ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବ ଦେଶର ଆର୍ଥିକ ସଙ୍କଟ ଉପରେ ବୟାନ ରଖିଛନ୍ତି । ବର୍ତ୍ତମାନ ଦେଶର ଆର୍ଥିକ ମାନ୍ଦାବସ୍ଥା ଚାଲିଛି ବୋଲି ସ୍ବୀକାର କରିଛନ୍ତି ବାବା ରାମଦେବ । ସେ କହିଛନ୍ତି ଏହା ସତ ଯେ ଦେଶରେ ଆର୍ଥିକ ସଙ୍କଟ ଚାଲିଛି ଏବଂ ସାରାଦେଶ ଏହାର ସାମ୍ନା କରୁଛି । ତଥାପି ଲୋକେ ଏହି ସମୟରେ ଦେଶର ମଜୁବତ ସରକାରଙ୍କୁ ହିଁ ଭୋଟ ଦେବେ ।
ସେ ପୁଣି କହିଛନ୍ତି ‘ଯେଉଁମାନେ ବଡ ବଡ ଦୁର୍ନୀତି କରିଛନ୍ତି ସେମାନଙ୍କୁ ଦେଶ ଶାସନ କରିବା ପାଇଁ ଅଧିକାର ନମିଳୁ । ବର୍ତ୍ତମାନ ସାରା ଦୁନିଆର ଆର୍ଥିକ ମାନ୍ଦା ସ୍ଥିତି ଦେଖାଦେଇଛି । ଏଭଳି ପରିସ୍ଥିତିରେ ଆମ ଦେଶରେ ମଧ୍ୟ କୌଣସି ବଡ଼ ଅସୁବିଧା ଆସିବ ନାହିଁ । ତେବେ ଆର୍ଥିକ ସ୍ଥିତି ଦୃଢ କରିବାକୁ ହେଲେ ଲୋକଙ୍କ ସହଯୋଗ ମୋଦି ସରକାରଙ୍କୁ ଦରକାର ।’
ପ୍ରକାଶ ଯେ, ଭାରତର ଅବିବୃଦ୍ଧି ହାର ହ୍ରାସ ନେଇ ଆଇଏମଏଫ ଏବଂ ବିଶ୍ବ ବ୍ୟାଙ୍କ ଆକଳନ କରିସାରିଛି । ଏପରିକି 2018-19 ରେ ଭାରତର ଅବିବୃଦ୍ଧି ହାର 6.9 ପ୍ରତିଶତ ଥିବା ବେଳେ ବର୍ଷ 2019 ପାଇଁ ଭାରତର ଆର୍ଥିକ ବୃଦ୍ଧି ହାର 6.1କୁ ଖସିବ ବୋଲି ଆକଳନ କରିଛି ଆଇଏମଏଫ ।