ETV Bharat / bharat

ଅଯୋଧ୍ୟା ରାୟ ପରେ ଏବେ ୟୁନିଫର୍ମ ସିଭିଲ କୋଡର ସମୟ: ରାଜନାଥ ସିଂ - ରାଜନାଥ ସିଂ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରାଖଣ୍ଡ ରାଜ୍ୟର 20ତମ ପ୍ରତିଷ୍ଠା ଦିବସ ଯୋଗଦେଇଛନ୍ତି । ଏହି ଅବସରରେ ସେ ବହୁ ପ୍ରତିକ୍ଷିତ ଅଯୋଧ୍ୟା ରାୟ ପ୍ରକାଶ ପରେ ଏବେ ଦେଶରେ ୟୁନିଫର୍ମ ସିଭିଲ କୋଡ ଲାଗୁ କରିବା ସମୟ ଆସିଗଲା ବୋଲି କହିଛନ୍ତି ।

ଫଟୋ ସୌଜନ୍ୟ : ଫାଇଲ ଫଟୋ
author img

By

Published : Nov 10, 2019, 12:29 PM IST

ହାଇଦ୍ରାବାଦ: ବହୁ ପ୍ରତିକ୍ଷିତ ଅଯୋଧ୍ୟା ରାୟ ପ୍ରକାଶ ପାଇବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେଶରେ ୟୁନିଫର୍ମ ସିଭିଲ କୋଡ ଲାଗୁ କରିବାପାଇଁ ଟିପ୍ପଣୀ ଦେଇଛନ୍ତି । ରାମ ଜନ୍ମଭୂମି ବିବାଦର ସୁପ୍ରିମକୋର୍ଟର ଫୈସଲା ଆସିଲା ପରେ ରାଜନାଥ ସିଂଙ୍କ ପ୍ରତିକ୍ରିୟା ପଚରାଯିବାରୁ ସେ ଦେଶରେ ଏବେ ୟୁନିଫର୍ମ ସିଭିଲ କୋଡ ଲାଗୁ କରିବା ସମୟ ଆସିଗଲା ବୋଲି କହିଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରାଖଣ୍ଡ ରାଜ୍ୟର 20ତମ ପ୍ରତିଷ୍ଠା ଦିବସରେ ଯୋଗ ଦେବା ପାଇଁ ଡେରାଡୁନରେ ପହଞ୍ଚିଥିଲେ । ସେଠାରେ ସେ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଐତିହାସିକ ରାୟକୁ ନେଇ ନିଜର ମତ ପ୍ରକାଶ କରିଛନ୍ତି । ଏହି ରାୟ ଦ୍ବାରା ଦେଶର ସାମାଜିକ ଭାଇଚାରା ମଜବୁତ ହେବ ଓ ଅଯୋଧ୍ୟା ରାୟ ଐତିହାସିକ ସର୍ବୋଚ୍ଚକୋର୍ଟର ଏହି ରାୟକୁ ସମ୍ମାନ କରାଯିବ ବୋଲି କହିଛନ୍ତି । ଦିଲ୍ଲୀ ହାଇକୋର୍ଟରେ ସୋମବାର ଦିନ ୟୁନିଫର୍ମ ସିଭିଲ କୋଡ ସହିତ ଜଡିତ କେତେକ ଜନସ୍ବାର୍ଥ ମାମଲା ଶୁଣାଣି କରାଯିବ । ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଡିଏନ ପାଟିଲ ଓ ଜଷ୍ଟିସ ସି ହରିଶଙ୍କର ଏହି ଖଣ୍ଡପିଠ ଶୁଣାଣି କରିବେ ।

ୟୁନିଫର୍ମ ସିଭିଲ କୋଡ କ'ଣ ?

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଦେଶର ସମସ୍ତ ନାଗରିକଙ୍କ ପାଇଁ ଏକକ ଆଇନ ବ୍ୟବସ୍ଥାକୁ ୟୁନିଫର୍ମ ସିଭିଲ କୋଡ କୁହାଯାଏ । ସମ୍ବିଧାନର ଅନୁଚ୍ଛେଦ 44ରେ ସମାନ ନାଗରିକ ସଂହିତା ସମ୍ଫର୍କରେ ଆଲୋଚନା କରାଯାଇଛି । ବର୍ତ୍ତମାନ ଦେଶରେ ହିନ୍ଦୁ ,ମୁସଲିମ ଓ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକଙ୍କ ପାଇଁ ଅଲଗା ପ୍ରକାରର ନିୟମ ରହିଛି ।

ହିନ୍ଦୁ, ଶିଖ, ଜୈନ ଓ ବୌଦ୍ଧ ପାଇଁ ହିନ୍ଦୁ କୋଡ ଆଇନ ବ୍ୟବସ୍ଥା ଲାଗୁ ହେବ । ମୁସଲିମ ଓ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକଙ୍କ ପାଇଁ ଅଲଗା ଆଇନ ବୋର୍ଡ ରହିଛି । ବିବାହ, ବିଚ୍ଛେଦ, ସମ୍ପତ୍ତି , ପୁତ୍ର ଗ୍ରହଣ ମାମଲା ନିଜ ନିଜ ଧର୍ମର ପର୍ସନାଲ ଆଇନ ବୋର୍ଡରେ ପରିଚାଳିତ ହେଉଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.