ETV Bharat / bharat

ସାହାଯ୍ୟ ପାଇଁ ନଦୀକୁ ଡେଇଁଲା କୁନିହାତୀ, ଦେଖନ୍ତୁ..

ବୁଡି ଯାଉଥିବା ବ୍ୟକ୍ତିଙ୍କ ସାହାଯ୍ୟ ପାଇଁ ନଦୀକୁ ଡେଇଁଲା କୁନିହାତୀ। ସୋସିଆଲ ମିଡିଆରେ ଭାଇରାଲ ହେଲା ପୁରୁଣା ଭିଡିଓ । ଅଧିକ ପଢନ୍ତୁ...

baby elephant rushed to save drowning man
ସାହାଯ୍ୟ ପାଇଁ ନଦୀକୁ ଡେଇଁଲା କୁନିହାତୀ,
author img

By

Published : Jun 4, 2020, 6:59 PM IST

ହାଇଦ୍ରାବାଦ: କେରଳରେ ଗର୍ଭବତୀ ହାତୀକୁ ବାଣ ଭର୍ତ୍ତି ସପୁରୀ ଦେବା ପରେ ହାତୀର ମୃତ୍ୟୁ ଘଟିଥିଲା । ଏହାପରେ ଖବରକୁ ନେଇ ଖୁବ ଚର୍ଚ୍ଚା ହେଉଛି । ମୃତ ହାତୀକୁ ନ୍ୟାୟ ମାଗିଛନ୍ତି ଲୋକେ । ଏହି କଥା କହିପାରୁନଥିବା ପଶୁଙ୍କୁ ମଣିଷ ହତ୍ୟା କରିଥିବା ବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ଏହାର ଠିକ ବିପରୀତ ଭିଡିଓ ଭାଇରାଲ ହୋଇଛି । ଜଣେ ବ୍ୟକ୍ତି ନଦୀରେ ବୁଡିଯାଉଥିବା ବେଳେ ହାତୀ ଛୁଆଟି ତାଙ୍କୁ ରକ୍ଷା କରିବା ପାଇଁ ପାଣିକୁ ଡେଇଁପଡିଛି ।

ଏପଟେ ମଣିଷତ୍ବ ହରାଉଛି ମଣିଷ କିନ୍ତୁ ଏହି ନିରିହ ପଶୁଟି ଦେଖାଇଛି ମାନବିକତା । ବର୍ତ୍ତମାନସୁଦ୍ଧା ଏହି ଭିଡିଓକୁ 5 ଲକ୍ଷରୁ ଊର୍ଦ୍ଧ୍ବ ୟୁଜର୍ସ ଦେଖି ସାରିଲେଣି । ମଣିଷ ଏହି କଥା କହିପାରୁନଥିବା ପଶୁଙ୍କ ମନର ଭାଷା ବୁଝିବା ଆବଶ୍ୟକତା ରହିଛି ।

ପ୍ରକୃତରେ ବ୍ୟକ୍ତି ଜଣକ ପାଣିରେ ପହଁରୁଥିବା ବେଳେ ରାସ୍ତାରେ ଯାଉଥିବା ହାତୀଟି ଭାବିଥିଲା ଯେ, ପାଣିରେ ବ୍ୟକ୍ତି ଜଣକ ବୁଡି ଯାଉଛନ୍ତି । ଫଳରେ କିଛି ନବୁଝି ପାଣିକୁ ଡେଇଁପଡିଥିଲା । କିନ୍ତୁ ସବୁଠୁ ଅଧିକ ବୁଝିବା ଶକ୍ତି ଥିବା ମଣିଷ ଏମାନଙ୍କୁ ଅକାରଣେ ମରଣମୁହଁରେ ପକାଇବାକୁ ବି ପଛାଉନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.