ETV Bharat / bharat

ମସଜିଦ-ମଦ୍ରସାରେ ଭଙ୍ଗାଯାଇଛି ଆଇନ: ବାବା ରାମଦେବ - ବାବା ରାମଦେବ

ବାବା ରାମଦେବଙ୍କ ବଡ ବୟାନ । କହିଲେ ଭାରତର ସମସ୍ତ ମଦ୍ରାସା ଏବଂ ଗୁରୁକୂଳରେ ଏକକାଳୀନ ଚଢଉ ହେଉ, ଦେଖିବା କେଉଁଠୁ ମିଳୁଛି ଅସ୍ତ୍ର । ଅଧିକ ପଢନ୍ତୁ...

ମସଜିଦ-ମଦରସାରେ ଆଇନ ଭଙ୍ଗା ଯାଇଛି ଆଇନ: ବାବା ରାମଦେବ

author img

By

Published : Mar 8, 2020, 4:04 AM IST

ରାଞ୍ଚି: ଦେଶରେ ସାମ୍ପ୍ରଦାୟିକ ସ୍ଥିତି ନେଇ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଏପରି ସ୍ଥିତିରେ ଯୋଗ ଗୁରୁ ବାବା ରାମଦେବ ବଡ ବୟାନ ଦେଇଛନ୍ତି । ବାବା ରାମଦେବ କହିଛନ୍ତି ଯେ, ଦେଶରେ ଉଗ୍ରବାଦୀଙ୍କ ସଂଖ୍ୟା ବଢୁଛି । କିଛି ଲୋକ ପତଞ୍ଜଳି ଯୋଗପୀଠର ଆଚାର୍ଯ୍ୟକୁଳମକୁ ହିନ୍ଦୁ ମଦ୍ରାସା ବୋଲି କହୁଛନ୍ତି, ଯଦି ଏହା ହୁଏ, ତେବେ ଭାରତର ସମସ୍ତ ମଦ୍ରାସା ଏବଂ ଗୁରୁକୂଳରେ ଏକକାଳୀନ ଚଢଉ ହେଉ । ହିନ୍ଦୁ ମନ୍ଦିରରେ କୌଣସି ଅସ୍ତ୍ର ମିଳିବ ନାହିଁ ବୋଲି କହିଛନ୍ତି ରାମଦେବ।

ବାବା ରାମଦେବ କହିଛନ୍ତି ଯେ ଆଦର୍ଶ, ଧାର୍ମିକ ବିଶ୍ବାସ ଓ ଆସ୍ଥା ନାମରେ ଦେଶରେ ମିଶାଯାଉଥିବା ବିଷ ଶାହିନବାଗର ମୂଳ କାରଣ। ପରସ୍ପରର ଏହି ବିଷକୁ ବାହାର କରିବାର ଆବଶ୍ୟକତା ଅଛି । ଧର୍ମ ନାଁରେ ଆତଙ୍କବାଦ ନାମରେ ଦେଶ ଭାଙ୍ଗିବା ଉଚିତ ନୁହେଁ ବୋଲି ସେ ଅନୁରୋଧ କରିଛନ୍ତି। ରାମଦେବ କହିଛନ୍ତି ଯେ, ମୁଁ ମଧ୍ୟ ଜଣେ ହିନ୍ଦୁ, ହେଲେ ମୁଁ କାହାକୁ ଡରେ ନାହିଁ କି କାହାକୁ ଡରାଏ ନାହିଁ। କିଛି ଲୋକ କୁହନ୍ତି ଯେ ଭାରତରେ ମୁଁ ଭୟଭୀତ। ଏହି ଦେଶ 125 କୋଟି ଭାରତୀୟଙ୍କର । ଏଠାରେ କୌଣସି ଧର୍ମ ବିପଦରେ ନାହିଁ। ଯେଉଁମାନେ ବିପଦରେ ଅଛନ୍ତି ସେମାନେ ଦେଶ ଭାଙ୍ଗିବାକୁ ଚାହୁଁଛନ୍ତି ବୋଲି ରାମଦେବ ନିଜ ବୟାନରେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.