ହାଇଦ୍ରାବାଦ: ଭାରତର ପୂର୍ବତନ ଅଧିନାୟକ ତଥା ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍ (ଏଚସିଏ)ର ସଭାପତି ମହମ୍ମଦ ଆଜାରୁଦ୍ଦିନ ସୋମବାର ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଆସୋସିଏସନର ଜଣେ ସଦସ୍ୟ ତାଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗରେ ସେ ପୋଲିସର ଦ୍ବାରସ୍ଥ ହୋଇଛନ୍ତି ।
ପୋଲିସର ସୂଚନାନୁସାରେ, ୟୁସୁଫ୍ ଏଚସିଏ ସଚିବ ସୁରେନ୍ଦ୍ର ଅଗ୍ରୱାଲ ତଥା କୋଷାଧ୍ୟକ୍ଷଙ୍କୁ ସୂଚନା ନ ଦେଇ ସିଧାସଳଖ ବୃଦ୍ଧି ପାଇଁ ଅନୁମୋଦନ ଲାଭ କରିଛନ୍ତି। ଯେତେବେଳେ ଅଗ୍ରୱାଲ ୟୁସୁଫଙ୍କୁ ପ୍ରଶ୍ନ କରିଥିଲେ, ସେତେବେଳେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।
ତେବେ ଅନୁସନ୍ଧାନରେ, ଆଜାରୁଦ୍ଦିନଙ୍କୁ କେହି ଦୁର୍ବ୍ୟବହାର କରିନଥିବା ଜଣା ପଡିନାହିଁ । ଅନୁସନ୍ଧାନ ଅନୁଯାୟୀ ୟୁସୁଫ, କୋଷାଧ୍ୟକ୍ଷ ଏବଂ ଏଚସିଏ ସଦସ୍ୟ ମୋଇଜଙ୍କ ମଧ୍ୟରେ ଏହି ସମସ୍ୟା ଘଟିଛି ବୋଲି ପୋଲିସ ଇନ୍ସପେକ୍ଟର କହିଛନ୍ତି । ସେପଟେ ଅଭିଯୋଗ ଅନୁଯାୟୀ 504 ଆଇପିସି, 506 ଆଇପିସି ଅଧୀନରେ ଏକ ମାମଲା ରୁଜୁ ହୋଇଛି ଏବଂ ଏକ ଏଫଆଇଆର ମଧ୍ୟ ଦାଖଲ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଭାରତ