର 15 ମିନିଟ ମଧ୍ୟରେ ବାଗଦାଦୀ ନିଜକୁ ହତ୍ୟା କରିଥିଲା । ପରେ ତାର ଡିଏନଏ ପରୀକ୍ଷା ବାଗଦାଦୀର ମୃତ୍ୟୁ ସମ୍ପର୍କରେ ନିଶ୍ଚିତ ହୋଇଥିଲା ଆମେରିକା ସେନା । ଏନେଇ ସେନା ହ୍ବାଇଟ ହାଉସକୁ ସୂଚନା ଦେଇଥିଲା । ନିଶ୍ଚିତ ହେବା ପରେ ରାଷ୍ଟ୍ରପତି ସମଗ୍ର ବିଶ୍ବକୁ ଏହି ଶୁଭ ସୂଚନା ଦେଇଥିଲେ ।

ସୂଚନାଯୋଗ୍ୟ 2009 ମସିହାରେ ଆମେରିକାରେ ବିଶ୍ବ ବାଣିଜ୍ୟ କେନ୍ଦ୍ର ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମଗ୍ୟ ବିଶ୍ବକୁ ସ୍ତବ୍ଧ କରିଦେଇଥିଲା । ଯାହା ପରେ ଆତଙ୍କବାଦୀ ଦମନ ପାଇଁ ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ ଆତଙ୍କବାଦୀ ଦମନ ପାଇଁ ଦୃଢ ସ୍ବରରେ କହିଥିଲେ । ସେହି ସମୟରେ କ୍ଷୋଭ ପ୍ରକାଶ କରି କହିଥିଲେ କି, ଏହି ରାଷ୍ଟ୍ର ହେଉଛି ଏକ ଶାନ୍ତିପ୍ରିୟ ରାଷ୍ଟ୍ର । ମାତ୍ର ଏଭଳି ନରସଂହାର କରାଯାଇ ଆମମାନଙ୍କୁ କ୍ରୋଧିତ କରିବାକୁ ବାଧ୍ୟ କରାଯାଇଛି । ଅନ୍ୟମାନେ ଏହି ଯୁଧ୍ୟ ଆରମ୍ଭ କରିଛନ୍ତି । ମାତ୍ର ଏହାକୁ ଆମେ ଆମ ଶୈଳୀରେ ଶେଷ କରିବୁ ବୋଲି ସେହି ସମୟରେ ସେ କହିଥିଲେ ।

ଏହି ଆତଙ୍କବାଦୀ ବିରୋଧରେ ଲଢିବା ପାଇଁ ସମଗ୍ର ବିଶ୍ବକୁ ଏକଜୁଟ ହେବାକୁ ସେ କହିଥିଲେ । ସେହି ସମୟରେ ଜର୍ଜ ଡବ୍ଲ୍ୟୁ ବୁଶଙ୍କ ଏହି ଆହ୍ବାନ କ୍ରମେ ସମଗ୍ର ବିଶ୍ବ ଆତଙ୍କବାଦ ବିରୋଧରେ ଲଢେଇ କରିବାକୁ ଆଗେଇ ଆସିଥିଲେ । ଉକ୍ତ ଆକ୍ରମଣରେ ନିଜକୁ ଦୋଷୀ କହୁଥିବା ଆଲକାଏଦାର ମୁଖ୍ୟ ଓସାମା ବିନ ଲାଦେନ ନିଜକୁ ଦୋଷୀ ବୋଲି କହିଥିଲା । ତେବେ ଆମେରିକା ତାଲିବାନ ଉପରେ ଘନ ଘନ ଆକ୍ରମଣ କରିଥିଲା । ମାତ୍ର ଭାରତର ପରମଶତ୍ରୁ ପାକିସ୍ତାନ ନିଜ ଦେଶରେ ଲାଦେନକୁ ସୁରକ୍ଷିତ ଅବସ୍ଥାରେ ସ୍ଥାନ ଦେଇଥିଲା ।

ତେବେ ଆତଙ୍କବାଦ ବିରୋଧୀ ଯୁଦ୍ଧ ଏତିକିରେ ସରିନଥିଲା । ପରବର୍ତ୍ତୀ ରାଷ୍ଟ୍ରପତି ବାରାକ ଓବାମା ଏହାର ନେତୃତ୍ବ ନେଇଥିଲେ । ସଫଳତାର ସହ ସେ 2011 ମସିହାରେ ଓସାମା ବିନ ଲାଦେନକୁ ହତ୍ୟା କରାଯାଇଥିବା ନେଇ ସୂଚନା ଦେଇଥିଲେ । କିନ୍ତୁ ଟ୍ରମ୍ପଙ୍କ ଏହି ଘୋଷଣା ଓବାମାଙ୍କ ଲାଦେନ ହତ୍ୟାର ଘୋଷଣା ଅପେକ୍ଷା ଅଧିକ ଗୁରୁତ୍ବ ରଖେ । ମାତ୍ର ବିଶ୍ବର ଅଧିକାଂଶ ଦେଶରେ ଆଇଏସ ଦ୍ବାରା ଆତଙ୍କ ଖେଳାଯାଇଛି କିମ୍ବା ଆତଙ୍କବାଦୀଙ୍କୁ ଛଡ଼ା ଯାଇଛି ତାହା ଅସ୍ବିକାର କରିହେବ ନାହିଁ ।

ଚୀନ, ଭାରତ, ଫିଲିସ୍ତିନ, ସୋମାଲିଆ, ଇରାକ, ଇରାନ ଆଦି ଦେଶରେ ଜିହାଦିମାନଙ୍କୁ ପଠାଯାଇଛି । ସେମାନଙ୍କୁ ଆତଙ୍କବାଦୀ ଆକ୍ରମଣ ପାଇଁ ତାଲିମ ମଧ୍ୟ ଦିଆଯାଇଛି । ତେବେ ଅମାନବୀୟ, କ୍ରୁର ଭଳି ଆତଙ୍କ ଖେଳାଇବା ଆଇଏସ ନେତା ଭାବେ ବାଗଦାଦୀର ମୁଳ କାର୍ଯ୍ୟ ଥିଲା । ତେବେ ବାଗଦାଦୀ ମୃତ୍ୟୁରେ ଆଇଏସଆଇଏସ ସମ୍ପୂର୍ଣ୍ଣ ଭାବେ ଲୋପ ପାଇନାହିଁ । ଏହି ସଂଗଠନ ବିଶ୍ବରେ ଗଣତନ୍ତ୍ର ନଷ୍ଟ, ଆତଙ୍କବାଦ ସଂଗଠନ ସୃଷ୍ଟି କରିବା ଏହାର ମୁଳଲକ୍ଷ ହୋଇପଡ଼ିଛି । 5 ବର୍ଷ ପୂର୍ବେ ଏହି ସଂଗଠନ ଭାରତର ଉପକୂଳ ବର୍ତ୍ତି ଅଞ୍ଚଳ ତଥା ଗୁଜୁରାଟ ଉପକୂଳରେ ଆକ୍ରମଣ କରିବାକୁ ଯୋଜନା କରିଥିବା ଜଣାଯାଏ । ସେହିପରି ଇଷ୍ଟର ପର୍ବ ଦିନ ଶ୍ରୀଲଙ୍କାରେ ଆତଙ୍କବାଦୀ ଆକ୍ରମଣ ମଧ୍ୟ ସମଗ୍ର ବିଶ୍ବକୁ ଦୋହଲାଇଦେଇଥିଲା ।

ତେବେ ସେ ଯାହା ହେଉ ଆମେରିକା ବାଗଦାଦୀର ମୃତ୍ୟୁ ସହିତ ଇସ୍ଲାମ ଖଲିଫାର ଅନ୍ତ ଘଟିଛି ବୋଲି ଘୋଷଣା କରିସାରିଛି । ବାଗଦାଦୀ ନିଜର ସାମ୍ରାଜ୍ୟ ବିସ୍ତାର କରିବା ପାଇଁ ଯୁବକମାନଙ୍କୁ ଲୋଭନୀୟ ଅପର ଦେବା ସହିତ ସେମାନଙ୍କୁ ନିଜ ଦଳରେ ସାମିଲ କରୁଥିଲା । ସେପଟେ ବାଗଦାଦୀର ମୃତ୍ୟୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ ରାଜନୈତିକ ଫାଇଦା ସାବ୍ୟସ୍ତ ହୋଇପାରେ । ମାତ୍ର ସମଗ୍ର ବିଶ୍ବ ପାଇଁ ତାହା କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ଆମେରିକାର ହୋମଲ୍ୟାଣ୍ଡ ସିକ୍ୟୁରିଟିର ଅଧ୍ୟକ୍ଷ । ଆମେରିକାର ସୁରକ୍ଷା ପ୍ରକ୍ରିୟା ବିଶ୍ବରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ରୋକିବାରେ ବିଫଳ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି କି କାୟଲା ମୁଲାର ଅପରେସନ ହୁଏତ ଟ୍ରମ୍ପଙ୍କୁ ଲାଭ ଦାୟକ ହୋଇପାରେ । କିନ୍ତୁ ବିଶ୍ବରେ ଆତଙ୍କୀ କାର୍ଯ୍ୟକଳାପର ବାସ୍ତବକୁ ତାହା କେବେ ଲୁଚାଇ ପାରିବ ନାହିଁ ବୋଲି ସେ କହିଥିଲେ ।

Intro:Body:

national issue

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.