ନୂଆଦିଲ୍ଲୀ: କୋରୋନା ଚିକିତ୍ସା ପାଇଁ ଆୟୁର୍ବେଦିକ ଔଷଧ କୋରୋନିଲକୁ ନେଇ ବିବାଦ ଥମିବାର ନାମ ନେଉନାହିଁ । ଯୋଗ ଗୁରୁ ବାବା ରାମଦେବ ଦାବି କରିଛନ୍ତି ଯେ, ପତଞ୍ଜଳି ସଂସ୍ଥା କୋରୋନା ଚିକିତ୍ସା ପାଇଁ ଶତ ପ୍ରତିଶତ ଔଷଧ ଖୋଜି ବାହର କରିଛନ୍ତି । ତେବେ ଏହି ଔଷଧ ଲଞ୍ଚ ହେବା ଯଣି ହିଁ ବିବାଦ ଘେରକୁ ଆସିଛି । ଜୟପୁରର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ୟୁନିଭରସିଟି ( ଏନଆଇଏମଏସ) ସହ ବାବା ରାମଦେବ କୋରୋନିଲ ଔଷଧ ଟ୍ରାଏଲର ଦାବି କରିଥିଲେ । ମାତ୍ର ଏକ ଗଣମାଧ୍ୟମକୁ ଏନଆଇଏମଏସ ଚେୟାରମ୍ୟାନ୍ ଡ. ବିଏମ ତୋମର କହିଛନ୍ତି, ଆମେ କେବଳ ମେଡିସିନର ଟ୍ରାଏଲ କରିଛୁ କୋରୋନିଲର ପରୀକ୍ଷା କରିନାହୁଁ।
ସୂଚନା ଅନୁଯାୟୀ, ଜୁନ 23ରେ ବାବା ରାମଦେବ କୋରୋନା ଚିକିତ୍ସା ପାଇଁ ହରିଦ୍ବାରା ପ୍ରେସ କନଫେରନ୍ସି କୋରୋନିଲ ଲଞ୍ଚ କରିଥିଲେ । କୋରୋନିଲ ଲଞ୍ଚ ହେବା ପରେ ପ୍ରଥମେ ଆୟୁଷ ମନ୍ତ୍ରଣାଳୟ ଏହା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲ । ଯାହା ଦ୍ବାରା ଆୟୁଷ ମନ୍ତ୍ରଣାଳୟ କୋରୋନିଲ ବିଜ୍ଞାପନ ଉପରେ ରୋକ ଲଗାଇଥିଲେ ।
ଏହାପରେ ଉତ୍ତରାଖଣ୍ଡ ଆୟୁର୍ବେଦ ବିଭାଗ ତାଙ୍କ ବିରୋଧରେ ନୋଟିସ ଜାରି କରିଥିଲା । ବିଭାଗ କହିଥିଲେ ଯେ, ଜ୍ୱର, କାଶ, ଥଣ୍ଡା ଔଷଧ କହି ସେମାନେ ଲାଇସେନ୍ସ ନେଇଥିଲେ । ଏହାପରେ ବିହାର ମୁଜାଫରପୁର କୋର୍ଟରେ ଔଷଧ ନାମରେ ଠକେଇ ଅଭିଯୋଗ କରି ଏକ ମାମଲା ରୁଜୁ କରାଯଇଛି । ସେହିପରି ରାଜସ୍ଥାନ ଏବଂ ମହାରାଷ୍ଟ୍ର ସରକାର କୋରୋନିଲ ଔଷଧ ବିକ୍ରି ଉପରେ ରୋକ ଲଗାଇଥିଲେ।