ETV Bharat / bharat

ଆୟୂଷମନ୍ତ୍ରଣାଳର ରିପୋର୍ଟ ତଲବ ପରେ ମୁହଁ ଖୋଲିଲେ ବାବା ରାମଦେବ - ramdev

ପତଞ୍ଜଳିର କୋରୋନା ଔଷଧକୁ ନେଇ ବିବାଦ । ଏକ୍ଷେତ୍ରରେ ଆୟୂଷ ମନ୍ତ୍ରଣାଳୟ ସହ ସଠିକ ଯୋଗାଯୋଗ ହୋଇପାରିନଥିବା ପତଞ୍ଜଳି ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

ଆୟୂଷମନ୍ତ୍ରଣାଳର ରିପୋର୍ଟ ତଲବ ପରେ ମୁହଁ ଖୋଲିଲେ ବାବା ରାମଦେବ

author img

By

Published : Jun 24, 2020, 5:04 AM IST

ନୂଆଦିଲ୍ଲୀ: କୋରୋନାର ଔଷଧ ଖୋଜି ପାଇଥିବା ନେଇ ମଙ୍ଗଳବାର ଦାବି କରିଥିଲା ପତଞ୍ଜଳି । ଗଣମାଧ୍ୟମର ଖବର ଆଧାରରେ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛି ଆୟୂଷ ମନ୍ତ୍ରଣାଳୟ । କମ୍ପାନୀ ପକ୍ଷରୁ ଯେଉଁ ଦାବି କରାଯାଇଛି, ତାର କୌଣସି ବୈଜ୍ଞାନିକ ତଥ୍ୟ ହସ୍ତଗତ ହୋଇନଥିବା ଆୟୂଷ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା । ଅନ୍ୟପକ୍ଷେ ଏହି ଔଷଧର ମଞ୍ଜୁରୀ ପାଇଁ କ୍ଲିନିକାଲ ଟ୍ରାଏଲ କରିଥିବା କହିଛନ୍ତି ଯୋଗଗୁରୁ ବାବା ରାମଦେବ ।

ପତଞ୍ଜଳି ପକ୍ଷରୁ ଲଞ୍ଚ ହୋଇଥିବା କୋରୋନା ଔଷଧର ସମସ୍ତ ତଥ୍ୟ ଦିଆ ସରିଛି ବୋଲି ରାମଦେବ କହିଛନ୍ତି । ସେ କହିଛନ୍ତି ଯେ ଏ ସରକାର ଆୟୂର୍ବେଦ ବିରୋଧି ନୁହେଁ । ମଞ୍ଜୁରୀ ମିଳିବା ପରେ ଆମେ ଆଗକୁ ବଢିଛୁ । ଅନ୍ୟପକ୍ଷେ କୋରୋନା ଔଷଧର ରେଜିଷ୍ଟ୍ରେସନ ନମ୍ବର ମଧ୍ୟ ଦିଆଯାଇଛିଥିବା ସୂଚନା ଦେଇଛନ୍ତି ବାବା ରାମଦେବଙ୍କ ସହଯୋଗୀ ଆଚାର୍ଯ୍ୟ ରାମକୃଷ୍ଣ । ତେବେ କେଉଁଠି ନା କେଉଁଠି ଏକ୍ଷେତ୍ରେ ସଠିକ ଯୋଗାଯୋଗ ହୋଇପାରିନଥିବା ରାମକୃଷ୍ଣ କହିଛନ୍ତି । ହେଲେ ଏବେ ଏହା ଉପରେ କୌଣସି ବିବାଦ ନଥିବା ରାମକୃଷ୍ଣ ଟ୍ବିଟ କରି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.