ETV Bharat / bharat

କୋରୋନା: ରାଜସ୍ଥାନରେ ଆୟୁର୍ବେଦିକ କ୍ଲିନିକାଲ ପରୀକ୍ଷା ଆରମ୍ଭ

ରାଜସ୍ଥାନର ଜୟପୁରରେ କୋରୋନା ପାଇଁ ଆୟୁର୍ବେଦିକ ଔଷଧ ଉପରେ କ୍ଲିନିକାଲ ପରୀକ୍ଷା ଆରମ୍ଭ ହୋଇଛି। ଆୟୁଷର କେନ୍ଦ୍ର ମନ୍ତ୍ରଣାଳୟ, ଟ୍ରାୟଲ କ୍ଲିନିକାଲ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ଟିମ୍ ସହଯୋଗରେ ଏହି ପରୀକ୍ଷା କରୁଛି। ଅଧିକ ପଢନ୍ତୁ...

author img

By

Published : Jun 6, 2020, 3:55 PM IST

ରାଜସ୍ଥାନରେ ଆରମ୍ଭ ହେଲା କୋରୋନା ପାଇଁ ଆୟୁର୍ବେଦିକର କ୍ଲିନିକାଲ ପରୀକ୍ଷା

ଜୟପୁର: ସାରାବିଶ୍ବରେ କାୟା ବିସ୍ତାର କରିଥିବା ଏହି ମହାମାରୀ କୋରୋନାର ପ୍ରତିକାର ପାଇଁ ସାରାବିଶ୍ବ ଏବେ ଅନୁସନ୍ଧାନରେ ଲାଗି ପଡ଼ିଛି । ଅନେକ ଦେଶର କମ୍ପାନୀ ଔଷଧର ବହୁତ ନିକଟତର ଅଛନ୍ତି ବୋଲି ଦାବି କରୁଛନ୍ତି । ଏସବୁ ମଧ୍ୟରେ କୋରୋନା ପଜିଟିଭ ରୋଗୀଙ୍କ ପାଇଁ ଆୟୁର୍ବେଦିକ ଔଷଧ ଉପରେ ଭାରତରେ କ୍ଲିନିକାଲ ପରୀକ୍ଷା ଆରମ୍ଭ ହୋଇଛି। ରାଜସ୍ଥାନର ଜୟପୁରରେ କରୋନା ରୋଗୀଙ୍କ ଉପରେ ଏହି ଆୟୁର୍ବେଦିକ ଔଷଧ ପରୀକ୍ଷା କରାଯାଉଛି। ଆୟୁର୍ବେଦର ଏକ ରୋଗ ପ୍ରତିଶେଧକ ଔଷଧର ପରୀକ୍ଷା ମଧ୍ୟ ଜୟପୁରର ରାମଗଞ୍ଜରେ 12000 ଲୋକଙ୍କ ଉପରେ ଆରମ୍ଭ ହୋଇଛି। ଆୟୁଷର କେନ୍ଦ୍ର ମନ୍ତ୍ରଣାଳୟ, ଟ୍ରାୟଲ କ୍ଲିନିକାଲ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ଟିମ୍ ସହଯୋଗରେ ଏହି ପରୀକ୍ଷା କରୁଛି।

କୁହାଯାଉଛି ଯେ ଆୟୁଷ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନ କୋରୋନା ସମ୍ବନ୍ଧରେ ଚାରୋଟି ଔଷଧ ପ୍ରସ୍ତୁତ କରିଛି, ସେଥିମଧ୍ୟରୁ ଗୋଟିଏ ନାମ ଆୟୁଷ-64। ଆୟୁଷ ମନ୍ତ୍ରଣାଳୟ ଏହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି । ଆୟୁର୍ବେଦ ପ୍ରତିଷ୍ଠାନର ନିର୍ଦ୍ଦେଶକ ସଞ୍ଜୀବ ଶର୍ମା କହିଛନ୍ତି ଯେ, ମ୍ୟାଲେରିଆ ପାଇଁ ସାଧାରଣତଃ ଏହି ଔଷଧ ଦିଆଯାଇଥିଲା, କିନ୍ତୁ କିଛି ପରିବର୍ତ୍ତନ ସହିତ କରୋନା ରୋଗୀଙ୍କୁ ଏହା ଏବେ ଦିଆଯାଉଛି। ଏହାର ଅଧ୍ୟୟନ ପାଇଁ କ୍ଲିନିକାଲ ରିସର୍ଚ୍ଚ ସଂଗଠନର ସହଯୋଗ ନିଆଯାଉଛି ବୋଲି ମଧ୍ୟ ସେ କହିଛନ୍ତି।

ଆୟୁର୍ବେଦ ପ୍ରତିଷ୍ଠାନର ନିର୍ଦ୍ଦେଶକ କହିଛନ୍ତି ଯେ, ଏହାର ଫଳାଫଳ ତିନିରୁ ଚାରି ମାସ ମଧ୍ୟରେ ପ୍ରକାଶ ପାଇବ। ପ୍ରାରମ୍ଭିକ ଫଳାଫଳଗୁଡିକରେ ସକାରାତ୍ମକ ଦେଖାଯାଉଛି । ଏହି ଔଷଧର ଦୁଇଟି ଟାବଲେଟ୍ ସକାଳେ ଏବଂ ସନ୍ଧ୍ୟାରେ ରାମଗଞ୍ଜର କଣ୍ଟେନମେ୍ଟ ଅଞ୍ଚଳର ଲୋକଙ୍କୁ ଖାଇବାକୁ ଦିଆଯାଉଛି । 45 ଦିନ ପରେ ଫଳାଫଳ ଅଧ୍ୟୟନ କରାଯିବ । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦ ପକ୍ଷରୁ ବିଭିନ୍ନ ସ୍ତରରେ ଗବେଷଣା କରାଯାଉଛି ବୋଲି କୁହାଯାଉଛି । ଏଥିରେ ଏକ ଇମ୍ୟୁନିଟି ବୁଷ୍ଟର୍ କିଟ୍ ଏବଂ ଚୱାନପ୍ରଶ୍ ମଧ୍ୟ ଅଛି | ଜୟପୁରର ବିପଦପୂର୍ଣ୍ଣ ଅଞ୍ଚଳରେ ବାସ କରୁଥିବା ପ୍ରାୟ 5000 ଲୋକଙ୍କ ପରୀକ୍ଷା 1 ମାସରୁ ଅଧିକ ସମୟ ଧରି ଚାଲିଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ପରିଣାମ ଭଲ ବୋଲି ଦାବି କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.