ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବଙ୍କ ଟାର୍ଗେଟରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ । ନୋଏଡ଼ା ସେକ୍ଟର 62ରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଉଭୟ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ।
ସେ କହିଥିଲେ କି ଗାନ୍ଧୀ ପରିବାର ଅମିତ ଶାହାଙ୍କୁ ଜେଲ ପଠାଇବା ପାଇଁ ସମସ୍ତ ପ୍ରୟାସ କରିଥିଲା । ସେଥିରେ ସଫଳ ମଧ୍ୟ ହୋଇଥିଲା । ଉଭୟ ସୋନିଆ ଏବଂ ରାହୁଲଙ୍କ ନାମ ନେଇ କହିଥିଲେ କି ଏହି ଦୁଇ ଜଣ କେବେ ଚାହୁଁନଥିଲେ କି ମୋଦି ଏବଂ ଅମିତ ଶାହା ଜୀବିତ ରୁହନ୍ତୁ ।
ରାମଦେବ କହିଥିଲେ, ଅମିତ ଶାହା ଜେଲରେ ଆଜୀବନ ବନ୍ଦୀ ଭାବରେ ରହି ସେଠାରେ ମୃତ୍ୟୁବରଣ କରନ୍ତୁ ବୋଲି ସୋନିଆଙ୍କ ଇଚ୍ଛା ଥିଲା । ଏହା ସହିତ ସେ ପି ଚିଦାମ୍ବରମଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଇନଥିଲେ । ଚିଦାମ୍ବରମଙ୍କୁ ସିଧାସଳଖ ସମାଲୋଚନା କରି କହିଥିଲେ କି ଚିଦାମ୍ବରମ ପୂର୍ବରୁ ଦେଶନ ଆଇନ ମନ୍ତ୍ରୀ ରହିଥିଲେ । ମାତ୍ର ସେ ସ୍ବପ୍ନରେ ମଧ୍ୟ ଭାବିନଥିବେ କି ସେ ଦିନେ ଆଇନର ଜାଲରେ ଛନ୍ଦି ହୋଇ ପଡ଼ିବେ । କାରଣ ସେ ଆଇନ ମନ୍ତ୍ରୀ ଥିବା ସମୟରେ ମଧ୍ୟ ଆଇନ ସହିତ ଅନେକ ଖେଳିଥିଲେ ବୋଲି ରାମଦେବ କହିଥିଲେ ।