ETV Bharat / bharat

ରାସ୍ତାରେ ମା' କୋଳରୁ ଖସି ପଡି ଶିଶୁ ମୃତ - ମା' କୋଳରୁ ପଡି ଶିଶୁ ମୃତ

ବିବାହ ଉତ୍ସବରୁ ସ୍କୁଟିରେ ଫେରୁଥିବା ସମୟରେ ମା' କୋଳରୁ ଖସି ପଡି ଶିଶୁ ମୃତ । ଅଧିକ ପଢନ୍ତୁ...

Baby dies by falling from mother's lap in Karnataka
ରାସ୍ତାରେ ମା' କୋଳରୁ ଖସି ପଡି ଶିଶୁ ମୃତରାସ୍ତାରେ ମା' କୋଳରୁ ଖସି ପଡି ଶିଶୁ ମୃତ
author img

By

Published : Nov 21, 2020, 5:15 PM IST

ବେଙ୍ଗାଲୁରୁ: ବିବାହ ଉତ୍ସବରୁ ଫେରିବା ସମୟରେ ରାସ୍ତାରେ ହମ୍ପ୍‌ସ ନିକଟରେ ବ୍ରେକ ଲଗାଇବା ସମୟରେ ପଛରେ ବସିଥିବା ମା' କୋଳରୁ ଖସିଯାଇ ଶିଶୁଟି ମୃତ୍ୟୁବରଣ କରିଛି । ଏହି ଦୁଃଖଦ ଘଟଣା କର୍ଣ୍ଣାଟକର କିରଙ୍ଗନ୍ଦୁର ଗ୍ରାମ ନିକଟରେ ଶୁକ୍ରବାର ଘଟିଛି ।

ଚାନ୍ଦଗଲୁ ଗ୍ରାମର ଅଧିବାସୀ ରଞ୍ଜିତା ନିଜ ଅଢେଇ ବର୍ଷର ଶିଶୁ ଓ ବଡ ଭଉଣୀ ମଧୁମତିଙ୍କ ସହିତ ଏକ ସ୍କୁଟିରେ ବିବାହ ଉତ୍ସବକୁ ଯାଇଥିଲେ । ମଧୁମତି ଗାଡି ଚଳାଉଥିବା ବେଳେ ରଞ୍ଜିତା ନିଜ ଶିଶୁକୁ କୋଳରେ ଧରି ପଛରେ ବସିଥିଲେ । ତେବେ ଫେରିବା ସମୟରେ ରାସ୍ତାରେ ଏକ ହମ୍ପ୍‌ସ ଆସିବାରୁ ମଧୁମତି ବ୍ରେକ ଲଗାଇବା ସମୟରେ ଭାରସାମ୍ୟ ରକ୍ଷା କରି ନପାରିବାରୁ ସ୍କୁଟିଟି ରାସ୍ତାରେ ପଡିଯାଇଥିଲା । ଯାହାଫଳରେ ଶିଶୁଟି ରଞ୍ଜିତାଙ୍କ ହାତରୁ ଖସି ପଡିଥିଲା ।

ଦୁର୍ଘଟଣାରେ ଶିଶୁର ମୁଣ୍ଡରେ ଓ ଶରୀରର ଅନ୍ୟ ସ୍ଥାନରେ ଗଭୀର ଆଘାତ ଲାଗିଛି। ତେବେ ଆଘାତପ୍ରାପ୍ତ ଶିଶୁକୁ ମାଣ୍ଡ୍ୟା ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଶିଶୁଟିର ମୃତ୍ୟୁ ଘଟିଥିବା ବେଳେ ମୃତ ଶିଶୁର ମା' ରଞ୍ଜିତା ଓ ମାଉସୀ ମଧୁମତି ଚିକିତ୍ସିତ ହେଉଛନ୍ତି । ହମ୍ପ୍‌ସଟି ସାଧାରଣଠାରୁ ଟିକେ ଅଧିକ ଉଚ୍ଚବିଶିଷ୍ଟ । ଦୂରରୁ ଏହା ଗାଡିଚାଳକକୁ ସଠିକ୍‌ ଭାବେ ଦୃଷ୍ଟିଗୋଚର ହୋଇନଥାଏ, ଏଥିଲାଗି ଏହି ଦୁର୍ଘଟଣାଟି ଘଟିଥିବା ପ୍ରତ୍ୟକ୍ଷଦର୍ଶୀମାନେ ପୋଲିସକୁ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.