ଲକ୍ଷ୍ନୌ: ଆଜି(ଶନିବାର) ଦିନ 10 ଟା 30 ରେ ପ୍ରକାଶ ପାଇବ ବହୁ ପ୍ରତିକ୍ଷିତ ଅଯୋଧ୍ୟା ମାମଲାର ରାୟ । ଏନେଇ ଉତ୍ତର ପ୍ରଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ବିଟ କରି ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବାକୁ ଅପିଲ କରିଛନ୍ତି । ଏହି ଐତିହାସିକ ରାୟକୁ ଅଯୋଧ୍ୟାର ବିଜୟ କି ପରାଜୟ ଭାବରେ ନ ଦେଖିବାକୁ ସେ ଟ୍ବିଟରେ ଉଲ୍ଲେଖ କରିଛନ୍ତି ।
ଉତ୍ତରପ୍ରଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଥିବା ବେଳେ ଯୋଗୀ ଆଦିତ୍ୟନାଥ ଲୋକଙ୍କୁ କୌଣସି ପ୍ରକାର ଗୁଜବକୁ ବିଶ୍ବାସ ନ କରିବାକୁ ପରାମର୍ଶ ଦେଇଛନ୍ତି। ଏହାସହ ରାଜ୍ୟରେ ଶାନ୍ତି ଓ ସୌହାଦ୍ୟପୂର୍ଣ୍ଣ ବାତାବରଣ ବଜାୟ ରଖିବାକୁ କହିଛନ୍ତି। ଯଦି କୌଣସି ବ୍ୟକ୍ତି ଆଇନ ଆମାନ୍ୟ କରେ ତେବେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।
ତେବେ ଏଠାରେ କହି ରଖୁଛୁ ଯେ ଉତ୍ତର ପ୍ରଦେଶର ଅଧିକାଂଶ ସହରରେ 144 ଧାରା ଲାଗୁ କରାଯାଇଛି । ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷାବଳ ମୁତୟନ ହୋଇଛି । ଏହାସହ ଆଜି ସମସ୍ତ ସ୍କୁଲ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।