ETV Bharat / bharat

କ୍ଲିନିକାଲ ଟ୍ରାଏଲ ପାଇଁ ପତଞ୍ଜଳୀ କମ୍ପାନୀର ଆବେଦନ ଖାରଜ

author img

By

Published : May 24, 2020, 4:39 PM IST

କ୍ଲିନିକାଲ ଟ୍ରାଏଲ ପାଇଁ ବାବା ରାମଦେବଙ୍କ କମ୍ପାନୀଙ୍କ ଆବଦେନ ଖାରଜ । ଆୟୁର୍ବେଦିକ ଔଷଧ ଦ୍ବାରା କୋରୋନା ରୋଗୀଙ୍କ ଠାରେ କ୍ଲିନିକାଲ ଟ୍ରାଏଲ କରିବାକୁ ଆବେଦନ କରିଥିଲା ପତଞ୍ଜଳୀ କମ୍ପାନୀ । ଅଧିକ ପଢନ୍ତୁ...

କ୍ଲିନିକାଲ ଟ୍ରାଏଲ ପାଇଁ ପତଞ୍ଜଳୀ କମ୍ପାନୀର ଆବେଦନ ଖାରଜ
କ୍ଲିନିକାଲ ଟ୍ରାଏଲ ପାଇଁ ପତଞ୍ଜଳୀ କମ୍ପାନୀର ଆବେଦନ ଖାରଜ

ଇନ୍ଦୋର: ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳୀକୁ ବଡ ଝଟକା । କୋରୋନା ପାଇଁ କ୍ଲିନିକାଲ ଟ୍ରାଏଲ ଆବେଦନକୁ ଖାରଜ କଲେ ଇନ୍ଦୋର ପ୍ରଶାସନ । ଆୟୁର୍ବେଦିକ ଔଷଧ ଦ୍ବାରା କୋରୋନା ରୋଗୀଙ୍କ ଠାରେ କ୍ଲିନିକାଲ ଟ୍ରାଏଲ ଆବେଦନକୁ ଖାରଜ କରିଦିଆଯାଇଛି । ସେଠାକାର ଜିଲ୍ଲାପାଳ ଏଥିପାଇଁ ଅନୁମତି ଦେଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଇନ୍ଦୋରରେ ଥିବା ରୋଗୀଙ୍କ ଠାରେ ଆୟୁର୍ବେଦକ ଔଷଧ ଦିଆଯିବା ନେଇ ଖବର ପ୍ରକାଶ ପାଇଥିଲା।

ଅନୁମତି ଖବର ପ୍ରକାଶ ପାଇବା ମାତ୍ରେ, ଡ୍ରଗ୍ ପରୀକ୍ଷାକୁ ନେଇ ବିବାଦ ଦେଖାଦେଇଥିଲା। ଅନେକ ସଙ୍ଗଠନ ଏହାକୁ ବିରୋଧ କରିଥିଲେ । ଇନ୍ଦୋର ଜିଲ୍ଲାପାଳ ମନୀଷ ସିଂ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ମେଡିକାଲ କଲେଜରୁ ପ୍ରସ୍ତୁତ ହେଉଥିବା ଆୟୁର୍ବେଦିକ ମେଡିସିନକୁ ଆବେଦନ କରୁଥିବା ରୋଗୀଙ୍କୁ ଦେବାକୁ କୁହାଯାଇଥିଲା । ଔଷଧ ବଣ୍ଟନ ଉପରେ ଅନୁମତି ଦେଇଥିଲେ ଟ୍ରାଏଲ ପାଇଁ ନୁହେଁ ବୋଲି ସେ ଆଜି ସ୍ପଷ୍ଟ କରିଛନ୍ତି ।

ଗତକିଛି ତଳେ ପତଞ୍ଜଳୀ ଆୟୁର୍ବେଦିକ କାଢାକୁ ନେଇ ଆଡଭାଇଜରି ଜାରି ହେବା ପରେ ଔଷଧ ତିଆରି ନେଇ କମ୍ପାନୀ ପକ୍ଷରୁ ଔଷଧ ପ୍ରସ୍ତୁତି ନେଇ ସୂଚନା ଦିଆଯାଇଥିଲା । ପରେ ଏହି ଔଷଧକୁ ଇନ୍ଦୋରରେ ଥିବା ରୋଗୀଙ୍କ ଠାରେ ଟ୍ରାଏଲ ପାଇଁ ଆବଦେନ କରିଥିଲା । କମ୍ପାନୀ ଅଶ୍ବଗନ୍ଧାରେ ଏହି ଔଷଧକୁ ପ୍ରସ୍ତୁତ କରିଥିଲା ।

ସୂଚନାଯୋଗ୍ୟ, କୌଣସି ଔଷଧକୁ ଅନୁମତି ଦେବା ପାଇଁ ଏକ ପ୍ରୋଟୋକଲ ରହିଛି ।କୌଣସି ଜିଲ୍ଲପାଳ ଏହାକୁ ଅନୁମତି ଦେଇପାରିବେ ନାହିଁ । ଔଷଧର କ୍ଲିନିକାଲ ପରୀକ୍ଷା ପାଇଁ ଆଇସିଏମଆର ଅନୁମତି ଦେଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.