ETV Bharat / bharat

ୟୁଟ୍ୟୁବର ଗୌରବ ୱାସିନ ନାଁରେ ‘ବାବା କା ଢାବା’ ମାଲିକଙ୍କ ସାଙ୍ଘାତିକ ଅଭିଯୋଗ

author img

By

Published : Nov 2, 2020, 1:04 PM IST

ଦିଲ୍ଲୀ ମାଲବୀୟ ନଗରର ‘ ବାବା କା ଢାବା ’ ମାଲିକକୁ ସହଯୋଗ କରିଥିବା ୟୁଟ୍ୟୁବର ନାଁରେ ସାଙ୍ଘାତିକ ଅଭିଯୋଗ । ବୃଦ୍ଧ ଦମ୍ପତ୍ତି ନାଁରେ ଆସୁଥିବା ବିଭିନ୍ନ ଫଣ୍ଡରୁ ଟଙ୍କା ଚଳୁ କରୁଥିବା ଅଭିଯୋଗ ହୋଇଛି ।

ୟୁଟ୍ୟୁବର ଗୌରବ ୱାସିନ ନାଁରେ ସାଙ୍ଘାତିକ ଅଭିଯୋଗ

ନୂଆଦିଲ୍ଲୀ: ପୁଣି ଥରେ ଚର୍ଚ୍ଚାରେ ଦିଲ୍ଲୀ ମାଲବୀୟ ନଗରର ‘ବାବା କା ଢାବା’ । ୟୁଟ୍ୟୁବର ଗୌରବ ୱାସନ ନାଁରେ ସାଙ୍ଘାତିକ ଅଭିଯୋଗ । ବିଭିନ୍ନ ଫଣ୍ଡରୁ ଆସୁଥିବା ଟଙ୍କା ଚଳୁ କରୁଥିବାର ଅଭିଯୋଗ ଆଣିଛନ୍ତି ଖୋଦ ଢାବାର ମାଲିକ କାନ୍ତା ପ୍ରସାଦ ।

ନିକଟରେ 80 ବର୍ଷୀୟ କାନ୍ତା ପ୍ରସାଦଙ୍କ ଏକ କାନ୍ଦିବାର ଭିଡିଓ ଭାଇରାଲ ହୋଇଥିଲା। ଲକଡାଉନ କାରଣରୁ କୌଣସି ବ୍ୟକ୍ତି ଆସୁନଥିବାରୁ ତାଙ୍କର ବ୍ୟବସାୟ ଠପ୍‌ ହୋଇପଡିଛି ବୋଲି କହିଥିଲେ । ଯାହାକୁ ୟୁଟ୍ୟୁବ ଗୌରବ ୱାସନ ସୋସିଆଲ ମିଡିଆରେ ସେୟାର କରିଥିଲେ । କାନ୍ତା ପ୍ରସାଦ ତାଙ୍କ ବୃଦ୍ଧ ପତ୍ନୀଙ୍କ ସହ ଏହି ଢାବା ଚଳାଉଥିଲେ । ଯାହାକୁ ଦେଖୁ ଦେଖୁ ସାରା ଦେଶବାସୀଙ୍କ ନିକଟରେ ପହଞ୍ଚିବା ସହ ସମସ୍ତେ ସହଯୋଗର ହାତ ବଢାଇଥିଲେ ।

ଅଭିଯୋଗ ଅନୁସାରେ, ଗୌରବ ୱାସିନ ବାବାଙ୍କ ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ପରେ ସେ ବିଭିନ୍ନ ସୋସିଆଲ ମିଡିଆରେ ଏହି ବୃଦ୍ଧ ଦମ୍ପତ୍ତିଙ୍କୁ ସହଯୋଗ କରିବାକୁ ଲୋକଙ୍କୁ ଅପିଲ କରିଥିଲେ । ଏହା ସହ ସେ ତାଙ୍କ ପରିବାର, ଓ ସାଙ୍ଗମାନଙ୍କ ବ୍ୟାଙ୍କ ଓ ମୋବାଇଲ ନମ୍ବର ଜରିଆରରେ ବିଭିନ୍ନ ଲୋକଙ୍କ ଠାରୁ ବ୍ୟାଙ୍କ ଆକାଉଣ୍ଟ କିମ୍ବା ଫୋନ ବ୍ୟାଙ୍କିଂ ମାଧ୍ୟମରେ ଟଙ୍କା ଆଣୁଥିଲେ। ଏ ବିଷୟରେ କାନ୍ତା ପ୍ରସାଦ କିମ୍ବା ତାଙ୍କ ପତ୍ନୀ ଜାଣିନଥିବା ଅଭିଯୋଗ ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.