ETV Bharat / bharat

ଜୀବନରେ ଯୋଗର ଭୂମିକା ବୁଝାଇଲେ ଯୋଗଗୁରୁ ବାବା ରାମଦେବ - ଜେଏନୟୁ

ଆଜି ଆନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ଦିଲ୍ଲୀ ସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ଯୋଗ ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଯୋଗଗୁରୁ ବାବା ରାମଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

_jnu
ଜୀବନରେ ଯୋଗର ଭୂମିକା ବୁଝାଇଲେ ଯୋଗଗୁରୁ ବାବା ରାମଦେବ
author img

By

Published : Jun 21, 2020, 5:17 PM IST

ନୂଆଦିଲ୍ଲୀ: ଆଜି ଆନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ଦିଲ୍ଲୀ ସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ଯୋଗ ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଯୋଗଗୁରୁ ବାବା ରାମଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେଠାରେ ସେ ଯୋଗର ଫାଇଦା ସମ୍ପର୍କରେ ସୂଚନା ଦେଇଥିଲେ।

ଜୀବନରେ ଯୋଗର ଭୂମିକା ବୁଝାଇଲେ ଯୋଗଗୁରୁ ବାବା ରାମଦେବ

ଯୋଗଗୁରୁ ବାବା ରାମଦେବ ଏହି ଅବସରରେ କହିଥିଲେ ଯେ , ଯୋଗ ଏବଂ କର୍ମ ଯୋଗ ହେଉଛି ଜୀବନର ଯୋଗ। ସେ ଯୁବଗୋଷ୍ଠୀଙ୍କୁ ବାର୍ତ୍ତା ଦେଇ କହିଛନ୍ତି, ଆଜିର ଯୁବପୀଢି ଯାହା ହାସଲ କରିବାକୁ ଚାହୁଁଛନ୍ତି ତାହା ସେମାନଙ୍କ ହାତରେ ଲେଖାଅଛି ।

ଏଥିସହ ସେ କହିଛନ୍ତି, ମୁଁ ଜୀବନରେ ଯୋଗ କରିଛି ଏବଂ କର୍ମ ଯୋଗ କରିଛି। ଏହାଛଡା ସେ କହିଛନ୍ତି ଯେ ଆମ ଜୀବନରେ ଆମେ ଯାହା ହାସଲ କରିଛୁ ଏହା ଆମ ଲକ୍ଷ୍ୟ ନୁହେଁ। ଏହା ଆମ ପାଇଁ କେବଳ ଉତ୍ପାଦ । ଆମ ଜୀବନର ଲକ୍ଷ୍ୟ ଯୋଗ ଏବଂ କର୍ମ । ନିଜକୁ ଆତ୍ମନିର୍ଭର କରିବା ପାଇଁ ଯୋଗ ଅତ୍ୟନ୍ତ ଜରୁରୀ ଅଟେ ବୋଲି ବାବା ରାମଦେବ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଜେଏନୟୁର କୁଳପତି ଜଗଦୀଶ କୁମାରଙ୍କ ସମେତ ଅନେକ ପ୍ରଫେସର ଏବଂ ଅନ୍ୟମାନେ ମଧ୍ୟ ଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.